ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

142 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିୟାଭଟ୍ଟା , ଲକଟିପଖନା, ତିନୋଟି ଗ୍ରାମବାସୀଙ୍କ ତିରିଶ ଏକର ରୁ ଉର୍ଦ୍ଧ୍ବ ଏକର ମକା ଫସଲ ନଷ୍ଟ ଘଟଣା ରେ ଜଙ୍ଗଲ ସୁରକ୍ଷା କମିଟି ତରଫରୁ ଜିଲ୍ଲାପାଳ ଙ୍କୁ ୮ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ଉମରକୋଟ ବ୍ଲକ ଅନ୍ତର୍ଗତ ଭିଏସଏସ ତଥା ଏଫଆରସି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତରଫରୁ ଶହ ଶହ ମହିଳା ଓ ପୁରୁଷ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକ ନିକଟରୁ ଏକ ରାଲ୍ଲୀ ରେ ବାହାରି ସହର ପରିକ୍ରମା କରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ଠାରେ ଚାଲିଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ପହଞ୍ଚି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

କମିଟି ତରଫରୁ ବାରମ୍ବାର ଅନୁରୋଧ ପରେ ମଧ୍ୟ ଆଇନର ଖିଲାପ କରି ତିନୋଟି ଗ୍ରାମବାସୀ ଜଙ୍ଗଲ ନଷ୍ଟ କରି ସେଠାରେ ମକା ଚାଷ କରିଥିଲେ ଯାହାକୁ ନେଇ ସେମାନେ ଉତକ୍ଷିପ୍ତ ହୋଇ କେବଳ ବେଆଇନ ଭାବେ ଲଗାଯାଇଥିବା ମକା ଫସଲ ନଷ୍ଟ କରିଥିବା ସ୍ୱୀକାର କରିବା ସହିତ କାହାର ଘରେ କିମ୍ବା ଅସ୍ଥାୟୀ କୁଡ଼ିଆରେ ନିଆଁ ଲଗାଇବା ଘଟଣା କୁ ମନା କରିଛନ୍ତି । ଗ୍ରାମବାସୀ ମାନେ ଅନ୍ୟ ଲୋକ ର ପ୍ରରୋଚନାରେ ନିଜେ ନିଜେ ନିଜ କୁଡ଼ିଆରେ ଓ ଫସଲ ରେ ନିଆଁ ଲଗାଇ ତିନୋଟି ଗ୍ରାମବାସୀ ଙ୍କ ଉପରେ ଦୋଷ ଲଦି ଦେଉଥିବା ଅଭିଯୋଗ କରିଛନ୍ତି

ଏଥିସହ ସେହି ବ୍ୟକ୍ତି ବିଶେଷ ଙ୍କ ସହାୟତାରେ ତିନି ଗ୍ରାମବାସୀ ଙ୍କ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ସେମାନଙ୍କ ମକା ଫସଲ ନଷ୍ଟ କରିଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରି ନିଜ ଦୋଷ ଲୁଚାଇବା ପାଇଁ ଚାପ ପ୍ରୟୋଗ କରିବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି । ତେଣୁ ଘଟଣାରେ ଗ୍ରାମବାସୀ ଙ୍କୁ ଆଇନକୁ ଭାଙ୍ଗି ଜଙ୍ଗଲ ନଷ୍ଟ କରିବାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ସଂଘ । ନଚେତ ସେମାନେ ଆଉ ଜଙ୍ଗଲ ସୁରକ୍ଷା କରିବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି । ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ଦାବି ଗୁଡିକୁ ପୁରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

 

Related Post

ଧଣ୍ଡାମୁଣ୍ଡା ଠାରେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ବୈଠକ

Posted by - February 2, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଠାରେ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘ ବୈଠକ ମଙ୍ଗଳ ବାର ଅନୁଷ୍ଠିତ ହୋଇଯାଇଛି lବୈଠକରେ ସଂଘ ର ସଭାପତି…

ସତ୍ୟସାଇ ସଙ୍ଗଠନ ତରଫରୁ ନିଃଶୁଳ୍କ ପ୍ରାଣୀ ଚିକିତ୍ସା ଶିବିର

Posted by - July 7, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ଜିଲ୍ଲା ସତ୍ୟସାଇ ସେଵା ସଙ୍ଗଠନ ଆନୁକୂଲ୍ୟରେ ଆଜି ହରଭଙ୍ଗା ପଞ୍ଚାୟତ ସ୍ଥିତ ଅରଖ ପଦର୍ ଗ୍ରାମ ରେ ‘ ସତ୍ୟସାଇ କରୁଣା’ କାର୍ଯ୍ୟକ୍ରମ ଅନ୍ତର୍ଗତ…

ଦଳିତଙ୍କୁ ବିଭାଜନ ପାଇଁ ଧର୍ମାନ୍ତୀକରଣ ବ୍ୟକ୍ତିଙ୍କ ଷଡଯନ୍ତ୍ର : ଆମ୍ବେଦକର ଦଳିତ ସେବା ସଂଘ

Posted by - August 7, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଆମ୍ବେଦକର ଦଳିତ ସେବା ସଂଘ ପକ୍ଷରୁ ବରୀ ମାଉଣ୍ଟ ସ୍ଥିତ ଜାଗୁଳାଇପୀଠ ପରିସରରେ କେଦାର ମଲିକଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ଗଞ୍ଜେଇ ଚୋରା ଚାଲାଣ ୬ ଗିରଫ

Posted by - August 9, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଅନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସୋନପୁର ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ…

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଧର୍ମଗଡ଼ ଏଲନିସି ମିସନ ସ୍କୁଲର ଛାତ୍ର ଚୁମନ ବାଘେଲ ୯୭% ମାର୍କ ରଖି ଉପାଖଣ୍ଡକୁ ଗୌରବାନିତ୍ୱ କଲେ

Posted by - July 25, 2022 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) ଚଳିତ ବର୍ଷର ୨୦୨୨ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଧର୍ମଗଡ଼ ଏଲନିସି ମିସନ ସ୍କୁଲର ଛାତ୍ର ଚୁମନ ବାଘେଲ ୯୭% ମାର୍କ…