ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ

35 0

ସୋନପୁର :(ଅଜିତ କୁମାର ପୂଜାହାରୀ) ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ।ଆଜି ସାରା ପଶ୍ଚିମ ଓଡିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳ୬ଟାରୁ ସଂନ୍ଧ୍ୟା୬ଟା ୧୨ଘଣ୍ଟିଆ କୋଶଳ ମହାବନ୍ଦ ପାଳନ କରାଯାଉଥିବା ବେଳେ ସାରା ସୁବର୍ଣ୍ଣପୁର ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି । କୋଶଳ ସେନା ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ।ସକାଳୁ ସକାଳୁ ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ସହରର ମୁଖ୍ୟ ଛକଗୁଡିକରେ ରାସ୍ତା ଅବରୋଧ କରି ବନ୍ଦ କରିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଥିବା ଦେଖାଯାଇଛି ।

ସହରର ସବୁ ଦୋକାନ , ବଜାର, ବୈବସାୟୀକ ପ୍ରତିଷ୍ଠାନ ଆଦି ବନ୍ଦ ଥିବା ବେଳେ ସ୍କୁଲ, କଲେଜ ଆଦି ବନ୍ଦ ରହିଛି । ଏହି ବନ୍ଦରେ ସବୁ ସରକାରୀ , ବେସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଜରୁରୀ ସେବା କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି ।ପଶ୍ଚିମ ଓଡିଶାବାସୀ ସବୁ କ୍ଷେତ୍ରରେ ଅବହେଳିତ ରହିଥିବା ବେଳେ ରାଜନୈତକ, ଅର୍ଥନୈତିକ, ବେକାରୀ ସମସ୍ୟା ଆଦି ସୁବୁ କ୍ଷେତ୍ରରେ ରାଜ୍ୟ ସରକାର ଅଣଦେଖା କରୁଥିବା ଯୋଗୁଁ ଏଭଳି ବନ୍ଦ କରାଯାଇଛି ବୋଲି କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଶ୍ଚିମ ଓଡିଶାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ପ୍ରତି ଧ୍ୟାନ ଦେବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

 

Related Post

ବୌଦ୍ଧ ଜିଲ୍ଲା ରେ ଜାତୀୟ କୃମିନାସକ ଦିବସ ପାଳିତ

Posted by - August 12, 2021 0
ବୌଦ୍ଧ: :ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କୃମିଦିବସ ପାଳିତ ହୋଇଛି!ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା :ଅଭୟ କୁମାର ଦାସ…

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ, ଆଲୋଚନା ଚକ୍ର ଅନୁଷ୍ଠିତ

Posted by - October 1, 2019 31
ଜବାହାର ନବୋଦୟ ବିଦ୍ୟାଳୟ,ଚମ୍ପତିମୁଣ୍ଡା ଠାରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାଧାରଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ୧୫୦…

ମାଁ ଛେଉଣ୍ଡ ୯ ମାସ ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା

Posted by - May 31, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମର ଶଙ୍କର କୁମ୍ଭାର ୧୫ ଦିନତଳେ ନିଜ ମାଁ କୁ ହରାଇ ଥିବା ଶିଶୁ ଧନଞ୍ଜୟ…

ପ୍ରଖ୍ୟାତ କଣ୍ଠଶିଳ୍ପୀ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ପଶ୍ଚିମ ଓଡିଶା ର ଅଗ୍ରଣୀ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠାନ ର ପ୍ରେକ୍ଷାଳୟରେ ଓଡ଼ିଶାର ବରେଣ୍ୟ କଣ୍ଠଶିଳ୍ପୀ ସଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ…

ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ବୈଠକ

Posted by - August 21, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ଙ୍କ ମଧ୍ୟରେ ଗାଁ ସା ଥୀ ମାନଙ୍କ…