ବୌଦ୍ଧ ଜିଲ୍ଲା ରେ ରକ୍ତସଂଗ୍ରହ କରିବା ପାଇଁ ପରିଚାଳନା କମିଟିର ବ୍ୟାପକ ପ୍ରସ୍ତୁତି

44 0

ବୌଦ୍ଧ:( ଚିତ୍ତରଂଜନସିଂ)ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଓଡିଶା ରକ୍ତ ଭଣ୍ଡାର ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସିଡ଼ିଏମଓ ଡା. ଅଭୟ କୁମାର dଦାସ ରକ୍ତ ଭଣ୍ଡାରର ବିଭିନ୍ନ କାର୍ଯ୍ୟକ୍ରମ ଓ ଗତବର୍ଷର ଆୟ ବ୍ୟୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଡି ଏମ ଓ ମେଡିକାଲ ଡ଼ା. ସଂଘମିତ୍ରା ପଣ୍ଡା ବୌଦ୍ଧ ଜିଲ୍ଲାରେ ରକ୍ତର ଆବଶ୍ୟକତା ସମ୍ପର୍କ ରେ ଆଲୋଚନା କରିଥିଲେ l ଜିଲ୍ଲାପାଳ ଶ୍ରୀ ସାହୁ ଆବଶ୍ୟକତା ରହିଥିବା ପଦବୀ ପୂରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l

ଆସନ୍ତା ଡ଼ିସେମ୍ବର ମାସ ୨୦୨୨ସୁଦ୍ଧା ଦରକାର ପଡୁଥିବା ଦୁଇ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା l ଆମ ପରିବାର ତରଫରୁ ୮୦୦ ୟୁନିଟ, ମାରୱାଡି ଯୁବା ମଞ୍ଚ ତରଫରୁ ୪୦୦ ୟୁନିଟ, ଯୁବ ରେଡ଼କ୍ରସ ତରଫରୁ ୨୦୦ ୟୁନିଟ, ଡ୍ରଗ୍ସ କଣ୍ଟ୍ରୋଲ ତରଫରୁ ୧୦୦ ୟୁନିଟ, ଗଡଜାତ ମହୋତ୍ସବ ତରଫରୁ ୧୦୦ ୟୁନିଟ, ପୋଲିସ ତରଫରୁ ୨୦୦ ୟୁନିଟ ସଂଗ୍ରହ କରିବା ପାଇଁ ଚୂଡାନ୍ତ ହୋଇଥିଲା l ଆସନ୍ତା ୨୦୨୩ ବର୍ଷ ପାଇଁ ଛ ହଜାର ୟୁନିଟ ସ୍ବେଛାକୃତ ରକ୍ତ ସଂଗ୍ରହ କରିବା ପାଇଁ ସମସ୍ତ ଅନୁଷ୍ଠାନ ମାନଙ୍କୁ ଡାକି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଥିଲା l

ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ବୌଦ୍ଧଗଡ଼ ଏନ. ଏ. ସି. ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଉପ ଜିଲ୍ଲାପାଳ ସନତ କୁମାର ନାଏକ, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବିକେ ଆର ସି ହେମ୍ବ୍ରମ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂ, ବିଶ୍ୱଜିତ ମିଶ୍ର, ଶଶାଙ୍କ ଶେଖର ମିଶ୍ର, ଦେବାଶିଷ ପୁରୋହିତ, ପ୍ରବୀର କୁମାର ଦାସ, ସଂଜୟ କୁମାର ପଣ୍ଡା, ଅଙ୍କିତ ଅଗ୍ରୱାଲ ଏବଂ ରକ୍ତ ଭଣ୍ଡାର ର ଟେକନିସିଆନ ଚତୃଭୁଜ ବାରିକ, ରଘୁନାଥ ସାହୁ ଅଂଶଗ୍ରହଣ କରିଥିଲେ l

Related Post

ପୌରପାଳିକା ପକ୍ଷରୁ ସହରରେ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

Posted by - November 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )  ପୌରପାଳିକା ପକ୍ଷରୁ ସହରରେ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ରାଜସ୍ୱ ଅତିରିକ୍ତ ଜିଲାପାଳ  ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ସହରକୁ କିପରି ସ୍ୱଚ୍ଛ ରଖାଯିବ ସେ ନେଇ ପରାମର୍ଶ ଦେଇଥିଲେ ।  ଧିରେ ଧିରେ ସହରରେ ପରିମଳ ବ୍ୟବସ୍ଥା ସୁଧୁରୁଥିବା ବେଳେ ଆଗକୁ ଏହା ରାଜ୍ୟର ୧ନଂ ସ୍ୱଚ୍ଛ ପୌରପାଳିକା କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ । ଆଗାମୀ ଦିନରେ ଏହିପରି ପ୍ରଶିକ୍ଷଣ ଶିବିର କରାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ ।

କଣ୍ଟାମାଳ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

Posted by - February 7, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହେବ ସେଥିପାଇଁ ଆରମ୍ଭ କରା ଯାଇଛି ଜିଲ୍ଲା ପ୍ରଶାସନ…

ଧର୍ମପ୍ରାଣା ମହିଳାଙ୍କ ଦେହାନ୍ତ

Posted by - July 9, 2020 21
ବରୀ:(ସ୍ନେହଂଶୁ ଶେଖର ମହାନ୍ତି ) ବରୀବ୍ଲକ ରଂପା ଗ୍ରାମର ଧର୍ମପ୍ରାଣା ମହିଳା ତିଳତମା ମହାନ୍ତିଙ୍କର ମଙ୍ଗଳବାର ଭୋର ୪ଟା୧୦ ମିନିଟରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଦେହାନ୍ତ…

ଗୋପବନ୍ଧୁ ଡିଗ୍ରୀ କଲେଜରେ “ବିଶ୍ୱ ମାନବାଧିକାର ଦିବସ’ ପାଳିତ

Posted by - December 10, 2021 0
କାଲିମେଳା:(ଅବଦୁଲ ଗନି)ସ୍ଥାନୀୟ ଗୋପବନ୍ଧୁ ଡିଗ୍ରୀ କଲେଜରେ ଏନଏସଏସ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇ ଯାଇଛି l ଏନଏସଏସର ପ୍ରଗ୍ରାମ ଅଫିସର ଇଂରାଜୀ ଅଧ୍ୟାପକ ଡ଼…

ଗଛ ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

Posted by - September 24, 2021 0
ସୋର:(ପ୍ରଭାକର ମଲ୍ଲିକ)ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ସାହୁଡି ପଞ୍ଚାୟତ ନ ଡି ଆଳ ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁତ୍ର ଲମ୍ବୁଧର ବେହେରା ବୟସ 45 ବର୍ଷ ।…