ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

37 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ତିନି ଜଣିଆ ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ ଆଜି ସୁବର୍ଣ୍ଣପୁର ଜିଲ୍ଳା ଗସ୍ତରେ ପହଂଚିଥିଲେ l ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପ୍ରଥମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦାନ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ l

ସମୀକ୍ଷା ବୈଠକରେ ବିଶେଷ ଭାବେ ଖାଦ୍ୟ ନିରାପତ୍ତା, ସ୍କୁଲ ଗୁଡିକୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ନିମନ୍ତେ ଚାଉଳ ଯୋଗାଣର ସୁବ୍ୟବସ୍ଥା, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା, କୃଷି ବୀମା ଯୋଜନାର କାର୍ଯ୍ୟକାରିତା, ଧାନ କିଣା ବିକା ତଥା ବିଭିନ୍ନ ମଣ୍ଡି ର ସୁପରିଚାଳନା ନିମନ୍ତେ ମଣ୍ଡି ପରିସରରେ ସି ସି ଟି ଭି କ୍ୟାମେରା ଲଗାଇବାକୁ ସୁନିଶ୍ଚିତ କରିବା,ସେବା ସମବାୟ ତରଫରୁ କୃଷି ଋଣ ପ୍ରଦାନ, ଚାଷୀ ପଞ୍ଜିକରଣ ଉପରେ ଆବଶ୍ୟକ ପଦକ୍ଷେପ, ଜିଲ୍ଲାରେ ବୟନ ଶିଳ୍ପ ଓ ହସ୍ତ ତନ୍ତର ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହ ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ କମିଟିର ପ୍ରତିନିଧି ମଣ୍ଡଳୀ l

ପରେ ପରେ କମିଟି ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ମହାଦା ପେକ୍ସ, ବୀରମହାରାଜପୁର ଠାରେ ସ୍ଥିତ କିରୋସିନି ହୋଲ ସେଲ ଡିପୋ ର ପରିଦର୍ଶନ କରିଥିଲେ l ତତ ପରେ କମିଟି ବୟନ ଗ୍ରାମ କେନ୍ଦୁପାଲି ଠାରେ ବୁଣାକାର ସମବାୟ ସମିତି କେନ୍ଦ୍ରରେ ସମିତି କର୍ମକର୍ତ୍ତା ତଥା ଗ୍ରାମର ଅନ୍ୟାନ୍ୟ ବୁଣାକାର ପରିବାର ଓ ବୁଣାକାରଙ୍କ ସହ ବୟନ ଓ ହସ୍ତ ତନ୍ତ ସମ୍ୱନ୍ଧୀୟ ଯୋଜନା ଓ କାର୍ଯ୍ୟକାରିତା ଉପରେ ପଚାରି ବୁଝିଥିଲେ ଏବଂ ବୁଣାକାର ମାନଙ୍କ ଦ୍ୱାରା ଅନୁଷ୍ଠିତ ଏକ ସଭାରେ ଯୋଗଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ବୁଣାକାରସମୂହ କମିଟି ଆଗରେ ବୟନ ସମ୍ୱନ୍ଧୀୟ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ l ଏହି ଗସ୍ତ ଅବସରରେ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ଙ୍କ ସହ କମିଟିର ସଦସ୍ୟ କଣ୍ଟାମାଲ ବିଧାୟକ ଶ୍ରୀଯୁକ୍ତ ମହୀଧର ରଣା, ଲାଞ୍ଜିଗଡ଼ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶିରୀ ପ୍ରମୁଖ ଯୋଗଦାନ କରି ଜିଲ୍ଲାରେ ସରକାରୀ ଯୋଜନାର ବ୍ୟବସ୍ଥିତ ଓ ସଫଳ ରୂପାୟନ ପାଇଁ ଅଧିକାରୀ ବୃନ୍ଦ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l

 

Related Post

ଶେଷ ଦିବସରେ ହରଭଙ୍ଗା ବ୍ଲକରେ ୩୨୨ଟି ନାମାଙ୍କନପତ୍ର ଦାଖଲ

Posted by - January 21, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ୩୨୨ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବ୍ଲକ କାର୍ଯ୍ୟାଳୟ…

ସଙ୍କୁଲୋଇ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ରଶ୍ମିତା ମହାକୁଡ଼ଙ୍କ ଦାୟିତ୍ୱ ଗ୍ରହଣ

Posted by - July 14, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଙ୍କୁଲୋଇ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ରଶ୍ମିତା ମହାକୁଡ଼ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ…

ବରୀ ଏବିଭିପି ତତଫରୁ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇ ଜନ୍ମ ଦିବସ ପାଳନ।

Posted by - November 21, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ମାଉଣ୍ଡ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣ ରେ ବରୀ ଏବିଭିପି ତରଫରୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଙ୍କ ଜୟନ୍ତୀ ପାଳନ ହୋଇଯାଇଅଛି। କାର‌୍ୟ୍ୟକ୍ରମ…

ହାଟପଦାପଡ଼ା ଭାଗବତ ମନ୍ଦିରରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Posted by - April 14, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ମେ ମାସ ୧୩ ତାରିଖରେ ଅଧିବାସ, ୧୪,୧୫ ତାରିଖରେ ନାମ ଧରିବେ ଏବଂ ୧୬ ତାରିଖରେ ପୂର୍ଣାହୁତି କରିବାକୁ ଚୁଡାନ୍ତ କରାଯାଇଛି। କମିଟିର…

ବସ୍ତା ବ୍ଲକର ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

Posted by - December 1, 2021 0
ବାଲେଶ୍ଵର/ବସ୍ତା :ବାଲେଶ୍ଵର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଗତ ୨୬ ତାରିଖ ରେ ଶୁଭାରମ୍ଭ କରିବା ପରେ ବାଲେଶ୍ଵର…