Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବ୍ରାହ୍ମଣୀ ଗାଁ ରେ ହାତୀ ଆତଙ୍କ ଭାଙ୍ଗିଲା ଦୁଇ ଘର , ଫସଲ ନଷ୍ଟ

56 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ବ୍ରାହ୍ମଣୀ ଗାଁ ରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗନ୍ଧମାର୍ଦ୍ଦନ ପାହାଡ଼ ତଳି ବ୍ରାହ୍ମଣୀ ଗାଁ ରେ କିଛିଦିନ ହେଲା ବରଗଡ଼ ଜିଲ୍ଲା ଅଞ୍ଚଳରୁ ହାତୀ ଆସି ଆତଙ୍କ କରୁଥିବା ଦେଖାଦେଇଛି । ଯାହା ଫଳରେ ଲୋକେ ରାତି ହେଲେ ଭୟଭିତ ହୋଇ ପଡୁଛନ୍ତି ।ଗତ ରାତିରେ ଗାଁର ପୁଷ୍ପା ରଣା ଓ କସ୍ତୁରୀ ରଣା ଙ୍କ ଘର ହାତୀ ଭାଙ୍ଗିଥିବା ଜଣା ଯାଇଛି । ସେହିପରି ଗାଁର ପ୍ରଗତି ଏସଏସଜି ପ୍ରସ୍ତୁତି କରିଥିବା ସଜନା ଚାରା କୁ ନଷ୍ଟ କରିଥିବା ବେଳେ ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

ଙ୍ଗଲ ବିଭାଗ ତରଫରୁ ବନପାଳ ଅରବିନ୍ଦ ଧରୁଆ ସଦଲବଳେ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ସଚେତନ କରୁଥିବା ଜଣାଯାଇଛି । ଏ ନେଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ପଚାରିବାରୁ କିଛି ଦିନ ହେଲା ବରଗଡ଼ ଜିଲ୍ଲା ଅଞ୍ଚଳ ରୁ ଦୁଇଟି ହାତୀ ଆସି ଉପଦ୍ରବ କରୁଥିବା କହିଥିବା ବେଳେ ଲୋକଙ୍କୁ ବନବିଭାଗ ତରଫରୁ ସଚେତନ କରାଯାଉଛି ଏବଂ ହାତୀ ଦ୍ୱାରା କ୍ଷତି ଗ୍ରସ୍ତ ଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଠିକ ବର୍ଷେ ତଳେ ବ୍ରାହ୍ମଣୀ ଗାଁର ଯାଦବ ରଣା ଙ୍କୁ ହାତୀ କଚାଡି ମାରିଥିଲା । ଏବେ ବର୍ଷେ ପରେ ପୁଣି ସେହି ଘରକୁ ଆସି ତାଙ୍କ ଘର ଭାଙ୍ଗିବା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି ।

Related Post

ତପସ୍ପିନି ଟ୍ରେନରେ ଆରମ୍ଭ ହେଲା LHB କୋଚ ଯାତ୍ରା

Posted by - January 7, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଏଣିକି ସମ୍ବଲପୁର ସମେତ ଓଡିଶା ର ୮ ଗୋଟି ଜିଲ୍ଲାର ଲୋକେ ପାଇପାରିବେ ପୁରୀ ହାଟିଆ ଏସ୍କପ୍ରେସ ଟ୍ରେନରେ ଆରାମ ଦାୟକ ଯାତ୍ରାର ସୁବିଧା ।…

କୁଆଁଶ ମଂଗଳା ମନ୍ଦୀର ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ 

Posted by - August 24, 2021 0
ଯାଜପୁର ଜିଲା ଦଶରଥପୁର ବ୍ଲକ ଡାହାଣୀହତା ପଂଚାୟତର କୁଆଁଶ ମଂଗଳା ମନ୍ଦୀର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି,ମନ୍ଦୀର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେତେକ କୁଚକ୍ରୀ ମାଙ୍କ ପୀଠର ଅପପ୍ରଚାର କରୁଥିବା ଅଭିଯୋଗ କରାଯାଇଛି । ମାଙ୍କ ପୀଠରେ ଅନେକ ବିକାଶ ମୂଳକ କାର୍ଯ୍ୟ କରାଯାଇଥିଲେ ହେଁ କେତେକ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ବିଭ୍ରାନ୍ତମୂଳକ ତଥ୍ୟ ଉପସ୍ଥାପିତ କରାଯାଇଥିବା ଅଭିଯୋଗ ହୋଇଛି ।ସ୍ଥାନୀୟ ବିଧାୟକଙ୍କ ଉଦ୍ୟମ କ୍ରମେ ମନ୍ଦୀର ର ଅନେକ ଉନ୍ନତି କାର୍ଯ୍ୟ ହୋଇଥିଲେ କେତେକ ଖଳପ୍ରକୃତିର ଲୋକ ଏହାକୁ ବଦନାମ କରିବାକୁ ଉଦ୍ୟମ କରୁଥିବା ପରିଚାଳନା କମିଟି ପକ୍ଷରୁ ସପେଂଇ ଦିଆଯାଇଛି କମିଟିର ସଭାପତି ଅଜୟ କୁମାର ମହାନ୍ତି ଏବଂ ସ୍ଥାନୀୟ ସରପଂଚ ଗୋବିନ୍ଦ ଚନ୍ଦ୍ର ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଖଳପ୍ରକୃତିର ଲୋକଙ୍କ ଉପରେ ବର୍ଷିଥିଲେ ।

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ 322C2 ର ନୂତନ ଡ଼ିଜି ୱାଇ ପି ଙ୍କୁ ଦିଆଗଲା ସମ୍ବର୍ଦ୍ଧନା

Posted by - March 5, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ 322C2 ର ନୂତନ ଡ଼ିଜି ଭାବେ ଟିଟିଲାଗଡ଼ ଲାୟନ୍ସ କ୍ଲବର ସଦସ୍ୟ ୟମୁନା ପ୍ରସାଦ ଗୋୟଲ ମନୋନୀତ…