Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କୋଶଳ ରାଜ୍ୟର ସ୍ୱର ଉଠିଲା କାଶୀପୁର ମାଟିରେ

245 0

ରାୟଗଡ଼ା 🙁 ଅଞ୍ଜନ କୁମାର) ରାୟଗଡା ଜିଲ୍ଲା କାଶୀପୁର ମାଟିରେ ଆଜି ପ୍ରଥମ ଥର ପାଇଁ କୋଶଳ ରାଜ୍ୟର ର ଦାବି ଉଠୁଥିବା ଦେଖିବାକୁ ମିଳିଛି । ପଶ୍ଚିମ ଓଡିଶାର କୋଶଳ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ଲାଗି ହେଉଥିବା ଦୀର୍ଘଦିନ ର ଦାବି ରାଜ୍ୟ ଓ କେନ୍ଦ୍ର ସରକାର କ୍ରମାଗତ ଭାବେ ବିଭିନ୍ନ ଆଳ ଦେଖାଇ ଅଣଦେଖା କରୁ ଥିବା ବେଳେ ଆଜି ଏହାର ମହାବନ୍ଦ ପାଳନ ହେଉଥିବାବେଳେ ଓଡ଼ିଶାର ୧୦ ଟି ଜିଲ୍ଲା ସହିତ ରାୟଗଡା ଜିଲ୍ଲା ର କାଶୀପୁର ବ୍ଲକ ସଦର ମହକୁମା ଠାରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ରାଜ୍ୟର ଏହି ସ୍ୱର ଉଠିଥିବା ଦେଖିବାକୁ ମିଳିଛି । ଆଜିର ଏହି କାର୍ଯ୍ୟକ୍ରମ କୁ କୋଶଲ ରାଇଜ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ସାଗର ଚରଣ ଦାସ ଙ୍କର ଆବାହନ କ୍ରମେ କାଶୀପୁର ବ୍ଲକ ଆବାହକ ଅଞ୍ଜନ କୁମାର ନାଏକ ଙ୍କର ନେତୃତ୍ୱରେ ଶତାଧିକ ଯୁବକ ଏକତ୍ରିତ ହେଇ ଏହି ବନ୍ଦ ଡାକରା କୁ ସଫଳ କରିବାକୁ କାଶୀପୁର ସ୍ଥିତ ଜଗନ୍ନାଥ ମନ୍ଦିର ଚୌକ ଠାରୁ ଏକ ସଭା ଯାତ୍ରା ବାହାରି କୋଶଲ ରାଇଜ ପ୍ରତିଷ୍ଠା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେବା ସହିତ ବ୍ଲକ କାର୍ଯ୍ୟଳୟ ରେ ପହଞ୍ଚି ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

ପ୍ରକାଶ ଥାଉକି କାଶୀପୁର ବ୍ଲକ ର ଅଧିକାଂଶ ଗାଁ ୧୯୬୪ ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଅଭିନ୍ନ ଅଙ୍ଗଭାବେ ରହିଆସିଥିଲା । ସେହିପରି ବିଭିନ୍ନ ନିର୍ବାଚନ ସମୟରେ ମଧ୍ୟ ଏଠାକାର ନେତୃବୃନ୍ଦ ନେତୃତ୍ୱ ନେଇ ଆସୁଥିଲା । ଦୃଷ୍ଟାନ୍ତ ସ୍ୱରୂପ କଳାହାଣ୍ଡି ଜିଲ୍ଲା ଜୟପାଟଣା ନିର୍ବାଚନ ମଣ୍ଡଳୀ ରୁ ଝାଜରୁ ଝୋଡ଼ିଆ ଓ ମାଣିକ ରାୟ ନାଏକତତ୍କାଳୀନ ବିଧାୟକ ଭାବେ ନିର୍ବାଚିତ ହେଇଆସୁଥିଲେ । ହେଲେ କୌଣସି କାରଣ ରୁ କାଶୀପୁର ପ୍ରଥମେ କଳାହାଣ୍ଡି ଠାରୁ ବିଭକ୍ତ ହେଇ କୋରାପୁଟ ଜିଲ୍ଲା ରେ ଜଡିତ ହେଇଯାଇଥିଲା । ପରବର୍ତ୍ତୀ ୧୯୯୨ ମସିହାରେ ସମୟରେ ଓଡିଶା ରେ ଲୋକଙ୍କୁ ପ୍ରଶାସନିକ ସେବା କୁ ହାତପହଁନ୍ତ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ୩୦ ଗୋଟି ଜିଲ୍ଲା ସୃଷ୍ଟି କରାଯାଇଥିଲା ।

ସେହିକ୍ରମରେ ଉକ୍ତ ନିଷ୍ପତ୍ତି ପ୍ରକାରେ କାଶୀପୁର ବ୍ଲକ କୁ ବାଧ୍ୟ ହେଇ ରାୟଗଡା ଜିଲ୍ଲା ରେ ଲିନ୍ନ ହେବାକୁ ପଡିଥିଲା । ଏସବୁ ସତ୍ପେ ମାଧ୍ୟ ଏପର୍ଯ୍ୟନ୍ତ କାଶୀପୁର ଓ କଳାହାଣ୍ଡି ମଧ୍ୟରେ ପୂର୍ବ ସମ୍ପର୍କ ନିବିଡ଼ ରହିଥିବାବେଳେ ଉଭୟ ଅଞ୍ଚଳ ର ଭାଷା, ସଂସ୍କୃତି ,ବନ୍ଧୁ ବାନ୍ଧବ ଭଳି ସମ୍ପର୍କ ବରକରାର ରହିଆସିଛି । ଏଣୁ ଉକ୍ତ କୋଶଲ ରାଇଜ ମୁକ୍ତି ମୋର୍ଚ୍ଚା ପ୍ରତି ଅନୁପ୍ରାଣିତ ହେଇ ସ୍ୱତନ୍ତ୍ର ରାଜ୍ୟ ର ଦାବି ତଥା ଆଜିର ମହା ବନ୍ଦ ଦାବି କୁ ସମର୍ଥନ ଜଣାଇ କାର୍ଯ୍ୟକ୍ରମ ରେ ଅଞ୍ଚଳ ଶତାଧିକ ଯୁବଗୋଷ୍ଟି ମଧ୍ୟରୁ ଜୟଚନ୍ଦ୍ର ମାଝୀ, ଉମା କାନ୍ତ ନାଏକ ଜିଲ୍ଲା ଗଉଡ଼,ଲବକାନ୍ତ ଦରା,ପରମେଶ୍ୱର ପ୍ରଧାନୀ, ଅମିତ ନାଏକ, ବିଷ୍ଣୁ ନାଏକ, ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର 

Posted by - July 29, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଘରୋଇ ବିଦ୍ୟାଳୟ ଗୁଡିକ ଟ୍ୟୁସନ ପିଂ ଆଦାୟ ନେଇ ମାନ୍ୟବର ହାଇକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବା ଦାବୀରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି Iକୋରୋନା ସମୟରେ ସ୍କୁଲ ଗୁଡିକ ବନ୍ଦ ରହିଥିବା ବେଳେ ଟ୍ୟୁସନ ପିଂ ଆଦାୟ ଛାଡ ନେଇ ଅଭିଭାବକ ମାନଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲା ଗ୍ରହଣ କରି ଟ୍ୟୁସନ ପିଂ ର ୧୫ ପ୍ରତିଶତ ଛାଡ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ ।  କିନ୍ତୁ ଏହି ରାୟକୁ ଘରୋଇ ସ୍କୁଲ କର୍ତୁପକ୍ଷ ମାନିବାକୁ ନାରାଜ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛିI ଯାଜପୁର ଜିଲାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଜିଲାପାଳ କୋର୍ଟ ଆଦେଶ ଉପରେ ତର୍ଜମା କରିବା ପରେ ନିଷ୍ପତି ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ତଥା ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ

Posted by - May 3, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଅଣ…

ଭୁବନେଶ୍ୱର ମହାନଗର ନିଗମ “ଶିକ୍ଷା ଶିଖର” ଅନଲାଇନ ସଭା

Posted by - October 15, 2020 0
ଭୁବନେଶ୍ୱର:ଗତ ଅକ୍ଟୋବର ୮ ତାରିଖରେ  ମହାନଗର ନିଗମ ସ୍ତରୀୟ ମନୋନୀତ ଉଚ୍ଚ ବିଦ୍ୟାଳୟ ମାନଙ୍କ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଞ୍ଚଳିକ…

ମୁଖ୍ୟ ରାସ୍ତାର ମଳଦା ଛକ ନିକଟ ମଟର ସାଇକେଲ ଓ କାର ମଧ୍ୟରେ ଧକା

Posted by - February 13, 2022 0
କୁଆଖିଆ/ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ମୁଖ୍ୟ ରାସ୍ତାର ମଳଦା ଛକ ନିକଟ ମଟର ସାଇକେଲ ଓ କାର ମଧ୍ୟରେ ଧକା । ମଟର ସାଇକେଲ ରେ ଯାଜପୁର ଟାଉନ କୁଆସରପୁର…

ବୌଦ୍ଧ ଜିଲ୍ଲା ସଦର ମହକୁମା ର ସରକାରୀ ଅଫିସ ଗୁଡିକରେ ଦିନରେ ଜଳୁଛି ଲାଇଟ

Posted by - August 29, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସଂମୁଖ ରେ ଥିବା ଷ୍ଟି ଟ ଲାଇଟ ଦିନରେ ବି ଜାଳିରହୁଛି!ଦିନ ୧୦:୩୦ ଯାଏ ଜଳି ରହୁଛି ସରକାରୀ ଅଫିସ…