ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

24 0

ସୋନପୁର:(ଅଜିତ କୁମାର ପୁଜାହାରି)ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ୬୯ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l

ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୫୭ ଗୋଟି ଓ ସାମୁହିକ ଦରଖାସ୍ତ ୧୨ ଗୋଟି ରହିଥିଲା ଗ୍ରହଣ କରାଯାଇ ଥିବା ୬୯ ଗୋଟି ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର 32 ଗୋଟି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୩୭ ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲାI

ବିଡିଓ, ଉଲୁଣ୍ଡା ଶ୍ରୀ ହେମସାଗର ଭୋଇ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ନିହାର ରଞ୍ଜନ କଁହର, ଉପ ଜିଲ୍ଲାପାଳ, ବୀରମହାରାଜପୁର ଶ୍ରୀ ଅଶୋକ କୁମାର ଭୋଇ, ଉପ ଆରକ୍ଷୀ ଅଧିକାରୀ ଡ଼ୋଲାମଣି ଭୋଇ, ତହସିଲଦାର ବିପିନ୍ କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଉଲୁଣ୍ଡା ସଞ୍ଜୀବ ଦେହେରୀ, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l

 

Related Post

ଆଗାମା ପଞ୍ଚାୟତ ନିର୍ବାଚନ ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ଫେରି ପାଇବ କି ବିଜେଡି ପୁରୁଣା ଗଡ ??? ଚର୍ଚ୍ଚାରେ ଯୁବନେତା ଉତ୍ତମ

Posted by - December 9, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରେଙ୍ଗାଲି ଅଞ୍ଚଳରେ ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି । ଗତ ପଞ୍ଚାୟତ ନିର୍ବାଚନ…

ନବୀନଙ୍କ ନୂଆ ଟିମ , ୧୩ ଜଣ କ୍ୟାବିନେଟ ପାହ୍ୟା ଓ ୮ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ

Posted by - June 5, 2022 0
ଭୁବନେଶ୍ୱର: ଲୋକସେବା ଭବନର କନଭେନସନ୍ ହଲରେ ସମସ୍ତ ନୂତନ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର…

ବିନା କାରଣ ରେ ଗାଡି ଅଟକ ରଖି ଯୁବକ ଦ୍ବୟଙ୍କୁ ମାଡ ମାରି କିଆକଟା ପୋଲିସ ର ଗୁଣ୍ଡାରାଜ

Posted by - March 5, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ମଦ ପିଇ ଧମକାଇ ପୋଲିସ କରୁଛି ଗୁଣ୍ଡାରାଜ। ସବୁ ପ୍ରକାର ଯାଞ୍ଚ କରି ସାରିଲା ପରେ ମଧ୍ୟ ଗାଡି ରେ କିଛି ନ ପାଇବାରୁ ଗାଡି…

ଗୁମ୍ମା ଗ୍ରାମ ସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 20, 2022 0
ରାୟଗଡ। :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାୟଗଡ। ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ,…

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

Posted by - July 21, 2022 0
ଧର୍ମଗଡ଼: (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଉପରେ ମରଣାନ୍ତକ ଆକ୍ରମଣ କୁ ନେଇ କଳାହାଣ୍ଡି ସାମ୍ବାଦିକ ଙ୍କ ଉଦବେଗ…