ବୁଢ଼ୀବାହାଳରେ ୨୪ତମ ନୁଆଖାଇ ଭେଟଘାଟ , ନାଚ ଗୀତରେ ଦୁଲୁକିଲା ମଞ୍ଚ, କୃତି ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା

40 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ ଗାଁ ରେ ୨୪ ତମ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି l ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସୁଶୀଲ କୁମାର ପୋଢ଼ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ କଲାକାହୁ ସାହୁ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖକ ବୀରେନ୍ଦ୍ର ପାଣ୍ଡେ, ସମ୍ମାନିତ ଅତିଥିରୂପେ ଅଭୟ ତ୍ରିପାଠୀ, ସାମାଜିକ କର୍ମୀ ତଥା ଟ୍ୱିଟର ଗାର୍ଲ ଦୀପା ବାରିକ, ଦିବସ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ନୁଆଁଖାଇ ପର୍ବର ବୈଶିଷ୍ଟ୍ୟ ଉପରେ ଅତିଥି ମାନେ ଆଲୋକପାତ କରିଥିବା ବେଳେ ଏହି ପର୍ବ ଆମକୁ ଏକତା ଓ ଭାଇଚାରା ର ପ୍ରତୀକ ବୋଲି କହିଥିଲେ l

ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ର ରେ କୃତି ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଟ୍ୱିଟର ମାଧ୍ୟମରେ ଶହ ଶହ ଲୋକଙ୍କ ସମସ୍ୟା ସମାଧାନ କରୁଥିବା ଟ୍ୱିଟର ଗାର୍ଲ ଦୀପା ବାରିକ, ଦିବସ ସାହୁ, ଲେଖକ ବୀରେନ୍ଦ୍ର ପାଣ୍ଡେ, ସମାଜସେବୀ ସୁଦିପ କୁମାର ସୁଆର, କୋଶଳ ଏକତା ମଞ୍ଚ ସଦସ୍ୟ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ବିଭିନ୍ନ କ୍ଷେତ୍ରରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାନପତ୍ର ଦେଇ ଅତିଥିମାନେ ସମ୍ମାନିତ କରିଥିଲେ l ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ନାଚଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଚାରକ ରୂପେ ରିମା ବାଗ ଯୋଗଦେଇଥିବା ବେଳେ ଦେବରାଜ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସାଇରମ ସାହୁ, ବିଷମ ବିଶ୍ୱାଳ, ଶିବରାମ ପୁଟେଲ ସମେତ ଗ୍ରାମବାସୀ ସହଯୋଗ କରିଥିଲେ l

Related Post

ହରଭଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ଦାବି ନେଇ ବିକ୍ଷୋଭ ଓ CDMO ଙ୍କ ଉଦେଶ୍ୟ ରେ ଦାବିପତ୍ର

Posted by - October 5, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଠାରେ ଅଂଚଳ ବାସୀଙ୍କ ଏକ ଶୋଭାଯାତ୍ରା ସହିତ “ଆମର ଦାବି ସରକାର ପୂରଣ କର, ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଉ ନଥିବା ANM ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡ଼ୁମେରଗୁଡା ପଞ୍ଚାୟତବାସି

Posted by - July 30, 2022 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) ଗୋଲାମୁଣ୍ଡା ଥାନା ଡ଼ୁମେରଗୁଡା ଗ୍ରାମ ପଂଚାୟତରେ ଡ଼ୁମେରଗୁଡା ଓ କିର୍କାକାନି ସ୍ଥିତ ANM କୁଆଟରେ ଦୀର୍ଘ ଦିନ ହେଲା ANM ରହୁ…

କଳାହାଣ୍ଡି ରେ ରବି ଋତୁ ଧାନ କ୍ରୟ ପାଇଁ ଜିଲ୍ଲାସ୍ତରୀୟ କମିଟି ବୈଠକ

Posted by - April 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଚଳିତ ରବି ଋତୁରେ ଉତ୍ପାଦିତ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼…

ଆଜାଦି କା ଅମୃତ ମହୋତ୍ସଵ କୁ ନେଇ ଆସନ୍ତା ୧୨ ରୁ ୧୫ ଯାଏଁ ବିଜେପି ପକ୍ଷରୁ ଆୟୋଜନ କରାଯିବ ବିବିଧ କାର୍ଯ୍ୟକ୍ରମ

Posted by - August 10, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତୀ ଅବସରେ ୨୦୨୧ ମସିହା ସ୍ୱାଧୀନତା ଦିବସ ରୁ ୨୦୨୨ ସ୍ୱାଧୀନତା ଦିବସ ଯାଏଁ ଚଳିତ ବର୍ଷ…