ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ସମୃଦ୍ଧ ଥୁଆମୂଳ ରାମପୁର ଠାରେ ଆବାହମାନ କାଳରୁ ପ୍ରଚଳିତ ଅଗ୍ନି ଭୈରବ ଙ୍କ ଝାମୁଯାତ୍ରା ମହା ସମାରୋହର ସହ ପାଳିତ ହୋଇଯାଇଛି। ପରମ୍ପରା ଅନୁସାରେ ଦଶମୀ ତିଥିରେ ନବାନ୍ନ ସମାପ୍ତ ପରେ ମାଁ ମାଣିକେଶ୍ଵରୀ ଓ ଭୈରବ ଦେବ ଙ୍କ ପୂଜକ ନିକଟସ୍ଥ ଝରଣାରୁ ବାଲି ସଂଗ୍ରହ କରି ସେହି ବାଲି ମଧ୍ୟରେ ବିଭିନ୍ନ ଖାଦ୍ୟଶସ୍ୟ ର ବିହନ ପୋତି ଭୈରବ ଦେବ ଙ୍କ ମନ୍ଦିର ରେ ରଖାଯାଇ ଥାଏ।
ନଗର ପରିକ୍ରମା ପରେ କଞ୍ଚା ମାଟି ହାଣ୍ଡିରେ ପାଣି ଭର୍ତି କରି ଗାଦିଆ ବସା ଓ କଣ୍ଟା ଦୋଳିରେ ଝୁଲି ଥାନ୍ତି ଉଭୟ ମାଁ ମାଣିକେଶ୍ଵରୀ ଓ ଭୈରବ ଦେବ।ଏବଂ ଭୈରବ ଦେବଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତ ମାନଙ୍କ ଦ୍ଵାରା ସଂଗୃହୀତ କାଠକୁ ଜାଳି ଡହ ଡହ ଅଙ୍ଗାର ପ୍ରସ୍ତୁତ କରାଯାଇ ଥିଲା, ସେହି ଜଳନ୍ତା ନିଆଁ ରେ ଭୈରବ ଦେବ ଚାଲିଥିଲେ। ସନ୍ଧ୍ୟାରେ ପୂଜା କମିଟି ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଝାମୁଯାତ୍ରା ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା।