Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଧର୍ମଗଡ଼ରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ

131 0

ଧର୍ମଗଡ଼:ତା ୫/୯(ହେମନ୍ତ କୁମାର ମାଝୀ) ସମାଜ ଗଠନରେ ଜଣେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସଭ୍ୟ ସମାଜ ହିଁ ସଭ୍ୟ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ। ସଭ୍ୟ ସମାଜ ଗଠନରେ ମୁଖ୍ୟ ଭୂମିକା ନିଭାଇଥିବା ଶିକ୍ଷକ ସମାଜ କିନ୍ତୁ ଆଜି ଅବହେଳିତ। ନିଜ ହକ ପାଇଁ ତାକୁ ଅନେକ ସମୟରେ ରାଜରାସ୍ତାକୁ ଓହ୍ଳେଇବାକୁ ପଡୁଛି। ଯାହା ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ଧର୍ମଗଡ଼ ଠାରେ ଆୟୋଜିତ ଗୁରୁ ଦିବସ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସୋମବାର ଧର୍ମଗଡ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଥିଲା। ଅତିଥି ମାନଙ୍କ ଦ୍ଵାରା ଭାରତର ପ୍ରଥମ ରାଷ୍ଟ୍ରପତି ଡା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ଅନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ସବ ରେଜିଷ୍ଟ୍ରାର ମିଳନ ଝାଙ୍କର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଲିଙ୍ଗରାଜ ପାତ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବକିଶୋର ସାହୁ, ଜିଲ୍ଲା ଶିକ୍ଷକ ସଂଘ ସଭାପତି ସତ୍ଯବାନ ପାଣିଗ୍ରାହୀ, ରାଜ୍ୟ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, ବିଶ୍ଵଜିତ ବେହେରା, ସଞ୍ଜୀବ ପାଢୀ, ଯୋଗେଶ୍ୱର ସାଗର,ମାର୍କଣ୍ଡ ନାଗ, ଗୋଦାବରୀଶ ପଣ୍ଡା, ଦିନେଶ ପାତ୍ର,ଶିବରାମ ସୁନାନୀ, ଦେବରାଜ ବେମାଲ,ଗଗନ ବିହାରୀ ପଟ୍ଟନାୟକ,ଗିରି ସାହୁ,ଅଜିତ କୁମାର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ପ୍ରେମଲାଲ ଜଗତ,ଚକ୍ରଧର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍କୁଲ ପିଲାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Related Post

ବୌଦ୍ଧ ଏନଏସିରେ କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା ଅନୁଷ୍ଠିତ

Posted by - December 17, 2021 0
ବୌଦ୍ଧ:୧୬ା୧୨ 🙁 ଚିତ୍ତରଂଜନସିଂ) ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଗୁରୁବାର ପୂର୍ବାହ୍ନରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ…

ମହିଳା ମାନଙ୍କ ପାଇଁ ହସ୍ତଶୀଳ୍ପ ତାଲିମ ଉଦଘାଟିତ

Posted by - August 24, 2022 0
ସମ୍ବଲପୁର: ୨୩/୦୮ (ରମାକାନ୍ତ ବିଶ୍ବାଳ )ସୋସାଇଟି ଫର ପିପୁଲସ ଆଡ଼ଭାନ୍ସ ଲାଇଫ ମ୍ୟାନେଜେମେଣ୍ଟ ଦ୍ୱାରା ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମକୁ ସମ୍ବଲପୁର ର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ…

ଯାଜପୁର ରେ କୋରୋନା ସ୍ଥିତି ସମୀକ୍ଷା କଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପି କେ ମେହେର୍ଦ୍ଦା

Posted by - April 24, 2020 59
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରେ କୋରୋନା ସ୍ଥିତି ର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ରାଜ୍ୟପାଳ ଙ୍କ ସଚିବ ପି କେ ମେହେର୍ଦ୍ଦା। ସେ…

ସମାଜ ସେବୀ ରାଧାକୃଷ୍ଣ ପରିଡ଼ାଙ୍କ ଅକାଳ ବିୟୋଗ । ଅଞ୍ଚଳ ରେ ଶୋକ ର ଛାୟା।

Posted by - September 26, 2020 0
ନୀଳଗିରି: (ସୌମ୍ୟା ସାଇ ବାରିକ୍) ଜଣେ ନିର୍ଭୀକ ସ୍ପଷ୍ଟ ବାଦି ଓ ସଂସ୍କାର ଧର୍ମୀ ଚିନ୍ତା ଧାରା ର ସମାଜ ସେବୀ ଥିଲେ ରାଧା କୃଷ୍ଣ ପରିଡା ।…

ମୁଁ ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛି ଓ ମୁ ଭଲ ଓଡିଆ କହିପାରେ :ନବୀନ ପଟ୍ଟନାୟକ

Posted by - April 9, 2019 27
ଭୁବନେଶ୍ବର :୦୮/୦୪ ଜାତୀୟ ଗଣମାଧ୍ୟମକୁ ନୀବନ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛି। ବିଜେଡିର ଉତ୍ତରାଧିକାରୀ ସଂକର୍ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉପଯୁକ୍ତ ସମୟରେ…