Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ରାଷ୍ଟ୍ରୀୟ ଏକତା ଜନ ଜାଗରଣ ଅଭିଯାନ

622 0

ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଟାଉନସ୍ଥିତ ବିରଜା କଲ୍ୟାଣମଣ୍ଡପରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ଯୋଗଦେଇ କାଶ୍ମୀରରେ ୩୭୦ଧାରା ଉଛେଦକୁ ଭାରତ ବର୍ଷର କୋଣ ଅନୁକଣରେ ଲୋକେ ସ୍ୱାଗତ କରିଛନ୍ତି । ୩୭୦ଧାରା ଉଛେଦ ଫଳରେ ଭାରତରେ ଦେଖାଦେଇଥିବା ଆତଙ୍କବାଦ ଦମନ ହେବାରେ ସହୟକ ହୋଇଛି ।

କାଶ୍ମୀରରେ ଧିରେ ଧିରେ ସ୍ୱାଭାବିକ ଅବସ୍ଥା ଫେରି ଆସୁଛି । ମୋଦିଙ୍କ ଏହି ପଦକ୍ଷେପକୁ ଭାରତବର୍ଷରେ ବିପୁଳ ଜନସମର୍ଥନ ମିଳିଥିବାରୁ ସେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ବାର୍ତାକୁ ଘରେ ଘରେ ପହଁଚାଇବା ଲାଗି ଉପସ୍ଥିତ ବୁଦ୍ଧିଜୀବୀ ଓ ବିଜେପି କର୍ମୀଙ୍କୁ ପରାମର୍ଶର୍ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିକେପି ନେତା ଅମିୟକାନ୍ତ ମଲିକ,ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ, ଧର୍ମଶାଳାର ରମେଶ ଚନ୍ଦ୍ର ପରିଡା, ବିଂଝାରପୁର ନିର୍ବାଚନ ମଣ୍ଡଳୀର ବବିତା ମଲିକ ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହାର ସୁୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ କହିଥିଲେ । ଏଥିରେ ବହୁ ବୁଦ୍ଧିଜୀବୀ ଓ ବିଜେପି କର୍ମୀ ଯୋଗଦେଇଥିଲେ ।

Related Post

କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକ ଙ୍କ ବିକ୍ଷୋଭ ସମାବେଶ

Posted by - September 25, 2019 41
କେନ୍ଦୁଝର,୨୪/୯ କେନ୍ଦୁଝର ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ଦାବିନେଇ ଆଜି କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭ ରେ ଜିଲ୍ଲାର…

ଜିଲ୍ଲା ପରିଷଦ ପ୍ରାର୍ଥି ପତ୍ର ଦାଖଲ କଲା ବିଜେଡି

Posted by - January 21, 2022 0
ମାଲକାନଦିରି:(ଅବଦୁଲ ଗନି)ଆଜି ୧୫ ଗୋଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଲଢିବା ପାଇଁ ମାଲକାନଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ବିଜେଡିର ୧୫ ଜଣ ପ୍ରାର୍ଥି ସେମାନଙ୍କ ନାମାଙ୍କନ ପତ୍ର…

ସ୍ୱାମୀକୁ ହତ୍ୟା କରିବା ଅଭିଯୋଗରେ ଗିରପଂ ହୋଇଥିବା ପତ୍ନୀକୁ ବହିସ୍କାର କଲା ବିଜେପି

Posted by - July 27, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସ୍ୱାମୀକୁ ହତ୍ୟା କରିବା ଅଭିଯୋଗରେ ଗିରପଂ ହୋଇ ଜେଲ ଯାଇଥିବା ପତ୍ନୀକୁ ବହିସ୍କାର କଲା ବିଜେପି ।ସ୍ୱାମୀକୁ ହତ୍ୟା କରିବା ଅଭିଯୋଗରେ…

Leave a comment

Your email address will not be published.