ଲଗାଣ ବର୍ଷା ଓ ବନ୍ୟାରେ ଫସଲ ନଷ୍ଟ,ଚାଷୀ ମାନଙ୍କୁ ଘାରିଲା ଋଣ ବୋଝ

75 0

ବୌଦ୍ଧ(ଚିତ୍ତ ରଂଜନ ସିଂ)ମାସେ ରୁ ଅଧିକ ହେବ ଲଘୁଚାପ ଜନିତ ବର୍ଷା, ପରେ ବନ୍ୟା ଯୋଗୁଁ ଚାଷୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲିଟିଛି। ବନ୍ୟା ଓ ବର୍ଷା ଯୋଗୁଁ ହରଭଙ୍ଗା ବ୍ଲକର -ହରଭଙ୍ଗା, କୁଡ଼ାସିଙ୍ଗା,ବୁକେସିଙ୍ଗା,ଭେଜିଗୋରା, ସଦଳଗଣ୍ଡା, ଧଳପୁର, କୁମାରୀ, ତୀରଡ଼, ଡିଆଁଘାଟ, ସୁରୁଣ୍ଡି ଆଦି ଗ୍ରାମରେ ବିଭିନ୍ନ ଗହୀରର ଧାନଜମି ଦୀର୍ଘ ଦିନ ଧରୀ ଜଳମଗ୍ନ ହୋଇ ସହ -ସହ ଚାଷୀଙ୍କ ରୁଆ ଧାନ ପାଣିରେ ବୁଡ଼ି ସଢ଼ି ନଷ୍ଟ ହୋଇଥିବା ଦେଖାଦେଇଛି।ବହୁ କଷ୍ଟ ସ୍ୱକାର କରି ଓ ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ଚାଷୀମାନେ ଧାନ ରୋଇଥିଲେ।

ବାରମ୍ବାର ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଯୋଗୁଁ ଜମିରେ ପାଣି ରହିବାରୁ ସହ- ସହ ଏକର ରୁଆ ଧାନ ପଚି, ସଢ଼ି ଜମି ସବୁ ପଡିଆ ହେଇଗଲାଣି। ଏହି ସବୁ ଜମିକୁ ପୁଣି ଥରେ ରୋଇବା ପାଇଁ ଚାଷୀ ଖର୍ଚ୍ଚାନ୍ତ ହୋଇ କେତେକ ରୋଇଥିବା ଦେଖିବାକୁ ମିଳିଛି। ଆଉ କେତେକ ବିଲରେ ବର୍ଷା ପାଣି ଜମିରୁ ନିଷ୍କାସନ ହୋଇପାରୁନଥିବାରୁ ଜମି ସବୁ ପଡିଆ ହେଇଥିବାରୁ ଦେଖିବାକୁ ମିଳିଛି ।

ବର୍ଷକ କିପରି ପରିବାର ଚଳାଇବେ,ବିଶେଷ କରି ଧାନ ଚାଷ ପାଇଁ ବ୍ୟାଙ୍କ ଓ ସମବାୟ ସମିତିରୁ ଆଣିଥିବା ଋଣକୁ କିପରି ସୁଝିବେ ସେ ଚିନ୍ତା ଚାଷୀଙ୍କୁ ଘାରିଛି।ଫଳରେ ଧାନ ଚାଷ ଉଜୁଡି ଯିବାରୁ ଚାଷୀଙ୍କ ଦୁର୍ଦଶା ଦିଗୁଣିତ କରିଛି।ରାଜସ୍ଵ ବିବାଗର ଗତକାଲି କ୍ଷୟ କ୍ଷତି ଆକଳନ କରାଯାଇଛି। ଏଣୁ ରାଜ୍ୟ ସରକାର ଏହି ଅଂଚଳ ଚାଷୀଙ୍କର ଋଣ ଛାଡ଼ କରିବା ପାଇଁ ହରଭଙ୍ଗା ଅଂଚଳ ଚାଷୀ ସର୍ବଶ୍ରୀ ଭିକାରି ମାଝୀ, ବାଳକୃଷ୍ଣ ଭୋକ୍ତା, ଧ୍ରୁବଚରଣ ସାହୁ ପ୍ରମୁଖ ଦାବୀ କରିଛନ୍ତି। କୃଷି ବୀମା କରିଥିବା ଚାଷୀଙ୍କୁ ବୀମା ପ୍ରଦାନ ଚାଷୀମାନେ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି।

Related Post

ଝିଅ ଦେଖି ଫେରିବା ବେଳେ ହାଇୱା ଧକ୍କା ରେ ୩ ମୃତ ୧ ଗୁରୁତର

Posted by - June 5, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ବିନିକା ଥାନା ଅରିଗାଁ ଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ହାଇୱା ଧକ୍କା ରେ ୩ ମୃତ…

ଜୁଣଭଦ୍ରାରେ ଅସ୍ଥାୟୀ ପଟାପୋଲ ନିର୍ମାଣ ପାଇଁ ଦାବି

Posted by - June 1, 2021 0
ଯାଜପୁର: ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଞ୍ଚାୟତସ୍ଥିତ ବଲଭଦ୍ରପୁର ଗ୍ରାମକୁ ସଂଲଗ୍ନ କରୁଥିବା ଜୁଣଭଦ୍ରା ପୋଲର ମରାମତି ଅବ୍ୟବହିତ ପୂର୍ବରୁ ବାତ୍ୟା “ୟାସ” ସହ ଉପର…

ଜୁଲାଇ ମାସ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ

Posted by - June 16, 2022 0
ଭୁବନେଶ୍ଵର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆସନ୍ତା ଜୁଲାଇ ମାସ ୨୪ ତାରିଖରେ ଭାରତର ବର୍ତ୍ତମାନ ରାଷ୍ତ୍ରପତି ରାମନାଥ କୋବିନ୍ଦ ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ…

ବାହନଗା ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତର ଘଟଣା:-ବିଦ୍ୟାଳୟ ରୁ ଶିକ୍ଷକ ଆସି ଦେଲେ ଉଦଣ୍ଡ ଭାଷଣ

Posted by - September 8, 2021 0
ବାଲେଶ୍ଵର:(ସମରେନ୍ଦ୍ର ବାରିକ)ବାଲେଶ୍ଵର ଜିଲ୍ଲା, ବାହନଗା ବ୍ଲକ ର ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତର ଘଟଣା କୁ ନେଇ, ଉପୁଜିଛି ବିବାଦ। ବାହନଗା ସଚେତନ ନାଗରିକ ମଂଚ ପକ୍ଷରୁ, ୨୭ତାରିଖ…

ନକଲି କୋୱିନ୍ ଆପ ଲଞ୍ଚ କରାଯାଇ ନାହିଁ,ବ୍ୟକ୍ତିଗତ ତଥ୍ୟ ଦେଇ ଠକାମିର ଶିକାର ହୁଅନ୍ତୁ ନାହିଁ

Posted by - January 7, 2021 0
ଭୁବନେଶ୍ବର :କିଛି ଦିନ ତଳେ ଖବର ଆସିଥିଲା ​​ଯେ ସରକାରଙ୍କ ଘୋଷଣା ପରେ ଟିକା ପଞ୍ଜିକରଣ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରୁ କୋ-ୱିନ୍ ଆପ୍ ଡାଉନଲୋଡ୍ କରିବାକୁ…