ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଲମ୍ବ ଡୁଙ୍ଗୁରି ଜଙ୍ଗଲରେ ନିଆରା ଭାବରେ ପୁଓ ଜିଉଁନ୍ତିଆ ଉତ୍ସବ ମହାସମାରୋହରେ ପାଳିତ

33 0

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)  ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆଜି ପୂର୍ବାହ୍ନରେ ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ସୌରଭ ନଗର ମାଁ ମଙ୍ଗଳା ମନ୍ଦିର ନିକଟସ୍ଥ ଲମ୍ବଡୁଙ୍ଗୁରି ଜଙ୍ଗଲରେ ବୃକ୍ଷ ମାନଙ୍କ ଦୀର୍ଘ ଜୀବନ, ସୁରକ୍ଷା ଓ ମଙ୍ଗଳ କାମନା କରି ମହିଳା ମାନେ ନିଆରା ଭାବରେ ପୁଓ ଜିଉଁନ୍ତିଆ ଉତ୍ସବ ପାଳନ କରିଛନ୍ତି । “ପୁଓ ଜିଉଁନ୍ତିଆ” ହେଉଛି ଆମ ପଶ୍ଚିମ ଓଡ଼ିଶା ସଂସ୍କୃତିର ଏକ ମୁଖ୍ୟ ପର୍ବ, ଯେଉଁଥିରେ ମାଁ ମାନେ ପୁଅ ମାନଙ୍କର ଦୀର୍ଘ ଜୀବନ ଓ ସର୍ବ ମଙ୍ଗଳ କାମନା କରି ଉପବାସ ଓ ଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ଥାଆନ୍ତି । ପ୍ରକୃତି ବନ୍ଧୁ ମେଘୁ ମୁଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପରିବେଶପ୍ରେମୀ, ବିଶିଷ୍ଟ ସମାଜସେବୀ ଓ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ନାରାୟଣ ଚକ୍ରବର୍ତ୍ତୀ ପୂଜକ ଭାବରେ ପୂଜାର୍ଚ୍ଚନା ଦାୟୀତ୍ୱ ତୁଲାଇଥିଲେ ।

ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ଓ ସଂସ୍କୃତି ରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ନିଜ ଉଦବୋଧନରେ କହିଥିଲେ ଆମ୍ଭ ମାନଙ୍କ ସୁସ୍ଥ ଜୀବନ ସୁସ୍ଥ ପରିବେଶ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବାରୁ ବୃକ୍ଷ ମାନଙ୍କ ସୁରକ୍ଷା, ଜଙ୍ଗଲର ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଆମ୍ଭେମାନେ ସମସ୍ତେ ସଂକଳ୍ପ ବଦ୍ଧ ହୋଇ କାର୍ଯ୍ୟ କରିବା ଉଚିତ । ରାମ ସାଗର ସାହୁ, ସୌରୀ ନାରାୟଣ ପାଣିଗ୍ରାହୀ, ଶଶାଙ୍କ ଚକ୍ରବର୍ତ୍ତୀ, ଶ୍ରୀମତୀ ମିନାକ୍ଷୀ ଲେଙ୍କା, ଶ୍ରୀମତୀ ଝରଣା ନାୟକ, ରମା ଜେନା, ଯମୁନା ବେହେରା, ପ୍ରତିମା କୁସୁମ, ଶଙ୍କରୀ ମଣ୍ଡଳ, ବିଷ୍ଣୁପଦ ବରେଇ, ମଞ୍ଜୁ ଚକ୍ରବର୍ତ୍ତୀ ଓ କରୁଣାକର ନାୟକ ପ୍ରମୁଖ ବହୁ ସଂଖ୍ୟାରେ ଭଦ୍ର ମହିଳା ଓ ଭଦ୍ର ପୁରୁଷ ସମ୍ମିଳିତ ହୋଇ ଏହି ଉତ୍ସବରେ ଯୋଗଦାନ କରିଥିଲେ । ମହିଳା ମାନେ ସମସ୍ତେ ଘଣ୍ଟି ଘଣ୍ଟା ବାଦନ କରି, ବୃକ୍ଷ ମାନଙ୍କୁ ଦୁବ ଫୁଲ ଅକ୍ଷତ ଦୀପ ଧୂପ ଦ୍ୱାରା ପୂଜାର୍ଚ୍ଚନା କରିଥିଲେ । ଶେଷରେ ବନରକ୍ଷୀ ନିରୁପମା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁନ୍ଦର ପରିବେଶ ମଧ୍ୟରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା ।

Related Post

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଚାନକ ସ୍କୁଲ ପରିଦର୍ଶନ

Posted by - January 22, 2020 64
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଅଚାନକ ଯାଜପୁର ଜିଲ୍ଲା ବଡ଼ଚଣା ଅଂଚଳ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ବଡ଼ଚଣା ଶିକ୍ଷା…

ଧକା ଦେଇଗଲା ସରକାରୀ ଯୋଜନା କାମ ଶେଷ, ଯୋଜନା ରେ ଟଙ୍କା ନାହିଁ

Posted by - August 23, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ) କାମ ଶେଷ ହୋଇ ବର୍ଷେ ଉପରେ ହେଲାଣି ହେଲେ ନିଜ ପାରିଶ୍ରମିକ ପାଉଣା ପାଇଁ ନାହାନ୍ତି ଶ୍ରମିକ।ଧର୍ମଗଡ ବ୍ଲକ ରେ ଏଭଳି ଘଟଣା…

ଦୋକାନ ଗୃହ ନିହରେ ଖସିପଡିଲା କାର,ଆହତ ଙ୍କୁ ମେଡିକାଲରେ ଭର୍ତି

Posted by - January 3, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ଵରୀ ଙ୍କ ମନ୍ଦିର ସମ୍ମୁଖରେ ଘଟିଛି ଏକ ଅଘଟଣ। ଛକ ସମ୍ମୁଖରେ ଏକ…

କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ଆନ୍ଦୋଳନ କରିବ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଦେଶରେ ଜନସଂଖ୍ୟା ବୃଦ୍ଧି କୁ ନେଇ ବହୁ ବର୍ଷରୁ ସରକାର ଓ ଜନସାଧାରଣ ଚିନ୍ତିତ ଥିବାବେଳେ ଜନସଂଖ୍ୟା ବୃଦ୍ଧି ନିଅନ୍ତ୍ରଣ ପାଇଁ ନିଆଯାଉ ନାହିଁ କୌଣସି…

କଳାହାଣ୍ଡି ରେ ପି ସି କେଳେଙ୍କାରୀ, ମୋବାଇଲ ରୁ ମୋବାଇଲ୍ କୁ ଘୁରି ବୁଲୁଛି କାହାର ଭାଗ କେତେ

Posted by - June 2, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ପି ସି କାରବାର ର ଏକ…