କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଧର୍ମଗଡ ଠାରେ ଆଲୋଚନା ଚକ୍ର

162 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଧର୍ମଗତ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଆଜି’ ଅବିଭକ୍ତ କଳାହାଣ୍ଡିର ଐତିହ୍ୟ ସଂସ୍କୃତି ର ସୁରକ୍ଷା ଏବଂ ବିକାଶରେ କଳାକାର ଏଵଂ ଲେଖକଙ୍କ ସହଭାଗିତା’ ଶୀର୍ଷକ କୁ ନେଇ ଏକ କର୍ମଶାଳା ଆୟୋଜନ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଆଲୋଚକ ଭାବେ ଡକ୍ଟର ଫନିନ୍ଦମ୍ ଦେଓ ଯୋଗ ଦେଇ ଉକ୍ତ ବିଷୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଲୋକଙ୍କ ଜୀବନ ଧାରା ଓ ଦୃଷ୍ଟି ଭଙ୍ଗୀ ର ପ୍ରତୀକ ହେଉଛି ଲୋକନାଚ, ଲୋକଗୀତ, ଲୋକ ସଂସ୍କୃତି,ପରମ୍ପରା, ଗୁଡ଼ି, ମନ୍ଦିର ତଥା ସାହିତ୍ୟ ଯାହା କି କଳାହାଣ୍ଡିର ପରିବେଶ ଓ ପାରି ପାର୍ଶ୍ଵରେ ଗଢି ଉଠିଛି ଓ ସୁଦୃଢ ହୋଇଛି। ଏଣୁ କଳାହାଣ୍ଡିର କଳା ଓ ସଂସ୍କୃତି କୁ ବୁଝିବାକୁ ହେଲେ ଏ ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିସ୍ଫୁଟନଶିଲତା ବିଶ୍ଳେଷଣ କରିବା ଗୁରୁତ୍ଵପୂର୍ଣ୍ଣ।

ଏ ସମସ୍ତ ରେ କଳାହାଣ୍ଡିର ଶ୍ରମିକ, କାରିଗରଙ୍କ କଳା ନୈପୁଣ୍ୟ ଦେଖିବାକୁ ମିଳେ।ମୋହନ ଗିରି, ଟୋପିଆ, ଅମାଠ, ବେଲଖଣ୍ଡି, ମାରାଗୁଡ଼ା, ବୁଢ଼ୀ କୋମନା,ଭଗ୍ନାଂଶ, ମନ୍ଦିର ଆଉ ଗଡ, କାଲି ଗଙ୍ଗା ଠାରୁ ଯୋଙ୍କ ନଦୀ ତଟ ର କଳା ମୁଗୁନି ପଥରର ବଡ଼ ଶିବ ଲିଙ୍ଗ,ବୁଢ଼ୀ କୋମନାର ପାତାଲେଶ୍ୱର୍ ଶିବ ମନ୍ଦିର, ତ୍ରିରଥ ଶୈଳୀ କଳାହାଣ୍ଡିର ଶିଳ୍ପ ମାନଙ୍କ ଶୈଳୀ ଓ ନିର୍ମାଣ କଳା ଉଚ୍ଚ କୋଟୀର ଥିବା ସୁଚନା ଦିଏ। ଏପରିକି ଛେଲିଆ ଗଡ଼, ଜୁମଲାଗଡ଼, ମାନିକ୍ ଗଡ, ଖୋଲଗଡ, ଗୋରାଗଡ, ଅସୁରଗଡ, ଓ କୋମନା ଗଡ ଠାରେ ମଧ୍ଯ ଆମ ଐତିହ୍ୟ ପରିଦୃଶ୍ୟ ହୁଏ। ଯେଉଁ ଅଞ୍ଚଳର ଲିଖିତ ଇତିହାସ ନାହିଁ ସେମାନଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଧାରା ଯେମିତି ଇତିହାସରେ ସ୍ଥାନ ପାଇବାରୁ ବଞ୍ଚିତ ନ ହୁଏ ସେଥିପାଇଁ ଲେଖକ, ଐତିହାସିକ, କଳାକାର ମାନଙ୍କ ସକ୍ରିୟ ଭୂମିକା, ଜୀବାଶ୍ମ ର ଅଧ୍ୟାୟ, ବିଶ୍ଲେଷଣ କରି ଇତିହାସରେ ସ୍ଥାନ ଦେବା ଲେଖକ ର କର୍ତ୍ତବ୍ୟ ବୋଲିସେ କହିଥିଲେ ଏଵଂ ଏହାକୁ ସୁରକ୍ଷା ଏଵଂ ବିକାଶ ପାଇଁ ପ୍ରୟାସ କରୁଥିବା’ କଳାହାଣ୍ଡି ବିକାଶ ପରିଷଦ’ କୁ ଅଭିନନ୍ଦନ ଜଣାଇଥିଲେ।

Related Post

ଭୀଷଣ ବର୍ଷାରେ ଖରଭୂଇଁରେ ବଜ୍ରପାତ

Posted by - June 20, 2022 0
ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ) ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଦିନ ଭୀଷଣ ବର୍ଷା ହେବାରୁ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ସନ୍ଧ୍ୟା ୫…

ହାଟୁଆ ବଣିକ ସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Posted by - June 6, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ଯୋଗୁଁ ଚାରିଆଡେ ଲକ ଡାଉନ ଜାରି ରହିଛି । ହାଟ ବଜାର ସବୁ ବନ୍ଦ ହୋଇଯାଇଛି । ଏଥିପାଇଁ ସାପ୍ତାହିକ…

ବୁଢିମା ମନ୍ଦିର ର ରତ୍ନମୁଦ ଉତ୍ସବ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

Posted by - April 18, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ସହରର ଢେରାପଡା ଠାରେ ବସବାସ କରୁଥିବା ତେଲୁଗୁ ଦେୱାଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ନିର୍ମାଣାଧୀନ ଥିବା ବୁଢିମା ମନ୍ଦିର ର…

ଅଫ୍ ଲାଇନ୍ ମାଟ୍ରିକ୍ ପରୀକ୍ଷାରେ କାର୍ତ୍ତିକେଶ୍ୱର ପାଇଲେ A1

Posted by - August 26, 2021 0
ବେଲଗୁଣ୍ଠା:୨୫-୦୮(ସୁଶାନ୍ତ କୁମାର ବେହେରା ) ଗତକାଲି ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ଅଫ୍ ଲାଇନ୍ ପରୀକ୍ଷାରେ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ମେଧାବୀ…

ହରଭଙ୍ଗା ବ୍ଲକ ରେ ୨ ଟି ବାଲ୍ୟ ବିବାହ ବନ୍ଦ

Posted by - November 21, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ, ନିରୂପମା ପାଣି,ହରଭଙ୍ଗ।, ସଂଯୋଜିକା, ଚାଇଲଡ଼ ଲାଇନ ବବିନା ନାଏକ, ଅ ଏ…