ଟାଟା କମ୍ପାନୀର ମନମୁଖି କାମ, ଟ୍ରାନସଫରମର ପୋଡି ପାଞ୍ଚ ଦିନ ହେଲା ଅନ୍ଧାରରେ ଲୋକେ

33 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ବିରନରସିଂହପୁର ଗ୍ରାମପଞ୍ଚାୟତ ବିରାମଚନ୍ଦ୍ରପୁର ଗ୍ରାମ ବାଘସାହିର  ଟ୍ରାସଫରମର ପୋଡି ! ଆଜକୁ ପାଞ୍ଚ ଦିନ ହେଲା ଗ୍ରାମ ବାସି ଅନ୍ଧାରରେ ଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ଲଗାଣ ବର୍ଷା ରେ ବିଜୁଳି ଘଡଘଡିରେ ଟ୍ରାନସଫରମରଟି ପୋଡି ଯଇଥିବାର ଗ୍ରାମ ବାସିଙ୍କ ଠାରୁ ପ୍ରକାଶ । ଏହି ବ୍ଲକରେ ଟିକିଏ ପତର ହଲିଲେ ବିଦୁଃତ ଯାଉଥିବାରୁ ଗ୍ରାହାକ ନହୁଁ ନଥିବା ଅସୁବିଧା ଭୋଗୁଥିବାର କୁହାଯାଉଛି ।ଏମିତି ସ୍ୱାଭାବିକ ଭାବରେ ଦୈନଦିନ ଚାରି ରୁ ପାଞ୍ଚ ଘଣ୍ଟା ବିଦୁଃତ କାଟ କରୁଥିବାର ଜନସାଧାରଣଙ୍କ ଅଭିଯୋଗ ହେଉଛି । ବିଦୁଃତ ଚାଲିଗଲେ ବିଭାଗ କର୍ମଚାରୀଙ୍କ ମୋବାଇଲ ସୁଇଜ ଅପ ହୋଈ ଯାଉଛି ! ଏଠାରେ ଭଗବାନ ଭରସାରେ ବିଦୁଃତ ସେବା ମିଳୁ ଥିବାର  କୁହାଯାଉଛି। ତୁରନ୍ତ ବାଘସାହିକୁ ଟ୍ରାନସଫରମର ଯୋଗାଇ ଦେବାପାଇଁ ଗ୍ରାମବାସୀ ଙ୍କ ଦାବି ହେଉଛି ନଚେତ ଆଗାମି ଦିନରେ ଜନଆନ୍ଦୋଳନ ହେବବୋଲି ଜନମତ ପ୍ରକାଶ ପାଉଛି।

Related Post

କାଶୀପୁର ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ

Posted by - August 10, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଛି।ସାରା ଭାରତରେ ୯ ଅଗଷ୍ଟ ରେ ୧୯୯୪ ମସିହାରୁ ଆଦିବାସୀ…

ଟାଟା ପାୱାର ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଉଦ୍ଘାଟିତ

Posted by - January 1, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନକଟିଗୁଡା ଠାରେ ଟାଟା ପାୱାର ବିଦ୍ୟୁତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଟାଟା…

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନଗୁଳ ଶାଖା ପକ୍ଷରୁ ରକ୍ତଦାନ ଶିବିର

Posted by - October 23, 2019 0
ଅନୁଗୁଳ:(ମହେଶ ଭୋମରାଜ)ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନଗୁଳ ଶାଖା ପକ୍ଷରୁ  ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି.। ଉକ୍ତ ଶିବିର କୁ ଅନଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି…

“ନୀଳଚକ୍ର” ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଓ ଶ୍ରଦ୍ଧାଂଜଳି ସଭା

Posted by - October 3, 2021 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କ୍ରୁତିକ ଅନୁଷ୍ଠାନ “ନୀଳଚକ୍ର” ସମ୍ୱଲପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଶାସନ ଏକାମ୍ର ବିହାର ସ୍ଥିତ “ନୀଳଚକ୍ର” କାର୍ଯ୍ଯାଳୟ ପରିସରରେ…

ଶିକ୍ଷା ବିକାଶ ସମିତି କଳାହାଣ୍ଡି ପକ୍ଷରୁ ଆୟୋଜିତ ଜ୍ଞାନ ବିଜ୍ଞାନ ମେଳା ୨୦୨୨ ଉଦଯାପିତ

Posted by - September 10, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶା ଶିକ୍ଷା ବିକାଶ ସମିତି କଳାହାଣ୍ଡି ବିଭାଗ ପକ୍ଷରୁ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ…