ଶିଳ୍ପାନୁଷ୍ଠାନ ରେ ସ୍ଥାନୀୟ ନିଯୁକ୍ତି ଦାବିରେ ଆରଡିସି କାର୍ଯ୍ୟାଳୟ ଘେରିଲା ୟୁଦ ଫର ଆସ୍କନ

30 0

ସମ୍ବଲପୁର:  (ରମାକାନ୍ତ ବିଶ୍ବାଳ) ରାଜ୍ୟ ରେ ଥିବା ବେକାରୀ ସମସ୍ୟା ସହ ଶିଳ୍ପାନୁଷ୍ଠାନ ରେ ସ୍ଥାନୀୟ ନିଯୁକ୍ତି ଦାବି ରେ ଆଜି ସମ୍ବଲପୁର ଠାରେ ଆରଡିସି ଅଫିସ କାର୍ଯ୍ୟାଳୟ ଘେରାଉ କରିଛି ୟୁଦ ଫର ଆସ୍କନ । ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ଠାରୁ ଏକ ବିଶାଳ ସୋଭାଯାତ୍ରା ରେ ୟୁଦ ଫର ଆସ୍କନ ର ହଜାର ହଜାର ସଭ୍ୟ ମାନେ ଆରଡିସି କାର୍ଯ୍ୟାଳୟ ଠାରେ ପହଞ୍ଚି ସ୍ଥାନୀୟ ନିଯୁକ୍ତି ଅବହେଳା ପ୍ରତିବାଦରେ ବିକ୍ଷୋଭ ପଦର୍ଶନ କରିଥିଲେ । ତେବେ ଆରଡିସି କାର୍ଯ୍ୟାଳୟ ଆଗରେ ଏକତ୍ରିତ ଥିବା ୟୁଦ ଫର ଆସ୍କନ ର ସଭ୍ୟ ମାନେ ଆରଡିସି କାର୍ଯ୍ୟାଳୟ କୁ ଧସେଇ ପଶିବାକୁ ଚେଷ୍ଠା କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହେବା ସହ ମୁହାଁମୁହିଁ ପରିସ୍ଥିତି ସୄଷ୍ଠି ହୋଇଥିଲା ।

ୟୁଦ ଫର ଆସ୍କନ ତରଫରୁ ପଶ୍ଚିମ ଓଡ଼ିଶାର ୧୦ ଗୋଟି ଜିଲ୍ଲାରୁ ଏହାର ସଭ୍ୟ  ଘେରାଉ କାର୍ଯ୍ୟକ୍ରମ ରେ ସାମିଲ ରହିଥିବା ବେଳେ ସମ୍ବଲପୁର ଜିଲ୍ଲା ସହ ସାରା ରାଜ୍ୟର ଗଢି ଉଠିଥିବା ସମସ୍ତ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ସମୟରେ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗ ରେ ଯେଉଁ ସବୁ ଚୁକ୍ତିନାମା କରାଯାଇଥିଲା ତାହାକୁ କଂପାନୀ ପୁରଣ କରୁନଥିବା ଅଭିଯୋଗ କରାଯାଇଛି । ଏଥିସହ ରାଜ୍ୟ ସରକାରଙ୍କ କଂପାନୀ ଉପରେ କୌଣସି ଲଗାମ ନାହିଁ ବୋଳି ସଂଗଠନ ଅଭିଯୋଗ କରିଥିବା ବେଳେ ଆରଡିସି ଘେରାଉ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ନିଯୁକ୍ତି ନେଇ ସରକାର କରିଥିବା କଂପାନୀ ଙ୍କ ସହ ଚୁକ୍ତିନାମା କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ସହ ନିୟମ ଉଲଘଂନ କରୁଥିବା କଂପାନୀ ଉପରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରାଯାଇଛି । ଆଗାମୀ ଦିନରେ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗ ସାରା ରାଜ୍ୟରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ୟୁଦ ଫର ଆସ୍କନ ତରଫରୁ ଚେତାବନି ଦିଆଯାଇଛି ।

Related Post

ଭିଜନ୍ହେଳ୍ପିଙ୍ଗ ହ୍ୟାଣ୍ଡ କ୍ରିଉ ପକ୍ଷରୁ ଏକ ରକ୍ତଦାନ ଶିବିର

Posted by - August 26, 2019 0
ଯାଜପୁର ବ୍ଲଡ଼ବ୍ୟାଙ୍କ ପରିସର ରେ ଭିଜନ୍ହେଳ୍ପିଙ୍ଗ ହ୍ୟାଣ୍ଡକ୍ରିଉ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜ୍ୟୋତିଶ୍ୱର ସିହ୍ନାଙ୍କ ନେତୃତ୍ୱରେଏହି ଶିବିରକୁ ଅତିରିକ୍ତ ଜିଲାମୁଖ୍ୟ ଚିକିତ୍ସାଧିକାରୀ…

କେସିଙ୍ଗା ବ୍ଲକ ଅଧ୍ୟକ୍ଷ ପଦ ନିର୍ବାଚନ କଳ୍ପନାଜଳ୍ପନା ଶେଷ,ବିଜେଡି ସମର୍ଥିତ ପ୍ରାର୍ଥୀ ଚନ୍ଦନ ସେନାପତି ୧୫/୧୧ ରେ ବିଜୟୀ

Posted by - March 13, 2022 0
କେସିଙ୍ଗା:(ପୀତେଶ ପଟେଲ)କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଦୁଇଜଣ ନାମାଙ୍କନ…

ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଅକାଳ ବିୟୋଗରେ ନିରବ ପ୍ରାର୍ଥନା

Posted by - June 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଗ୍ରଣୀ ଚାଷୀ ସଚେତନା ଶିବିର

Posted by - July 29, 2021 0
ବରୀ:( ସ୍ନେହାଂଶୁ ଶେଖର ମହାନ୍ତି) ବରୀ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତରଫରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଗ୍ରଣୀ ଚାଷୀ ସଚେତନା ଶିବିର…

ଜନ ଗଣନାରେ ଉଲ୍ଲେଖନୀୟ କାର‌୍ୟ୍ୟ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ

Posted by - December 24, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) Iଯାଜପୁର ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଳ୍‌ା ପ୍ରଶାସନ ଓ ରାଜ୍ୟ ଜନ ଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୧ ଜନ ଗଣନାରେ ଉଲ୍ଲେଖନୀୟ କାର‌୍ୟ୍ୟ କରିଥିବା ଯୋଗୁଁ ଅଧିକାରୀ  ଓ କର୍ମଚାରୀଙ୍କୁ ମେଡାଲ  ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଜନ ଗଣନା ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ  ଜନଗଣନା ର ଉପକାରିତା ସଂପର୍କରେ ସୂଚନା ଦେଇଥିଲେIକରୋନା ସ୍ଥିତିରେ ପରିବର୍ତନ ଆସିଲେ ସମ୍ଭବତଃ ଜନ ଗଣନା ୨୦୨୧ ମାର୍ଚ୍ଚ, ଅପ୍ରେଲ ଠାରୁ  ଆରମ୍ଭ୍ୱ ହେବ ବୋଲି ସେ ସୂଚନା ଦେଇଥିଲେ । ଦେଶର ଲୋକଙ୍କର ସାମାଜିକ,  ଅର୍ଥ ନୈତିକ, ଲିଙ୍ଗଗତ, ଜାତିଗତ ସ୍ଥିତି,  ସେମାନଙ୍କର  ସାଧନ, ସମସ୍ୟା, ଆବଶ୍ୟକତା ଇତ୍ୟାଦି ସଂପର୍କରେ ଏହି  ପରିପ୍ରେକ୍ଷୀରେ ତଥ୍ୟ ହାସଲ କରାଯାଇଥାଏ,ଏହି ଅବସରରେ ଜନଗଣନା କାର‌୍ୟ୍ୟରେ ସହଯୋଗ କରିଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧତ କରାଯାଇଥିଲା,ଏହି ବୈଠକରେ ଯାଜପୁର ଜିଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।