ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ନୂଆଖାଇ ପାଇଁ ସମଗ୍ର ହରଭଙ୍ଗା ବ୍ଲକର -ଧର୍ମନଗର, ସୁରୁଣ୍ଡି, ଭେଜିଗୋରା, ଅଯୋଧ୍ୟା, କୁଶଙ୍ଗ ଆଦି ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାଗ୍ନ ଲାଗି କରାଯାଇଛି। ଘଣ୍ଟ ଘଣ୍ଟା ଧ୍ଵନିରେ ଗ୍ରାମବାସୀ ମାନେ ଦେବୀ ପୀଠକୁ ଯାଇ ପୂଜା ଅର୍ଚ୍ଚନା କରିଥିଲେ। ଦେବୀ ଙ୍କ ନିକଟରେ ନୂଆ ଧାନର ଖିରି କରାଯାଇ ଦେବୀ ଙ୍କ ନିକଟରେ ଲାଗିଥିଲା।
ଏବଂ ଦେବୀଙ୍କ ନିକଟରେ ଭୋଗଲାଗି ପରେ ଗ୍ରାମବାସୀ ମାନେ ଏକାଠି ବସି ପ୍ରସାଦ ପାଆନ୍ତି। ନୂଆଖାଇ ରେ ଆଉ ଏକ ଭାଇଚାରା ର ପରମ୍ପରା ହେଲା ବ୍ୟବହାର ଆଦାନ ପ୍ରଦାନ ହେଲେ । ଗତବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତ ତଥା ଶୋଭାଯାତ୍ରା ଅନୁଷ୍ଠିତ ହୋଇନଥିଲା।ଚଳିତ ବର୍ଷ ଗ୍ରାମବାସୀ ମାନେ ଏକତ୍ର ହୋଇ ନୂଆଖାଇ ପର୍ବ ଆନନ୍ଦରେ ପାଳିତ କରିଛନ୍ତି ।