Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଝାଡ଼ାବାନ୍ତି ମୃତ୍ୟୁ ପରିବାର କୁ ସାହା ହେଲେ ଦୁଇ ବନ୍ଧୁ

179 0

କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ କଲେରିଆ ମହାମାରି ର ପ୍ରକୋପ ଥମିବାର ନା ନେଉଥିବା ବେଳେ ପୁଣି ଆଉ ଏକ ମୁଣ୍ଡ ନେଇଛି ଗତକାଲି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।କାଶୀପୁର ବ୍ଲକ ଅନ୍ତର୍ଗତ ଗଡ଼ିବାଲି ପଞ୍ଚାୟତର ବାଲିଗୁଡା ଗ୍ରାମର ୪୫ ବର୍ଷୀୟ ଦୁକା ଗୌଡ଼ ନାମର ମହିଳା ,ସ୍ୱାମୀ ମିନୁ ଗୌଡ଼ ।ସେ ମାତ୍ର ଦୁଇଦିନ ପୁର୍ବରୁ ଝାଡା ବାନ୍ତି ରେ ଆକ୍ରାନ୍ତ ହାଇଥିଲେ ପ୍ରାଥମିକ ଚିକିତ୍ସା ପରେ ସ୍ଥିତି ଗମ୍ଭୀର ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା ।ଚିକିତ୍ସା ବେଳେ ଦୁକା ଗୌଡ଼ଙ୍କର ମୃତ୍ୟୁ ହୋଇଥିଲା।

ଅତି ଗରିବ ଶ୍ରେଣୀର ପରିବାର ହୋଇଥବା ହେତୁ ମିନୁଙ୍କ ପାଖରେ ଆର୍ଥିକ ଅବସ୍ଥା ଅତି ସଚନୀୟ ବେଳେ ସେ ନିଜ ସ୍ତ୍ରୀ ର ମୃତ ଶବକୁ ନିଜ ଗାଁ କୁ ନେବାପାଇଁ ଡହଳ ବିକଳ ହୋଇ ପଡୁଥିଲେ, ଠିକ ଏହି ସମୟରେ କାଶୀପୁର ନିବାସୀ ଦୁଇ ବନ୍ଧୁ ବିଶ୍ୱଜିତ ମହାନ୍ତି ଓ ରଞ୍ଜିତ ନାଏକ ମୃତ ପରିବାରଙ୍କ ହୃଦୟ ବିଦାରକ ଅବସ୍ଥାକୁ ଜାଣି ପାରି ତାଙ୍କୁ ଶାହାଯ୍ୟର ହାତ ବଢ଼େଇ ଥିଲେ।

ଶବ ସତ୍କାର ନିମନ୍ତେ କିଛି ଆର୍ଥିକ ସାହାଯ୍ୟ ଓ ଶବ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ର ସମସ୍ତ ବ୍ୟବସ୍ଥା ଏହି ଦୁଇ ବନ୍ଧୁ କରି ଏକ ମହାନ ମନୁଷ୍ୟତାର ପରିଚୟ ଦେଇ ଆମ ଅଞ୍ଚଳର ସମାଜ ପ୍ରତି ଉଦାହରଣ ପାଲଟିଛନ୍ତି ।ସୂଚନା ମିଳିଛି ଯେ ମୃତ ମହିଳାଙ୍କ ସ୍ୱାମୀ ମିନୁ ମଧ୍ୟ କଲେରିଆ ରେ ଆକ୍ରାନ୍ତ ଅଛନ୍ତି,ବର୍ତମାନ ଚିନୁଙ୍କ ଅବସ୍ଥା ମଧ୍ୟ ଅତି ସଙ୍କଟାପନ୍ନ ଥିବାର ଖବର ଆସିଛି ।

Related Post

ଭାରି ବର୍ଷା ସତ୍ତ୍ୱେ ମାରବାଡି ଯୁବାମଞ୍ଚର ଅନ୍ନପୂର୍ଣା ପ୍ରସାଦ ଯୋଜନା ଜାରି

Posted by - August 18, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ରାଜ୍ଯ ସରକାର ଆହାର କେନ୍ଦ୍ର ମାଧ୍ୟମରେ ଅସହାୟ ଲୋକଙ୍କ ନିମନ୍ତେ ପାଞ୍ଚ ଟଙ୍କାରେ ଭାତ ଡ଼ାଲମା ଖାଇବାକୁ ଦେଇଥାଏ ସୋମବାର ଠାରୁ ଶନିବାର…

ଓଏମ୍‌ଜି ରେକର୍ଡ଼ ବୁକରେ ବରୀ ପୁଅ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ

Posted by - May 17, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି)ବରୀ ମାଟିର ପୁଅ ଓଡ଼ିଶାର ବିଶିଷ୍ଟ ଖବରକାଗଜ ସଂଗ୍ରାହକ ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ହୋଇଥିବା ଶଶାଙ୍କ ଶେଖର ଦାଶଙ୍କ ନାମ ଓଏମ୍‌ଜି ରେକର୍ଡ଼…

ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି,ମନ ମରିଯାଇଛି ହେଲେ ମମତା ବଞ୍ଚିଛି

Posted by - June 4, 2021 0
ଭଦ୍ରକ: ଏଠି ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି । ମନ ମରିଯାଇଛି ହେଲେ ମମତା ବଞ୍ଚିଛି । ଭଦ୍ରକ ଜିଲ୍ଲା ରଣପଦା ଗାଁର ମାତାଜୀ…