ବିଧାନସଭା ଷ୍ଟାଣ୍ଡିଂ କମିଟି ଗସ୍ତ ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ

52 0

ବୌଦ୍ଧ:୦୫ା୯ : (ଚିତ୍ତରଂଜନସିଂ)ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ପ୍ରତିନିଧି ମଣ୍ଡଳୀ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଆସନ୍ତା ୭ ତାରିଖ ଦିନ ବୌଦ୍ଧଜିଲା ଗସ୍ତ କରି ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ହସ୍ତତନ୍ତ ବୟନ ହସ୍ତଶିଳ୍ପ ବିଭାଗ,ଯୋଗାଣ ବିଭାଗ,ସମବାୟ ସମିତି ବିଭାଗର କାର୍ଯ୍ୟ ନେଇ ଏହି କମିଟି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ସମସ୍ତ ତଥ୍ୟ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ଶ୍ରୀସାହୁ ନିର୍ଦ୍ଦେଶ ଦେଇଥିଲେ । ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ମହୀଧର ରଣା ଏବଂ ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶିରୀଙ୍କ ସମେତ ସଂପୃକ୍ତ ବିଭାଗର ୧୫ ଜଣ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ ବୋଲି ଜଣାଯାଇଛି ।

ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଏପିଡି ପ୍ରତାପ ଚନ୍ଦ୍ର ପ୍ରଧାନ,ଉପଜିଲ୍ଲାପାଳ ସନତ କୁମାର ନାଏକ,ନିଜାରତ ଅଧିକାରୀ ବିଜୟ କୁମାର ପ୍ରଧାନ,ଜିଲ୍ଲା ଯୋଗାଣ ଅଧିକାରୀ ବିଭୁପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Post

କନିଷ୍ଠ ଶିକ୍ଷକଙ୍କ ଦରମା ହାର ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - January 6, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦରମା ବୃଦ୍ଧି ପାଇଁ ଦୀର୍ଘଦିନ ରୁ ଦାବି ହେଉଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ କାର୍ଯ୍ୟରତ…

ଦେଢ଼ ବର୍ଷପରେ କୋରେଇ ପଞ୍ଚାୟତ ସମିତି ବୈଠକ ବସିଲା, କରୋନା ଭୁତାଣୁ ସଂପର୍କରେ ସଚେତନା କଲେ

Posted by - March 21, 2020 34
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ୨୦୧୯(କୋଭିଡ଼ -୧୯) ମହାମାରୀ ଆକାର ଧାରଣ କରିଛି । ସମଗ୍ର ବିଶ୍ୱବାସୀ କରୋନା ଭାଇରସ୍ ପାଇଁ ଆତଙ୍କିତ…

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

Posted by - April 2, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶିକ୍ଷା ବର୍ଷ ୨୦୨୨/୨୩ ପାଇଁ ବିଦ୍ୟାଳୟ ଖୋଲିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶ୍ରୀ ଦାଦି ଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ…

ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ କଲ୍ୟାଣ ଟ୍ରଷ୍ଟ ଗଠନ

Posted by - December 4, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମାଜସେବା କରିବା ପାଇଁ ଅଭିନବ ପଦକ୍ଷେପ ନେଲେ ସମ୍ବଲପୁର ର ପୁର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ । ନିଜେ ବିଧାୟିକା ହେବା ପରଠାରୁ ବର୍ତ୍ତମାନ…