ଆସନ୍ତା ୮ ତାରିଖରେ ବୌଦ୍ଧରେ ହେବ ପେନଶନ ଅଦାଲତ

32 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ଆସନ୍ତା ୮ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପେନଶନ ଅଦାଲତ ଅନୁଷ୍ଠିତ ହେବବୋଲି ଜଣାଯାଇଛି । ପେନଶନ ଅଦାଲତ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନଶନ କାଗଜପତ୍ରରେ ଥିବା ସମସ୍ୟା ଓ ତାହାର ସମାଧାନ କରାଯିବ କେଉଁ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କ ପେନଶନ ପ୍ରଦାନ କରାଯାଇନାହିଁ ଏବଂ କଣପାଇଁ ପ୍ରଦାନ କରାଯାଇନାହିଁ ତାହାର କାଗଜପତ୍ର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ଶ୍ରୀସାହୁ ନିର୍ଦ୍ଦେଶ ଦେଇଥିଲେ ।

ଏଥିପାଇଁ ଅଦାଲତକୁ ଆସିବା ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ବସିବା ବ୍ୟବସ୍ଥା,ପାନୀୟଜଳ,ଖାଦ୍ୟ,ହୁଇଲଚେୟାର,ନିର୍ଭୁଲ ପଂଜିକରଣ ଓ ସାଉଣ୍ଡ ସିଷ୍ଟମ ବ୍ୟବସ୍ଥା କରାଯିବା ନେଇ ବୈଠକରେ ଆଲେଚାନା କରାଯାଇଥିଲା । ଏହି ପେନଶନ ଅଦାଲତ ଶୃଙ୍ଖଳିତ ଏବଂ ସଫଳ କରିବା ପାଇଁ ଅଧିକାରୀମାନେ ଦାୟିତ୍ୱବାନ ହୋଇ ସମସ୍ତ ପିରଚାଳନା କରିବାକୁ ଜିଲ୍ଲାପାଳ ଶ୍ରୀସାହୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଏପିଡି ପ୍ରତାପ ଚନ୍ଦ୍ର ପ୍ରଧାନ,ଉପଜିଲ୍ଲାପାଳ ସନତ କୁମାର ନାଏକ,ଡେପୁଟି କଲେକ୍ଟର ଝରଣା ପ୍ରଧାନ, ତହସିଲଦାର ଦେବୀ ପ୍ରସାଦ ଦାଶ,ଟିଆରଓ କୁଲଦୀପ ମହାନ୍ତି ଓ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Related Post

ମର୍ତ୍ତ୍ୟରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ, ଦର୍ଶନ ଲାଗି ଲୋକଙ୍କ ଭିଡ଼

Posted by - June 12, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି…

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ

Posted by - August 18, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଆ ଭାଷା ସଂସ୍କୃତି ବିଭାଗ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ ସ୍ଥାନୀୟ…

ଜିଲ୍ଲାପାଳଙ୍କ କୋରେଇ ବ୍ଳ୍‌କ ଉନ୍ନୟନ କାର୍ଯ୍ୟର ସମୀକ୍ଷା

Posted by - June 22, 2020 0
ଯାଜପୁର:୧୯/୦୬(ଆନନ୍ଦ ଚନ୍ଦ୍ର ସାହୁ)  କରୋନା ପାଇଁ ଅନେକ ସରକାରୀ କାର୍ଯ୍ୟ ବ୍ୟାହତ ହୋଇଚ୍ଥି । ସରକାରଙ୍କର କରୋନା ବିରୁଦ୍ଧରେ ସଂଗ୍ରାମ ସହ ଲୋକଙ୍କ ଜୀବନ ରକ୍ଷା ଓ…

ଆଇରନ ବୋଝେଇ ଟ୍ରକ ଜଳିଗଲା

Posted by - June 23, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଚଣ୍ଡୀଖୋଲସ୍ଥିତ ତୋଷାଳୀ ହୋଟେଲ ସମ୍ମୁଖରେ ଘଟିଛି ଏକ ବଡ଼ ଅଘଟଣ । ଏଠାରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍‌ରେ…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଗ୍ରଣୀ ଚାଷୀ ସଚେତନା ଶିବିର

Posted by - July 29, 2021 0
ବରୀ:( ସ୍ନେହାଂଶୁ ଶେଖର ମହାନ୍ତି) ବରୀ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତରଫରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଗ୍ରଣୀ ଚାଷୀ ସଚେତନା ଶିବିର…