ଜିଲା ସ୍ତରୀୟ ନୂଆ ଖାଇ ଭେଟଘାଟ ଉତ୍ସବ ମହା ସମାରୋହରେ ପାଳିତ

59 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲା ସ୍ତରୀୟ ନୂଆ ଖାଇ ଭେଟଘାଟ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲପାଳ ଅକ୍ଷୟ କୁମାର ମଲ୍ଲିକ ସଭାପତିତ୍ୱରେ ଜିଲା ପରିଷଦ ଅଧ୍ୟକ୍ଷ ନଳିନୀ ପ୍ରଭା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଏବଂ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ ପ୍ରମୁଖ ଯୋଗ ଦେଇ ପଶ୍ଚିମ ଓଡିଶାର ଏହି ଗଣପର୍ବ ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ପ୍ରମୁଖ ଯୋଗ ଦେଇ ନୂଆଖାଇ ପର୍ଵ ର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବାକୁ ନିବେଦନ କରିଥିଲେ l

ଅନ୍ୟତମ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥି, ଜିଲ୍ଲା ସଂସ୍କୃତ ଅଧିକାରୀ ଦୃଯ୍ୟଧନ ମଳିକ ଯୋଗ ଦେଇ ପଶ୍ଚିମ ଓଡ଼ିଶାର କଳାସଂସ୍କୃତିର ବିକାଶ ତଥା ସମୃଦ୍ଧି ଉପରେ ପର୍ଯ୍ୟବେଷିତ ନୂଆଁଖାଇ ପର୍ବ ହେଉଛି ସଦ୍‍ଭାବସମନ୍ୱୟ ଓ ଏକତାର ବୋଲି କହିଥିଲେ ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

Related Post

ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

Posted by - May 18, 2022 0
ଭୁବନେଶ୍ବର :ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ।ଏହି…

ଦିଲ୍ଲୀ ରାଂପସୋ ରେ ଚମକିଲେ ସମ୍ବଲପୁରୀ ଡିଜାଇନର

Posted by - July 5, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆନ୍ତର୍ଜାତୀୟ ରାଂପ ସୋ ରେ ବାଜି ମାରିଲେ ସମ୍ବଲପୁର ସହରର ଡିଜାଇନର ଅନୁଷ୍ଠାନ । ସାରା ଦେଶର ଜଣାଶୁଣା ସବୁ ଡିଜାଇନର ଙ୍କ ଡିଜାଇନକୁ ଫଛରେ…

ବେଆଇନ ମଦ ବିକ୍ରି ଖବର ପାଇ ଚଢ଼ଉ ବେଳେ ବ୍ୟାପକ ପରିମାଣରେ ପିଡ଼ିଏସ ଚାଉଳ ଜବତ

Posted by - February 23, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରର ମହାରାଜ ସାଗର କଡ଼ରେ ନୂତନ ଭାବେ ଆଇ ଲଭ ଟିଟିଲାଗଡ଼ ସେଲଫି ପଏଣ୍ଟ ଠାରେ ମଦୁଆ ଡେରା ପକାଉଥିବା ତଥା…

କୁମ୍ଭକର୍ଣ୍ଣ ନିଦ୍ରରେ ସ୍ବାସ୍ଥ୍ୟ ବିଭାଗ, ରୋଗୀ ହନ୍ତସନ୍ତ

Posted by - February 26, 2022 0
ମୁନିଗୁଡ଼ା;(ରମାକାନ୍ତ ପଡାଲ)ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିନରେ ଥିବା କୁମୁଡାବାଲି ଉପ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୁଇ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଡ଼ାକ୍ତର ବାବୁ…