ଝରଣା ପାଣି ଭରସା ରେ କୁଟ୍ରୂମାଲି ଗ୍ରାମବାସୀ। ଯୋଜନ ଦୂରରେ ବସୁଧା, ସୌଭାଗ୍ୟ ଯୋଜନା

57 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବିକାଶ ପାଇଁ ମାଳ ମାଳ ଯୋଜନା ଚାଲିଛି, ପାଣି ପରି କୋଟି କୋଟି ଟଙ୍କା ର ବ୍ୟୟ ବରାଦ ହେଉଛି। ନେତା ମାନଙ୍କ ବାହାସ୍ଫୋଟ ଓ ପ୍ରଶାସନିକ ଅଧିକାରୀ ଙ୍କ ଜାଣି ଅଜଣା ନୀତି ଯୋଗୁଁ ସ୍ଵାଧୀନତା ର ଦୀର୍ଘ ଦଶନ୍ଧି ପରେ ମଧ୍ଯ ଲୋକେ ବଞ୍ଚିତ ହୋଇଛନ୍ତି ମୌଳିକ ଅଧିକାର ରୁ। ଏବଂ ଅସମୟରେ ଚାଲିଯାଉଛି ନୀରିହ ଜୀବନ।ଥୁଆମୂଳ ରାମପୁର ବ୍ଲକରେ ଝାଡ଼ାବାନ୍ତି ରୋଗ ଯୋଗୁଁ ଚଳିତ ବର୍ଷ ଅନେକ ନୀରିହ ଜୀବନ ଅବେଳରେ ଝଡ଼ି ପଡିଥିଲେ ହେଁ ତଥାପି ଚେତା ପଶିନାହିଁ ପ୍ରଶାସନ ର। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେଖିବାକୁ ମିଳିଛି ପାନୀୟଜଳ ର ଉତ୍କଟ ଅଭାବ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର କୁଟ୍ରୂମାଲି ଗ୍ରାମ ଏକ ଉଦାହରଣ। ୬୦ ଆଦିବାସୀ ପରିବାର ରହୁଥିବା ଏହି ରାଜସ୍ୱ ଗ୍ରାମକୁ ଯାତାୟତ ପାଇଁ ସବୁ ଦିନିଆ ରାସ୍ତା ଟିଏ ମଧ୍ଯ ନାହିଁ। ଗ୍ରାମବାସୀ ଙ୍କ ପାଖକୁ ପହଂଚି ପାରିନାହିଁ ସୌଭାଗ୍ୟ ଯୋଜନା, ବିଜୁଳି ହୋଇଛି ସାତ ସପନ।କିରୋସିନି ର ଅହେତୁକ ଦରବୃଦ୍ଧି ସାଙ୍ଗକୁ ବିଜୁଳି ର ଅଭାବ ଯୋଗୁଁ ଗ୍ରାମବାସୀ ଅନ୍ଧାର ରେ ରହିବାକୁ ବାଧ୍ଯ ହେଉଛନ୍ତି ।

ଗ୍ରାମବାସୀ ଙ୍କ ପାଇଁ ପାନୀୟଜଳ କଷ୍ଟ ଦୁର୍ବିଶହ ହୋଇପଡ଼ଛି। ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ରୁ ୨୦୧୬ ମସିହାରେ ୧୫ ଲକ୍ଷ ଟଙ୍କା ବ୍ଯୟରେ ଏକ ସୌର ଚାଳିତ ପାନୀୟଜଳ ଯୋଗାଣ ପ୍ରକଳ୍ପ ହୋଇଥିଲା, ଗ୍ରାମ ଠାରୁ ୫୦୦ ମିଟର ଦୂରରୁ ପାନୀୟଜଳ ଯୋଗାଣ ହେଉଥିଲା କିନ୍ତୁ ବର୍ଷା ଓ ଶୀତ ଋତୁରେ ସୌର ପ୍ରକଳ୍ପ ଆବଶ୍ୟକ ପରିମାଣର ଶକ୍ତି ଅଭାବ ହେତୁ ପ୍ରକଳ୍ପ ଅଚଳ ହେବାଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପୁନଶ୍ଚ ବର୍ଷା ରୁତୁ ରେ ବର୍ଷା ଯୋଗୁଁ ଝରଣା ପାଣି ଗୋଳିଆ ହେଉଥିବା ରୁ ଲୋକେ ବାଧ୍ୟ ହୋଇ ଦେଢ କିଲୋମିଟର ତଳକୁ ଓହ୍ଲାଇ ବିଭିନ୍ନ ଖାଲ ରୁ ପାଣି ସଂଗ୍ରହ କରୁଛନ୍ତି। ଏହି ଦୂଷିତ ପାଣି ଯୋଗୁଁ ବିଭିନ୍ନ ସମୟରେ ଲୋକେ ଜଳବାହିତ ରୋଗ ର ଶିକାର ହେଉଛନ୍ତି। ମୋଟାମୋଟି ଭାବେ କୁଟ୍ରୂମାଲି ବାସୀଙ୍କ ପାଇଁ ଅନେକ ଦୂରରେ ମୌଳିକ ଅଧିକାର। ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ଦେଶର ଜନପ୍ରତିନିଧି ଓ ପ୍ରଶାସନ କେବେ ନୀରିହ ଆଦିବାସୀଙ୍କୁ ସେମାନଙ୍କ ମୌଳିକ ଅଧିକାର ପ୍ରଦାନ କରିବେ ଦେଖିବାକୁ ବାକି ରହିଲା।

Related Post

ଖୁଲମ ଖୁଲା ପଦାରେ ବୁଲୁଛନ୍ତି କରୋନା ସନ୍ଦିଗ୍ଧ,କାହାରି ନିଘା ନାହି

Posted by - August 22, 2020 0
ଭୁବନେଶ୍ବର: ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ସ୍ତରରେ ଭାରତର ଅବସ୍ଥା କରୋନା ସଂକ୍ରମିତରେ ଜୁଡୁବୁଡୁ। ସେହିପରି ରାଜ୍ୟରେ କରୋନାର…

ରାଜଧାନୀ ରେ ସନ୍ଧ୍ୟା ୭ଟା ରୁ ସକାଳ ୭ଟା ବାହାରିବା ମନା

Posted by - May 4, 2020 0
ଭୁବନେଶ୍ବର :ଏଣିକି ଲକଡାଉନ୍ ଥିବା ପର୍ଯ୍ୟନ୍ତ ସମଗ୍ର ଖୋର୍ଦ୍ଧା ଜିଲ୍ଲା ରେ ସଂଧ୍ୟା ୭ଟାଠାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାର କୁ ବାହାରିବା ମନା । ସାଧାରଣ…

ଏଣିକି ପ୍ରବଚନ ଦେଇ ପାରିବେ ବହୁ ଚର୍ଚ୍ଚିତ ସାରଥି ବାବା

Posted by - February 17, 2021 0
ଭୁବନେଶ୍ବର:ଏଣିକି ପ୍ରବଚନ ଦେଇ ପାରିବେ ବହୁ ଚର୍ଚ୍ଚିତ ସାରଥି ବାବା। ପ୍ରବଚନ ଦେବା ନେଇ ସାରଥିଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ସର୍ବାଧିକ ୨୦୦ ଲୋକଙ୍କୁ ନେଇ ଦେଇ…

ବ୍ୟାସନଗର ପୋୖର ନିର୍ବାଚନ,ପ୍ରମୁଖ ଦଳ ର ପ୍ରାର୍ଥୀପତ୍ର ଦାଖଲ

Posted by - March 8, 2022 0
ଯାଜପୁର : ବ୍ୟାସନଗର ପୌରପରିସଦ ନିର୍ବାଚନ ପାର୍ଥିପତ୍ର ଦାଖଲର ୬ଷ୍ଠ ଦିନଥିଲା। ପାର୍ଥିପତ୍ର ଦାଖଲ ପାଇଁ ବିଜେଡି ଓ କଂଗ୍ରେସ ଉଭୟ ଦଳର ପାର୍ଥି ପାର୍ଥିନି ମାନେ…

ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଯାଜପୁର ଡଙ୍କାରି ଗସ୍ତ

Posted by - February 20, 2019 0
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ ବେଆଇନ ଖନନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ ରାଜନେତା…