ଟ୍ରକ ସହ ଧକ୍କା ହେଲା ଅଟୋ , ଅଟୋ ଡାଇଭର ସମେତ ୬ ଜଣ ଛାତ୍ରଛାତ୍ରୀ ଆହତ, ୩ ଗୁରୁତର

120 0

ରାୟଗଡା :(ରାମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ର ଧକ୍କା ହେବା ଫଳରେ ଅଟୋ ରେ ବସିଥିବା ୬ ଜଣ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସମେତ ଅଟୋ ଡ୍ରାଇଭର ଆହତ ହୋଇ ମୁନିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତେବେ ଆହତଙ୍କ ମଧ୍ୟରୁ୩ ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ୬ ଜଣଙ୍କ ମଧ୍ୟରୁ ୪ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଅଛନ୍ତି। ଅଟୋଟି ଅମ୍ବାଦଳା ରୁ ଛାତ୍ରୀଛାତ୍ର ଙ୍କୁ ନେଇ ମୁନିଗୁଡା ଆଦର୍ଶ ବିଦ୍ୟାଳୟ କୁ ଆସୁଥିବା ବେଳେଏହି ଦୁର୍ଘଟଣା ଟି ଘଟିଛି । ଖବରପାଇ ମୁନିଗୁଡା ଅମ୍ବାଦଳା ପୋଲିସ, ମୁନିଗୁଡା ବିଡିଓ ଓ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି । ପୋଲିସ ଘଟଣାର ତଦନ୍ତ ଯାରିରଖିଛନ୍ତି ।

Related Post

ଗ୍ରାମ ସଭା ସଚେତନତା ରଥ

Posted by - September 24, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଗ୍ରାମସଭା ସଚେତନତା ରଥ ଶୁଭାରମ୍ଭ ହୋଇଛି । ଏହା ବାଣୀଭୁଷନପୁର ପଞ୍ଚାୟତ ରୁ…

ଅଲଣ୍ଡା ଧାନ ବିକ୍ରିୟ ପେକ୍ସ ରୁ ଉଠିଲା ସାଢେ ୩ଶହ କ୍ୱିଣ୍ଟାଲ ଚାଷୀଙ୍କ ଧାନ

Posted by - December 16, 2021 0
ବଙ୍ଗୋମୁଣ୍ଡା: ତା୧୫/୧୨ (ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ସେବା ସମବାୟୁ ସମିତିଲିଃ ପେକ୍ସ ରୁଉଠିଲା ଚାଷୀ ଙ୍କ ସାଢ଼େ ତିନି ଶହ କ୍ୱିଣ୍ଟାଲ…

ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲା ସଂଗ୍ରହାଳୟ ପରିଦର୍ଶନ

Posted by - December 29, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧଜିଲାକୁ ପଞ୍ଚାୟତିରାଜ ପରିଚାଳନାର ତାଲିମ ପାଇଁ ଆସିଥିବା ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପଞ୍ଚାୟତିରାଜ…

ଖପ୍ରାଖୋଲ ରେ କୃଷି ସମ୍ପର୍କିତ ବ୍ଲକ ବୈଷୟିକ କମିଟି ବୈଠକ ଚାଷ ର ଅଗ୍ରଗତି ଉପରେ ଆଲୋଚନା

Posted by - August 7, 2022 0
ଖପ୍ରାଖୋଲ :୬/୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ କୃଷିବିଭାଗ ତାଲିମ ଗୃହ ଠାରେ କୃଷି ସମ୍ପର୍କିତ ବ୍ଲକ୍ ବୈଷୟିକ କମିଟି ବୈଠକ ବ୍ଲକ୍ କୃଷି ଅଧିକାରୀ ଡମ୍ବରୁଧର ମେହେର…

ତେନ୍ତୁଳିମାଳ ଠାରେ ଓ ସାଇ ଡ୍ୟାନ୍ସ ଗୃପର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି 

Posted by - October 20, 2021 0
ଯାଜପୁର ତେନ୍ତୁଳିମାଳ ଠାରେ ଓ ସାଇ ଡ୍ୟାନ୍ସ ଗୃପର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି Iଏହି ଅବସରରେ ଡ୍ୟାନ୍ସ ସ୍କୁଲର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଭାଗରେ ଦେଶାତ୍ମକବୋଧକ ଓ ଆଧୁନିକ ଗୀତର ତାଳେ ତାଳେ ନୃତ୍ୟ ଶିଳ୍ପୀ ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ Iଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।