ଶଗଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

49 0

ବୌଦ୍ଧ:୨୯ା୮ : (ଚିତ୍ତରଂଜନସିଂ)ବୌଦ୍ଧଜିଲ୍ଲା ବୌଦ୍ଧ ବ୍ଳକର ଶଗଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାରଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଶିବିରରେ ସମୁଦାୟ ୭୧ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୬୮ ଗୋଟି ବ୍ୟକ୍ତିଗତ ମାମଲା, ୩ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୩୮ ଗୋଟି ଅଭିଯୋଗକୁ ତତ୍କାଳ ଫଇସଲା କରାଯାଇ ସେଥିମଧ୍ୟରୁ ୩ ଗୋଟି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୩ ହଜାର ଟଙ୍କାର ସହାୟତା ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ୪ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା ।

ଏହି ଶିବିରରେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶି୍ୱନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ,ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଶଗଡା ସରପଞ୍ଚ ସନ୍ଧ୍ୟାରାଣୀ ମହାକୁଡ, ପୂର୍ବତନ ସରପଞ୍ଚ ସୁରଥ ମିଶ୍ର,ସାମାଜିକ କର୍ମୀ ରାଜିବ କର୍ମୀ,ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା,ଟିଆରଓ ମହାପାତ୍ର କୁଲଦୀପ ମହାନ୍ତି ଓ ସମସ୍ତ ଜିଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ବୌଦ୍ଧ ବ୍ଳକ ବିଡିଓ ଅବିନାଶ ପାଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

Related Post

ହେରା ପଞ୍ଚମୀ” ଦେଵ ଦମ୍ପତି ଙ୍କ ମାନବୀୟ ଲୀଳା

Posted by - July 7, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଏବେ ସମଗ୍ର ଜଗତ ଜଗନ୍ନାଥମୟ ହୋଇ ଉଠିଛି। ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଦାରୁଦେବତା ଜଗନ୍ନାଥ…

ଯାଜପୁର ସଂସ୍କୃତି ଭବନ ପରିସରରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ ଉତ୍ସବ ପାଳିତ

Posted by - February 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଂସ୍କୃତି ଭବନ ପରିସରରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଅଭିମନ୍ୟୁ ସାଂସ୍କୃତିକ ପରିଷଦ ଓ…

କଲ୍ୟାଣ ମଣ୍ଡପ ର ଶୁଭ ଉଦଘାଟନୀ ଉତ୍ସବ

Posted by - November 22, 2021 0
ହରଭଙ୍ଗା 🙁 ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ପଂଚାୟତ ସିଦ୍ଧପୁର ଗ୍ରାମରେ ବିରାଜିତ ବା ବା ସିଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆଜି ନୂତନ କଲ୍ୟାଣ ମଣ୍ଡପ…

ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ

Posted by - December 30, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ବୀରନରସିଂହପୁର ସ୍ଥିତ ରାମ କୃଷ୍ଣ ବାଳା ଶ୍ରମ କୁ ତ୍ରୟ ମାସିକ ପରିଦର୍ଶନ ରେ ଯାଇଥିଲେ l ରାମକୃଷ୍ଣ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯାଜପୁରର କୋରାଇ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଗସ୍ତ

Posted by - April 23, 2019 0
ଯାଜପୁର:ଆସନ୍ତା ୨୯ ତାରିଖ ୪ର୍ଥ ପର‌୍ୟ୍ୟାୟରେ ଯାଜପୁରରେ ହେବ ଭୋଟ୍ ଗ୍ରହଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁନର୍ବାର ଯାଜପୁର ଗସ୍ତରେ ଆସିଛନ୍ତି । ସେ…