ଅନୁଗୋଳ(ମହେଶ ଭୋମରାଜ):ଅନୁଗୋଳ ମହିନ୍ଦ୍ରା ଫାଇନାନ୍ସ କମ୍ପାନୀରୁ ୧୫ ଲକ୍ଷ ୮୧ ହଜାର ୪୨୧ ଟଙ୍କା ହଡପ କରିଥିବା ଅଭିଯୋଗରେ ସେହି ଫାଇନାନ୍ସ କମ୍ପାନୀର ଆକାଉଣ୍ଟାଟଙ୍କୁ ଅନୁଗୋଳ ପୋଲିସ ଗରିଫ କରିଥିବା ବେଳେ ତାଙ୍କ ଠାରୁ ୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି । ପୋଲିସ କହିବା ଅନୁସାରେ ,କେନ୍ଦ୍ରାପଡା ବଳଦେବ ଜୀଉ ଥାନା କୁମାରୁଣୀ ଅଞ୍ଚଳର ବାସିନ୍ଦା ପ୍ରସନ୍ନ କର ଅନୁଗୋଳ ମହିନ୍ଦ୍ରା ଫାଇନାନ୍ସ କମ୍ପାନୀରେ ଶାଖା ଆକାଉଣ୍ଟାଟ ଭାବେ କାର୍ଯ୍ୟ କରୁଛନ୍ତି ।
ଗତ ସେପ୍ଟେମ୍ବର ୧ ତାରିଖରୁ ୨୫ ସେପ୍ଟେମ୍ବର ମଧ୍ୟରେ ଅନୁଗୋଳ ଶାଖାର ବ୍ରାଞ୍ଚ ଆକାଉଣ୍ଟାଟ ପ୍ରସନ୍ନ କର ବାଇକ, ମୋଟରଯାନ ତଥା ଅନ୍ୟାନ୍ୟ ଋଣ କରିଥିବା ଲୋକଙ୍କ ଠାରୁ ୧୫ ଲକ୍ଷ ୮୧ ହଜାର ୪୮୧ ଟଙ୍କା ଜମା ସଂଗ୍ରହ କରିଥିଲେ । ୧ ତାରିଖରୁ ୨୫ ତାରିଖ ମଧ୍ୟରେ ଏହି ଅର୍ଥ ଆଦାୟ ହୋଇଥିବା ବେଳେ ଶ୍ରୀ କର କିନ୍ତୁ ଟଙ୍କା ଆଦାୟ ହେଉ ନଥିବା ଦର୍ଶାଇ ଥିଲେ । ଫଳରେ ଦୀର୍ଘ ୨୫ ଦିନ ଧରି କିଛି ଆଦାୟ ହୋଇ ନଥିବା ଜାଣି ଏରିଆ ଆକାଉଣ୍ଟାଟ ରାକେଶ ମହାନ୍ତିଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ସେ ୨୬ ତାରିଖ ଦିନ ଅନୁଗୋଳ ଆସି ପଚରା ଉଚରା କରିଥିଲେ । ଶାଖା ଆକାଉଣ୍ଟାଟ ଶ୍ରୀ କର ଅସୁବିଧା ଥିବାରୁ ଟଙ୍କା ନିଜ ପାଖରେ ରାଖୀ ଖର୍ଚ୍ଚ କରି ଦେଇଥିବା ସ୍ୱୀକାର କରିଥିଲେ ଏବଂ ୨୭ ତାରିଖ ଦିନ ଏହି ଟଙ୍କା ଜମା କରିଦେବେ ବୋଲି ସେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଅନୁଯାୟୀ ଟଙ୍କା ଜମା ନକରିବାରୁ ଏରିଆ ଆକାଉଣ୍ଟାଟ ରାକେଶ ମହାନ୍ତି ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫଳରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇବା ସହ ଆକାଉଣ୍ଟାଟ ଶ୍ରୀ କରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଥିଲେ । ପୋଲିସର ଏହି ପଚରା ଉଚରା ସମୟରେ କର ଏହି ଟଙ୍କା ହଡପ କରିଥିବା ସ୍ୱୀକାର କରିଥିଲେ । ପୋଲିସ ତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟBvକୁ ସିଜ୍ କରିବା ସହ ତାଙ୍କ ଠାରୁ ୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି.