ସରକାର ଓ ହିଣ୍ଡାଲକୋ କମ୍ପାନୀକୁ ପୁଣି ଚେତାବନୀ ,କୋଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚ

269 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଉତ୍କଳ ଆଲୁମିନା କାରଖାନା ଅବସ୍ଥାପିତ ହେବାପରେ କଂସାରୀ ଗୁଡା କୋଡ଼ିଙ୍ଗା ମାଳି ବକ୍ସାଇଟ ଖଣି ଖନନ ରେ ସେପଟେ ରାଜ୍ୟ ସରକାର ଓ କେନ୍ଦ୍ର ରେ ଅନେକ ପ୍ରକାର ମଞ୍ଜୁରୀ ର ବାଦବିବାଦ ର ଅପେକ୍ଷା ମଧ୍ୟରେ ଆଜିପର୍ଯ୍ୟନ୍ତ କୌଣସି ଠୋସ କାର୍ଯ୍ୟକାରୀ ହେଉନଥିବା ବେଳେ ,ବର୍ତ୍ତମାନ ବିଭିନ୍ନ କମ୍ପାନୀ ଯାହା, ହିଣ୍ଡାଲକୋ, ବେଦାନ୍ତ ଭଳି କମ୍ପାନୀ ର ଅଧିକାରୀ ମାନେ ଖାଣି ପ୍ରଭାବିତ ଅଞ୍ଚଳରେ ବେଆଇନ ଭାବେ ପଶି ଅନେକ କାର୍ଯ୍ୟକ୍ରମ କରି ଲୋକଙ୍କୁ ଭୁଆଁ ବୁଲେଇବାରେ ଲାଗିଛନ୍ତି ବୋଲି କୋଡ଼ିଙ୍ଗା ମାଳି ସୁରକ୍ଷା ମାଞ୍ଚ ତରଫରୁ ସ୍ୱରଉତଲନ କରିଛନ୍ତି ।କାରଣ ନିକଟ ଭବିଷ୍ୟତରେ କାଶୀପୁର ବ୍ଲକ ର ବିଭିନ୍ନ ଅଂଚଳରେ ବକ୍ସାଇଟ ଖଣି ଗଛିତ ଥିବା ହେତୁ ଏହାର ନିଲାମ ପ୍ରକ୍ରିୟା ଶେଷ ମଧ୍ୟ ହେଇଛି, ଏହି ପରିପ୍ରେକ୍ଷୀ ରେ ଅନେକ ନାମିଦାମୀ ଯଥା, ଆଦାନୀ,ବେଦାନ୍ତ ,ହିଣ୍ଡାଲକୋ ଭଳି ଅନେକ କମ୍ପାନୀ ଏହି ଦୌଡ଼ରେ ସାମିଲ ହୋଇଛନ୍ତି ।

ତା-29.08.2022ରିଖ ଦିନ କୋଡିଙ୍ଗାମାଳି ସୁରକ୍ଷା ମଞ୍ଚ ସଙ୍ଗଠନ ର ପ୍ରତିନିଧି ସଦସ୍ତ ହିଣ୍ଡାଲ୍କୋ କମ୍ପାନୀର କତ୍ତୃପକ୍ଷଙ୍କୁ କୋଂସାରିଗୁଡା ଅଫିସରେ ମିଶି କାରଖାନା ଆରମ୍ଭ ହେବା ବିଷୟରେ ଆଲୋଚନା କରିଥିଲେ । ଏହି ଆଲୋଚନା ମାଧ୍ୟମରେ ଜଣା ପଡିଲା ଯେ, ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୋଡିଙ୍ଗାମାଳି ଖଣି କୁ ହିଣ୍ଡଲ କ କୁ ପ୍ରଦାନ କରି ନାହାନ୍ତି ଵୋଲି କମ୍ପାନୀ କତ୍ତୃପକ୍ଷ କହିଥିଲେ ଏଵଂ ସରକାରଙ୍କ ସହିତ ସକରାତ୍ମକ ଆଲୋଚନା ଚାଲିଛି ଆଗାମୀ ଦିନରେ କୋଡିଙ୍ଗାମାଳି ଖଣି ଯଦି ହିଣ୍ଡଲୋ କୁ ପ୍ରଦାନ କରିଵେ ତା ନିଶ୍ଚୟ କମ୍ପାନୀ କରିଵୁ ବୋଲି ମତ ପ୍ରକାଶ କରିଛନ୍ତି ,ଏବଂ ସୁରକ୍ଷା ମଞ୍ଚ କୁ ଆଶ୍ୱସନା ଦେଇଥିଲେ ଯେ, ଖଣି ଆଜି ମିଳିଲେ କାରଖାନା କାଲିକୁ ଆରମ୍ଭ ହେଵ ଵୋଲି ହିଣ୍ଡାଲକୋ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ।

ଉପରପକ୍ଷରେ ଆଜି ସୁରକ୍ଷା ମଞ୍ଚ ହିଣ୍ଡାଲ୍କୋ କତ୍ତୃପକ୍ଷଙ୍କ ସହ ମିଳିତ ଭାବେ ଆଲଚନା ର କାରଣ କୋଡିଙ୍ଗାମାଳି ଖଣିକୁ ନେଇ ଵେଦାନ୍ତ କୋମ୍ପାନୀ ଲାଞୀଗଡ ର କିଛି ଅଧିକାରୀ ଆଜିକୁ ପ୍ରାୟ 2-3ମାସ ହେଲାଣି ଖଣି ପ୍ରଭାଵିତ ଅଞ୍ଚଳରେ କେଉଠି ଭଲିଭଲ ଟୁର୍ଣାମେଣ୍ଟ କରୁଛି ତ, କେଉଠି ଫୁଟବଲ ଟୁର୍ଣାମେଣ୍ଟ , କେଉଁ ବିଦ୍ୟାଳୟରେ ପଷାକ ବୋଣ୍ଟନ କରୁଛି ତ କେଉଁ ଵିଦ୍ୟାଳୟରେ ଵ୍ୟାଗ ଵଣ୍ଟନ କରୁଛି ।ଗତ ଏକ ମାସ ହେଲାଣି ଵେଦାନ୍ତ ର କିଛି ସଦସ୍ୟ ଖଣି ପ୍ରଭାଵିତ ଗ୍ରାମ ଗ୍ରାମକୁ ଵୁଲି ଲୋକଙ୍କୁ ଭକୁଆ ଵନାଉଛି। ଆଗାମୀ ଦିନରେ ପୁଣି କୋଡିଙ୍ଗାମାଳି ଖଣିକୁ ଚଲାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।କାରଣ ବିଭିନ୍ନ ଗ୍ରାମରେ ଯାଇ ଵିଭିନ୍ନ ଉକ୍ତି ରଖିବା ସହ ଵିଭିନ୍ନ ଲୋଭ ଦେଖାଉଛନ୍ତି।

ଏଥିରୁ ଜଣା ପଡୁଛି ଯେ ପ୍ରକୃତରେ ସରକାର ଏଠାରେ ଅତିଶିଘ୍ର କାରଖାନା ଆରମ୍ଭ କରିବା ପାଇଁ ଚାହୁ ନାହାନ୍ତି। କୋଡିଙ୍ଗାମାଳି ଖଣି କୁ ଵେଦାନ୍ତ କୋମ୍ପାନୀକୁ ଆଗାମୀ ଆଉ ପାଞ୍ଚ ରୁ ଦଶ ବର୍ଷ ବିକ୍ରି କରିବାକୁ ଇଛା କରୁଛନ୍ତି। ଯଦି ପାଞ୍ଚ, ଦଶ ଵର୍ଷ ଖଣି ଚାଲିବ ତାହା ହେଲେ କାରଖାନା ପ୍ରତିଷ୍ଟା ହେବା ଅସମ୍ଭବ ଆଉ କେବେ କାରଖାନା ହେଵ ନାହିଁ ବୋଲି ଆକଳନ କରାଯାଉଛି ।ସରକାରଙ୍କ ଘୋଷଣା ଘୋଷଣାରେ ହିଁ ସିମିତ ହୋଇ ରହିଯିବ ଓ ସରକାର ଲୋକଙ୍କୁ ଭକୁଆ ଵନେଇ ଆଗାମୀ 2024 ନିର୍ବାଚନ ପାରି ହୋଇ ଯିବା ଚିନ୍ତା କରୁଛନ୍ତି ମଞ୍ଚ ପ୍ରକାଶ ପାଇଛି।
ତେଣୁ ଅଞ୍ଚଳବାସୀଙ୍କୁ ଆପଣଙ୍କ ଗଣ ମାଧ୍ୟମରୁ ଅନୁରୋଧ କି’ ଵେଳ ଥାଉଣି ଵନ୍ଧ ବାନ୍ଧିବା ପାଇ ହେବ,ନଚେତ ଖଣି ସବୁ ସରିଯିଵ କିନ୍ତୁ କାରଖାନା ସ୍ଥାପନା କୌଣସି ଯୋଜନା ହୋବ ନାହି ବୋଲି ମଞ୍ଚ ସଦସ୍ୟ କ୍ଷବ ପ୍ରକାଶ କରିଥିଲେ ।ଏବଂ ମଞ୍ଚ ତରଫରୁ ମଧ୍ୟ ଚେତାଵନି କରିଛନ୍ତି କି ଆଗାମୀ ଦିନରେ ସରକାର ଓ କାରଖାନା ଅଞ୍ଚଳ ବାସୀଙ୍କୁ ଭୁଆଁ ନ ବୁଲାଇ କେନ୍ଦ୍ର ସରକାରଙ୍କ ଖଣି ଆଇନ ପ୍ରାଧିକରଣରେ କାରଖାନା ଯଥା ଶୀଘ୍ର ଆରମ୍ଭ କରିବା ବୋଲି ।

Related Post

ଯୁବତୀଙ୍କୁ ହତ୍ୟା ସନ୍ଦେହ,ହତ୍ୟା ପରେ ସ୍କୁଟିରେ ଆଣି ଫିଙ୍ଗି ଦେଇ ଚାଲିଗଲେ

Posted by - January 28, 2021 0
ଭୁବନେଶ୍ବର/ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯୁବତୀଙ୍କୁ ହତ୍ୟା ସନ୍ଦେହ। ହତ୍ୟା ପରେ ସ୍କୁଟିରେ ଆଣି ଦୁଇ ଜଣ ଯୁବକ ଫିଙ୍ଗି ଦେଇ ଚାଲିଗଲେ। ସିସି ଫୁଟେଜରେ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦିଲ୍ଲୀ ବାସଭବନରେ ଜାତୀୟ ପତାକା ଉତ୍ତୋଳନ

Posted by - August 16, 2020 0
ଭୁବନେଶ୍ବର :ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଦିଲ୍ଲୀ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ତାଙ୍କର ନିଜସ୍ବ ସେକ୍ରେଟାରୀ,…

ବରୀ ବ୍ଲକରୁ ଚିହ୍ନଟ ହେଲେ ଦୁଇ ନୂଆ କରୋନା ଆକ୍ରାନ୍ତ,ଯାଜପୁର ରେ ୪୭,ରାଜ୍ୟ ରେ ୧୫୬

Posted by - May 2, 2020 0
ଭୁବନେଶ୍ବର :ହଟସ୍ପଟ ପାଲଟିଛି ଯାଜପୁର ଜିଲ୍ଲା। ଆଜି ସକାଳେ ଏଠାରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ହାକୁ ମିଶାଇ…

ବିଂଝାରପୁର ବ୍ଲକ ସିଂହପୁର ପଂଚାୟତ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ପଞ୍ଚମ ଦିନରେ

Posted by - August 21, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ସିଂହପୁର ପଂଚାୟତ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ପଞ୍ଚମ ଦିନରେ ପହଂଚିଛି ।ପୂର୍ବତନ ସରପଂଚ ନିରଂଜନ ବେହୁରିଆଙ୍କ ନେତୃତ୍ୱରେ ଅନଶନକୁ ପ୍ରତିଦିନ…

ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା:,ଏମାନେ ହୋଇପାରନ୍ତି ମନ୍ତ୍ରୀ

Posted by - May 25, 2019 28
୨୦୧୯ର ଫଳାଫଳ ବାହାରି ସାରିଛି। ଏଥିରେ କିଛି ପୁରୁଖା ନେତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି ତ ପୁଣି କିଛି ନୂଆ ନେତା ବିଜୟ ସହ ନିଜର…