ଟ୍ରାକ୍ଟର ମାଳିକ ସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ

33 0

ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଳିକ ସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ l ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ବିସିଛନ୍ତି ଟ୍ରlକ୍କର ମଲିକମାନେ l ଟ୍ରାକ୍ଟର ମାଲିକ ମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ l ଜିଲ୍ଲା ପ୍ରଶାସନ ଟ୍ରାକ୍ଟର ମାଲିକ ମାନଙ୍କୁ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ କରିଛି ସୁବର୍ଣ୍ଣପୁର ଟ୍ରାକ୍ଟର ମାଲିକ ସଂଘ । ପ୍ରଶାସନର ଏଭଳି କାର୍ଯ୍ୟକଳାପକୁ ନେଇ ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ନିନ୍ଦା କରିଛି । ଟ୍ରାକ୍ଟର ମାଲିକ ମାନେ ବିଭିନ୍ନ ସମୟରେ ପ୍ରଶାସନର ଆକ୍ରୋଶର ଶିକାର ହେଉଥିବା ନେଇ ସଂଘ ପକ୍ଷରୁ ଆଜି ଅନ୍ଦୋଳନ କରିବାକୁ ବାଧ୍ୟ ହୋଇଛି ବୋଲି ଟ୍ରକ୍ଟର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି l

ବାଲି, ପଥର, ମାଟି କିମ୍ବା ଯେ କୌଣସି ଲଘୁ ଓ ଖଣିଜ ଦ୍ରବ୍ୟ ସରକାରଙ୍କୁ ରୟାଲିଟି ପୈଠ ନ କରି ଟ୍ରାକ୍ଟର ଜରିଆରେ ଉତ୍ତୋଳନ କରିବା ପାଇଁ ଚାହୁଁ ନାହାନ୍ତି ତଥାପି ଜିଲ୍ଲା ପ୍ରଶାସନ ୬୦୦ / – ଟଙ୍କା ମୂଲ୍ୟର ବାଲି ଗାଡିକୁ ୨୫ – ୫୦ ହଜାର ଟଙ୍କା ଦଣ୍ଡ ବିଧାନ କରି ଟ୍ରାକ୍ଟର ମାଲିକଙ୍କୁ ହଇରାଣ ହରକତ କରୁଛନ୍ତି ଜିଲ୍ଲା ପ୍ରଶାସନ l ପ୍ରଶାସନ ଦାଉ ସାଧୁଲା ଭଳି ଟ୍ରାକ୍ଟର ମାଲିକଙ୍କୁ ବିପୁଳ ଦଣ୍ଡବିଧାନ କରି ଆମ ପେଟରେ ଲାତ ମାରିବା ଅସହ୍ୟ ହେଲାଣି ବୋଲି ସଂଘ ଅଭିଯୋଗ କରିଛି l ପ୍ରତିଦିନ ଅହେତୁକ ଅର୍ଥଦଣ୍ଡ ଯୋଗୁଁ ବ୍ୟାଙ୍କ ଋଣ ସୁଝିବା ମଧ୍ୟ ସମ୍ଭବ ହେଉ ନଥିବା ମଧ୍ୟ ସଂଘ ଅଭିଯୋଗ କରିଛି l ତେବେ ସେମାନଙ୍କ ଦାବୀ ପୁରଣ ନ ହେଲେ ଜିଲ୍ଲାରେ ଟ୍ରlକ୍ଟର ଚଳାଚଳ ବନ୍ଦ କରିବାକୁ ସଂଘ ବlଧ୍ୟ ହେବେ ବୋଲି ସଂଘର ସଭ୍ୟମାନେ କହିଛନ୍ତି ।

Related Post

ଏଣିକି ରାତିରେ ବି ‘ଆହାର’

Posted by - December 6, 2018 129
ଭୁବନେଶ୍ୱର: ରାଜ୍ୟ ସରକାର ଏଣିକି ରାତିରେ ବି ‘ଆହାର’ ଯୋଜନାରେ ଲୋକଙ୍କୁ ୫ ଟଙ୍କରେ ଖାଦ୍ୟ ଯୋଗାଇବେ। ଆଗାମୀ ଜାନୁଆରି ପହିଲାରୁ ଏହି ନୂତନ ଯୋଜନା ଆରମ୍ଭ…

ରେଙ୍ଗାଲି ସୁରଜମଲ ମହାବିଦ୍ୟାଳୟରେ ବୃକ୍ଷରୋପଣ

Posted by - July 28, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲାର ରେଙ୍ଗାଲିର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାଧୀନ ଏକତା ସଂଗଠନ ପକ୍ଷରୁ ରେଙ୍ଗାଲି ସ୍ଥିତ ସୂରଜମଳ ମହାବିଦ୍ୟାଳୟ ରମ୍ପେଲା ଠାରେ ଏକ ବୃକ୍ଷ…

ନୂତନ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ନିମନ୍ତେ ବୈଠକ

Posted by - August 7, 2021 0
ମାଲକାନଗିରି:(ଅବଦୁଲ ଗନି) ଜିଲ୍ଲା ମାଥିଲି ବ୍ଲକ କାର୍ଯାଳୟ ବୈଠକ ଗୃହ ଠାରେ ବିଡିଓ ଅଶିଷ କୁମାର ଭୋଇ ଙ୍କ ସଭାପତିଥିରେ ରାଜ୍ୟସରକାରଙ୍କ ଦ୍ୱାରା ଚଳିତ ମାସ ଅଗଷ୍ଟ…

ହରଭଙ୍ଗା କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଉଦଯାପିତ

Posted by - April 21, 2022 0
ହରଭଙ୍ଗା( ଚିତ୍ତ ରଂଜନ ସିଂ): ବୌଦ୍ଧ ହରଭଙ୍ଗା ବ୍ଲକ ଜିଲ୍ଲା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହରଭଙ୍ଗାରେ ଅପ୍ରେଲ୦୮ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ…

କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ ଲୋକାର୍ପିତ

Posted by - December 12, 2021 0
ଭୁବନେଶ୍ୱର:୧୧ା୧୨ : ପୁରୀ ଜିଲ୍ଲାର କଣାସ ଅଞ୍ଚଳର ବିଶିଷ୍ଟ କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ…