ପ୍ରାୟ “୭” ବର୍ଷ ଧରି ପଞ୍ଚାୟତ ପାଣ୍ଠିର ଅନିୟମିତତା ଓ ହଡପ କରାଯାଉଥିବା ଅଭିଯୋଗ

296 0

କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୁର୍ନୀତିର ଏକ ଗଡ଼ ଭାବେ ପରିଚିତ ଥିଲା ବେଳେ କିଛି ଅସାଧୁ ନେତୃବୃନ୍ଦ ଦୀର୍ଘଦିନ ଧରି ରାଜନୀତି କୁ ଏକ ପେସା ଭାବେ ଗ୍ରହଣ କରି ଅଞ୍ଚଳ ର ନିରୀହ ଜନସାଧାରଣ ଙ୍କ ସମୂହ ପାଣ୍ଠି ର ଅପବ୍ୟବହାର କରି ନିଜ ସ୍ୱାର୍ଥ ଉଦ୍ଧେଶ୍ୟ ରେ ପଞ୍ଚାୟତ ପାଣ୍ଠି ବ୍ୟବହାର କରୁଥିବା ଅଭିଯୋଗ ହେଇଛି । ସୂଚନା ପ୍ରକାରେ ଚନ୍ଦ୍ରଗିରି ନାଏବ ସରପଞ୍ଚ ମଞ୍ଜୁଳା ନାଏକ ଙ୍କ ନେତୃତ୍ୱରେ ପଞ୍ଚାୟତ ର ୱାର୍ଡ ର ସଭ୍ୟାସଭ୍ୟ ସମେତ ଶତାଧିକ ବୁଦ୍ଧିଜୀବି ପ୍ରମୁଖ ଆଜି ରାୟଗଡ଼ା ଜିଲ୍ଲାପାଳ ଉଦ୍ଧେଶ୍ୟ ରେ କାଶୀପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯାହା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଏକ ଗୋଷ୍ଠି ବିଶେଷ ୨୦୧୬/୧୭ ମସିହା ଠାରୁ ଏଯାବତ ଗ୍ରାମପଞ୍ଚାୟତ ର ରାଜନୀତି ରେ ସକ୍ରିୟ ରହି ଥିବା ବେଳେ ଅଞ୍ଚଳର ବିକାଶ ପାଣ୍ଠି କୁ ଦୁରୁଉପଯୋଗ କରିଆସୁଛନ୍ତି ।

ଏହି ଏକାଧିକ ଅଭିଯୋଗ ମଧ୍ୟରୁ ଅଞ୍ଚଳରେ ବିକାଶ ପାଇଁ ଆସିଥିବା ପାଣ୍ଠି କୁ ସମ୍ପୂର୍ଣ୍ଣ ଭାବେ ଦଳୀୟ ପାଣ୍ଠି ଭଳି ବ୍ୟବହାର କରୁଥିବାବେଳେ ପ୍ରତି ବର୍ଷର କାର୍ଯ୍ୟ ଖସଡ଼ା କୁ ଅନ୍ୟ ଗ୍ରାମବାସୀ ସମେତ ସଭ୍ୟସଭ୍ୟା ମାନଙ୍କ ଅଜ୍ଞାତ ରେ ମନମୁଖୀ ଖସଡ଼ା ପ୍ରସ୍ତୁତ କରିଆସୁଛନ୍ତି। ଫଳରେ ଏସ ଏଫ ସି , ସି ଏଫ ସି ସମେତ ଏମ ଜି ଏନ ଆର ଜି ଏ ପାଣ୍ଠି ର ଦୁରୂଉପଯୋଗ କରିବାରେ ସେମାନଙ୍କୁ ସହାୟକ ହେଉଛି । ଏଭଳି ଅନିୟମିତତା ସମ୍ପର୍କରେ ପ୍ରତିବାଦ ଜଣାଇଲେ ଅଭିଯୋଗ ପ୍ରତି ଭୁକ୍ଷେପ କରାଯାଉନାହିଁ । ହେଲେ ଆଲୋକୀକରଣ , ଏମ ଜି ଏନ ଆର ଜି ଏ କାମରେ ବ୍ୟାପକ ଘୋଟଲା କରାଯାଇଥିବା ବେଳେ ଏସ ଏଫ ସି ଓ ସିଏଫସି ପାଣ୍ଠି କୁ ବ୍ୟକ୍ତିଗତ ବ୍ୟବହାର କରାଯାଇଛି । ଏଣୁ ଜିଲ୍ଲା ପାଳ ଙ୍କର ହସ୍ତକ୍ଷେପ ପରେ ଏହାର ସ୍ୱତନ୍ତ୍ର ଅଡିଟ ସହିତ ନିରପେକ୍ଷ ତଦନ୍ତ ପାଇଁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି ।

ପୂର୍ବରୁ ଏଭଳି ଅନିୟମିତତା କୁ ନେଇ ବ୍ଲକ ଓ ଜିଲ୍ଲା ସ୍ତରରେ ଅଭିଯୋଗ କରାଯାଇଥିବାବେଳେ କୌଣସି କାରଣ ରୁ ପ୍ରଶାସନ ତରଫରୁ କର୍ଣ୍ଣପାତ ହେଇପାରୁ ନ ଥିବା ସ୍ଥିତିରେ ବର୍ତ୍ତମାନ ରାୟଗଡା ଜିଲ୍ଲାପାଳ ଙ୍କର ଦୁର୍ନୀତି ମୁକ୍ତ କାର୍ଯ୍ୟଶୈଳୀକୁ ସାରା ଜିଲ୍ଲା ରେ ହୋଇ ଚଇ ସୃଷ୍ଟି କରିଥିବା ବେଳେ କାଶୀପୁର ବ୍ଲକ ରେ ହେଉଥିବା କ୍ରମାଗତ ଦୁର୍ନିତ ଠାରୁ ଉପଶମ ମିଳିବ ବୋଲି ଆଶା ର କିରଣ ସଂଚାର ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜିର କାର୍ଯ୍ୟକ୍ରମ ରେ ଚନ୍ଦ୍ରଗିରି ଗ୍ରାମପଞ୍ଚାୟତ ର ଅନ୍ୟ ମାନଙ୍କ ମଧ୍ୟରେ ସଭ୍ୟା ମଙ୍ଗଳ ଦେଇ ମାଝି, ସଭ୍ୟ ଉଦୟ ସିଂ ମାଝି , ସଭ୍ୟା କୁନିଦେଇ ମାଝି, ସଭ୍ୟା ଜୟନ୍ତୀ ନାଏକ, ସଭ୍ୟ ରାମଦାସ ମାଝି ,ସଭ୍ୟା ବବି ନାଏକ, ବୁଦ୍ଧିଜୀବି ମଧ୍ୟରୁ ନରେନ୍ଦ୍ର ନାଏକ, ରତିକାନ୍ତ ନାଏକ, ସତ୍ୟ ସୁନ୍ଦର ମାଝି, ସାନିଆ ମାଝି, ଗୋବିନ୍ଦ ନାଏକ, ଋପ ଧର ମାଝି ,ଅର୍ଣ୍ଣ ଚନ୍ଦ୍ର ମାଝି ଓ ଶଙ୍କର ନାଏକ ସମେତ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

କିଆରେଶ୍ୱର ଅଂଚଳରେ ଥିବା ବେଆଇନ ଜବର ଦଖଲକାରୀଙ୍କୁ ଉଚ୍ଛେଦ 

Posted by - May 8, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ତହସିଲ ପକ୍ଷରୁ କିଆରେଶ୍ୱର ଅଂଚଳରେ ଥିବା ବେଆଇନ ଜବର ଦଖଲ କାରୀ ଙ୍କୁ ଉଚ୍ଛେଦ କରାଯାଇଛି। ଆଗକୁ ଲଘୁଚାପ ଜନିତ…

ଶିଶୁ ପାଇଁ ଦିନ ଟିଏ ପାଳିତ ହୋଇଯାଇଛି

Posted by - December 25, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସର ରେ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ପ୍ରମିଲା ମହାନ୍ତି ଙ୍କ ସଭାପତିତ୍ୱ ରେ…

ଖପ୍ରାଖୋଲରେ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ବୈଠକ, ନୂତନ କର୍ମକର୍ତ୍ତା ଚୟନ

Posted by - February 12, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ପରିସରରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ପାଟଣାଗଡ଼ ଡିଭିଜନ ସମ୍ପାଦକ ଶିବାନନ୍ଦ ପରିଚ୍ଛାଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର କର୍ମଚାରୀଙ୍କୁ…

ମନମୁଣ୍ଡା ଡ୍ରାଇଭର ସଂଘ କାର୍ଯ୍ୟାଳୟ ଉଦଘାଟନ ଏବଂ ବୈଠକ

Posted by - January 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ଡ୍ରାଇଭର ସଂଘ କାର୍ଯ୍ୟାଳୟ ଗୃହ ଗାନ୍ଧୀ ଛକ ଠାରେ ଆଜି ଉଦଘାଟନ ହୋଇଯାଇଛି।ମନମୁଣ୍ଡା ଡ୍ରାଇଭର ସଂଘ ସଭାପତି ଅଞ୍ଜନ କୁମାର ପଟ୍ଟନାୟକ ଏହାକୁ…