ଜିଲ୍ଲାପାଳ ଙ୍କ ଦୁଗ୍ଧଶୀତଳିକରଣ କେନ୍ଦ୍ର ପରିଦର୍ଶନ

146 0

ବୌଦ୍ଧ: 15/9(ଚିତ୍ତରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଦିନକୁ ଦିନ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବାସହ ଏହାର ବିକ୍ରି ପାଇଁ ଦୁଗ୍ଧ ଚାଷୀ ମାନେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି l ବର୍ତମାନ ଓମଫେଡ ତରଫରୁ ବ୍ଲକ ର ଲୁଣିବାହାଲ ଠାରେ ଥିବା ଗୋଟିଏ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ର କ୍ଷମତା2000ହଜାର ଲିଟର ଥିବା ବେଳେ ପ୍ରତିଦିନ ଏହାଠାରୁ ଯଥେଷ୍ଟ ପରିମାଣ ରେ ଅଧିକ ଦୁଗ୍ଧ ସଂଗ୍ରହ ହେଉଥିବାରୁ ଦୁଗ୍ଧ ଶୀତଳିକରଣ କଷ୍ଟସାଧ୍ୟ ହୋଇପଡିଛି l ତେଣୁ ଚାରିଛକ ରେ ଶୋଚନୀୟ ଅବସ୍ଥା ରେ ପଡ଼ିରହିଥିବା ଦୁଗ୍ଧଶୀତଳି କରଣ ପୁନଃରୁଦ୍ଧାର ଆବଶ୍ୟକତା ରହିଥିବା ବେଳେ ଏହାକୁ ଦୃଷ୍ଟି ରେ ରଖି  ଗୁରୁବାର ଦିନ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଲୁଣବାହାଲ ଓ ଚାରିଛକ ଦୁଗ୍ଧ ଶୀତଳି କରଣ କେନ୍ଦ୍ର ଗୁଡିକ ପରିଦର୍ଶନ ସହ ନିରୀକ୍ଷଣ କରିଥିଲେ l

ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ବୀରେନ୍ଦ୍ର କୁମାର ପୃଷ୍ଟି ଓ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ  ଡା ପ୍ରଦୀପ୍ତ କୁମାର ରଥ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ଦୁଗ୍ଧ ଉତ୍ପାଦନ ଓ ଶୀତଳି କରଣର ତଥ୍ୟ ଉପସ୍ଥାପନ କରିଥିଲେ l

ଏଥିରେ ଜିଲ୍ଲାପାଳ ବ୍ଲକ ର ଦୁଗ୍ଧ ଉତ୍ପାଦନରେ ସନ୍ତୋଷ ପ୍ରକାଶ କରିବା ସହ ଶୀଘ୍ର ଅଧିକ ରୁ ଅଧିକ ଚାଷୀଙ୍କୁ ନେଇ ସୋସାଇଟି ଗଠନ କରିବାସହ ଦୁଗ୍ଧ ପ୍ରକ୍ରିୟା କରଣ ସହ ଏହାର ଭେଲ୍ୟୁ ଆଡିସନ କରିବାପାଇଁ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ରଥ ଙ୍କୁ ନିର୍ଦେଶ ଦେଇଥିଲେ l ଜିଲାପାଳଙ୍କ ଏହି ପରିଦର୍ଶନ ସମୟ ରେ ବୌଦ୍ଧ ପିଡି ଅଶ୍ୱିନୀ ମେହେର,ଓମଫେଡ ର ସୁପର ଭାଇଜର ଅମୁଲ୍ୟ ଓଝା ଙ୍କ ସମେତ ଅନନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

Related Post

ପୁରୁଣାକଟକ ସହର କୁ ଅଧିକ ବିକଶିତ କରିବା ପାଇଁ ଜିଲ୍ଲାପାଳ ଙ୍କ ସହ ଆଲୋଚନା

Posted by - September 28, 2021 0
ବୈଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାହରଭଙ୍ଗା ବ୍ଲକ ର ପୁରୁଣାକଟକ ଗମନାଗମନ ଓ ବ୍ୟବସାୟିକ ଦୃଷ୍ଟି କୋଣ ରୁ ଜିଲ୍ଲା ର ଏକ ଗୁରୁତ୍ୱପୂର୍ଣ ସ୍ଥାନ ଅଟେ! ଏଠାରେ…

ବାତ୍ୟା ର୍ୟଶ କୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତ୍ରୁତ,୧୬ ନଂ ଜାତୀୟ ରାଜପଥ ବନ୍ଦ

Posted by - May 25, 2021 0
ଭୁବନେଶ୍ବର/ଯାଜପୁର ଅଫିସ: ବାତ୍ୟା ୟସ ଅତିକ୍ରମ କରିବା ସମୟରେ ଉଦ୍ଧାର କାର୍ଯ୍ୟ ଓ ଅତିକ୍ରମ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିଶମ, ପୂର୍ତ୍ତ,…

କାହିଁକି ଯାଜପୁର ରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା, ଆପଣ ଜାଣିବା ଦରକାର

Posted by - April 26, 2020 0
ଭୁବନେଶ୍ବର:(ନିଉଜ ଡେସ୍କ)/ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) କଂଟେନମେଂଟ ଜୋନ ଘୋଷଣା ହେଲା ଅଧା ଯାଜପୁର । କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାଜପୁର ଜିଲା ପ୍ରଶାସନର ବଡ…

ଲଣ୍ଡନରେ ଓଡ଼ିଆ ସାଂସ୍କୃତିକ ସଙ୍ଘର ବୋଇତ ବନ୍ଦାଣ ଓ କାର୍ତ୍ତିକ ପୁର୍ଣିମା ଉତ୍ସବ ପାଳନ

Posted by - November 30, 2020 0
ଲଣ୍ଡନ:(ସୁମନ୍ତ ମାନସିଂହ)ଲଣ୍ଡନ ସ୍ଥିତ ଓଡ଼ିଆ ସାଂସ୍କୃତିକ ସଙ୍ଘ ଆନୁକୁଳ୍ୟ ରେ  ପ୍ରଥମ ଥର ପାଇଁ ୱେବ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୁର୍ଣିମା ଉତ୍ସବ ଆୟୋଜନ କରାଯାଇଥିଲା…

ରଥ ଉପରେ ମୋବାଇଲ ସେଲ୍‌ଫି ମନା

Posted by - July 4, 2021 0
ପୁରୀ: ରଥ ଉପରେ ମୋବାଇଲ ଫୋନରେ ସେଲ୍‌ଫି (ନିଜର ଚିତ୍ର ଉତ୍ତୋଳନ) ଏବଂ ଭିଡିଓ ରେକର୍ଡିଂ (ଦୃଶ୍ୟ ଉତ୍ତୋଳନ) ସମ୍ପୂର୍ଣ୍ଣ ନିଷେଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଚଳିତବର୍ଷ…