ସେପ୍ଟେମ୍ବର ୧ ରୁ ଫାର୍ମାସିଷ୍ଟ ସେବା ସଂଘର ଆନ୍ଦୋଳନ ଚେତାବନୀ

31 0

ସମ୍ବଲପୁର:୨୭/୦୮ (ରମାକାନ୍ତ ବିଶ୍ବାଳ)ଓଡିଶା ଫାର୍ମାସିଷ୍ଟ ସେବା ସଂଘ ସମ୍ବଲପୁର ଆସୋସିଏସନ ତରଫରୁ ସେପ୍ଟେମ୍ବର ୧ ରୁ ଆନ୍ଦୋଳନ କରିବା ପାଇଁ ଆଜି ସମ୍ବଲପୁର ଠାରେ ଚେତାବନୀ ଦିଆଯାଇଛି । ସମ୍ବଲପୁର ଠାରେ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ବିଳନି ରେ କୁହାଯାଇଛି ଯେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ମେଡିକାଲ କଲେଜ ଓ ଚିକିତ୍ସାଳୟ ପର୍ଯ୍ୟନ୍ତ ଫାର୍ମାସିଷ୍ଟ ମାନେ ନିଜ ବୃରିଗତ କ୍ଷେତ୍ର ବ୍ୟତୀତ ଅନେକ ଆନୁସଙ୍ଗିକ ଦାୟିତ୍ଵ ନିଷ୍ଠାର ସହିତ କରିଆସୁଛନ୍ତି ।

ଚିକିତ୍ସକ ମାନଙ୍କର ଅନୁପସ୍ଥିତି ରେ ଜନସାଧାରଣ ଙ୍କୁ ସେବା ମଧ୍ୟ ଯୋଗାଇଆସୁଥିଲା ବେଳେ ଫାର୍ମାସିଷ୍ଟମାନଙ୍କ ପ୍ରତି ସରକାର ସର୍ବଦା ଅଣଦେଖା କରୁଥିବାରୁ ଆଜି ୟୁପିଏଚସି ଅଇଁଠାପାଲି କନ୍ସରେନ୍ସ ହଲ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସଂଘ ତରଫରୁ ଅଭିଯୋଗ କରାଯାଇଛି । ଏଥିସହ ମୂଳ ଦରମାର ବୃଦ୍ଧି କରି ଗ୍ରେଡ଼ ପେ ୨୪୦୦ ସ୍ଥାନରେ ୨୮୦୦ କରାଯିବ, ଚାକିରି ନିୟମିତ ହେବାର ଦୁଇ ବର୍ଷ ପରେ ସମସ୍ତଙ୍କୁ ପିବି- ୨, ଜି. ପି – ୪୨୦୦ ଦିଆଯିବ, ପଦୋନ୍ନତି ପରେ ସିନିଅର ଫାର୍ମାସିଷ୍ଟ ମାନ ନିଜ ଜିଲ୍ଲାରେ ନିଯୁକ୍ତି ଦିଆଯିବ, ଫାର୍ମାସିଷ୍ଟକ୍ୟାଡର ରିଜୋଲ୍ୟୁସନ ୦୧,୦୧, ୨୦୧୬ ବଦଳରେ ୨୪, ୦୮, ୨୦୧୩ ରୁ ଲାଗୁ କରାଯିବା, ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ଅଧିକ ପଦବୀ ସୃଷ୍ଟି କରାଯିବା , ଫାର୍ମାସିଷ୍ଟପଦବୀର ନାମ ପରିବର୍ତ୍ତନ କରାଯାଇ ଫାର୍ମାସିଷ୍ଟ ଅଫିସର କରାଯିବା ଓ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଫାର୍ମାସିଷ୍ଟ ଜବ ଚାର୍ଟ ପ୍ରକାଶ କରିବାନେଇ କୁ ଦାବି କରି ଯାଇଛି ।

ଏମଏଚୟୁ ଆଉ ଆର ବିଏସ କେ ସ୍କ୍ରିମର ଫାର୍ମାସିଷ୍ଟମାନ ଖାଲି ସ୍ଥାନରେ ନିୟମିତ ନିଯୁକ୍ତି ଅଗ୍ରାଧକାର ଭିରିରେ ଦିଆଯିବା ଉପରୋକ୍ତ ଦାବି ପୁରଣ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ କିଛି ପଦକ୍ଷେପ ନ ନେଲେ ଫାର୍ମାସିଷ୍ଟମାନେ ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଅସହଯୋଗ ପନ୍ଥା ଅବଲମ୍ବନ କରି ଔଷଧ ସଂରକ୍ଷଣ ଏବଂ ବଣ୍ଟନ ତଥା ସେହି ସଂପର୍କୀୟ ଆନୁସଙ୍ଗିକ କାର୍ଯ୍ୟ ବ୍ୟତୀତ କୌଣସି ରିପୋର୍ଟ ରିଟର୍ଣ୍ଣି କାମ କରିବେ ନାହି ବୋଲି ସଂଘ ପକ୍ଷ ରୁ ଆଜି ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ସଂଘର ସଭାପତି ମମତା ଚୌଧୁରୀ, ଉପସଭାପତି ରଂଜିତ କୁମାର ପ୍ରଧାନ ଏବଂ ପ୍ରଶାନ୍ତ କୁମାର ସାହୁ, ସାଧରଣ ସମ୍ପାଦକ ଆଶିଷ କୁମାର ସାହୁ, କୋଷାଧକ୍ଷ ପ୍ରଶାନ୍ତ କୁମାର ପାତ୍ର, ଯୁଗ୍ମ ସମ୍ପାଦିକା ଭାରତୀ ଜୟେ ଏବଂ କୁମାରୀ ଯାଜ୍ଞନସିନୀ କରାଳି, ସାଙ୍ଗଠନିକ ସମ୍ପାଦକ ବିଜୟ କୁମାର ବନଛୋର, ରାଜୀବ କୁମାର ପଟେଲ ଙ୍କ ସମେତ ରବିନ୍ଦ୍ରନାଥ ବେହେରା, ପ୍ରଦ୍ୟୁମ୍ନ କୁମାର ସେଠ,
ଦେବବ୍ରତ ସରଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଯାଜପୁରରେ ଦେଉଳ ରେ ପୂଜା ପାଇଲେ ତିନି ଠାକୁର

Posted by - June 23, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ପବିତ୍ର ରଥଯାତ୍ରା କିନ୍ତୁ କୋଭିଡ କଟକଣା ଯୋଗୁଁ ପୁରୀ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବା ପାଇଁ ଅନୁମତି ମିିଳିନାହିଁ ।…

‘ଓଡ଼ିଶାରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି:- ନିର୍ଦ୍ଦେଶକ ଜୀବ ବିଜ୍ଞାନ ପ୍ରତିଷ୍ଠାନ,ପଢନ୍ତୁ ଏ ରିପୋର୍ଟ

Posted by - May 22, 2020 0
ଭୁବନେଶ୍ବର :ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୮ ହଜାରରେ ପହଞ୍ଚିଥିବାବେଳେ ତାହାର ପ୍ରାୟ ୮୦ ପ୍ରତିଶତ ମାତ୍ର ୫ଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ,…

ଦାନ ବାନ୍ଧୁଛି ଲଘୁଚାପ,ଆସନ୍ତା ୨୦ ରୁ ପୁଣି ବର୍ଷିବ

Posted by - September 16, 2020 0
ଭୁବନେଶ୍ବର :ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି (ବୁଧବାର) ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ବଙ୍ଗୋପସାଗରରେ ଏକ ଲଘୁଚାପ ଏବେ ଦାନା…

ସାମ୍ବାଦିକଙ୍କ ଉପରେ କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର,କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି

Posted by - July 18, 2019 0
କେନ୍ଦ୍ରାପଡ଼ା : ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି।ଭିଡ଼ ନିୟନ୍ତ୍ରଣ ବେଳେ ସେଠାରେ ଅଧିକ ଶବ୍ଦ ଥିବାରୁ ସେ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି,ଜନପ୍ରତିନିଧି ଓ ଶୀର୍ଷ ଅଧିକାରୀଙ୍କ ଦରମା କଟିବ

Posted by - March 31, 2020 46
ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜନପ୍ରତିନିଧି ଓ ଶୀର୍ଷ ଅଧିକାରୀଙ୍କ ଦରମାକୁ ନେଇ ଏହି ନିଷ୍ପତ୍ତି…