ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଳକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜିନ ସାହୁ , ଆରକ୍ଷୀ ଅଧିକ୍ଷକ ,ଜ଼ୀଲ୍ଲାପରିସଦ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନି କୁମାର ମେହେର ,ଉପ ଜିଲ୍ଲାପାଳ ସନତ କୁମାର ନାୟକ, ବିଡ଼ିଓ ରବୀନ୍ଦ୍ରନାଥ କହଁର ,ତହସିଲଦାର ଶମ୍ଭୁଭୁସନ ମିଶ୍ର,ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସମେତ ଜ଼ୀଲ୍ଲା ସ୍ତରୀୟ ବହୁ ଅଧିକାରୀ ଯୋଗ ଦେଇଥିଲେ ।
ବ୍ଳକ ରେ ଥିବା ୨୨ଟି ପଞ୍ଚାୟତର ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମାଧାନ କରିଥିଲେ। ଏହି ଶିବିରରେ ୧୧୫ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୦୬ ଟି ବ୍ୟକ୍ତିଗତ ସମସ୍ୟା ଓ ୯ ଟି ଗୋଷ୍ଠି ଗତ ସମସ୍ୟା ଥିଲା । ସେଥି ମଧ୍ୟରୁ ୫୬ ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିବା ବ୍ଲକ ପ୍ରସାସନ ପକ୍ଷରୁ ସୂଚନା ମିଳିଛି ।