ଗଣତନ୍ତ୍ର ର ହତ୍ୟା, ଲୋକ ପ୍ରତିନିଧି ଙ୍କୁ ଅଣଦେଖା, ଅମଲାତନ୍ତ୍ର କୁ ପ୍ରୋତ୍ସାହନ:- ସମ୍ବଲପୁର ବିଜେପି ଯୁବମୋର୍ଚ୍ଚା

80 0

ସମ୍ବଲପୁର:୨୬/୦୮ (ରମାକାନ୍ତ ବିଶ୍ବାଳ)ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ.ପଣ୍ଡିଆନ ସମ୍ବଲପୁର ଗସ୍ତରେ ଆସିଥିଲେ । ସମଲେଶ୍ବରୀ ଯୋଜନା ଅଞ୍ଚଳ ପରିଦର୍ଶନ ଓ ସମୀକ୍ଷା କରି ବୁର୍ଲା VSSUT ପରିଦର୍ଶନ ରେ ଯାଇଥିଲେ । ସେଠାରେ ସେମାନେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ପାଇଁ ୧୦୦୦ କୋଟି ର ଆର୍ଥିକ ପ୍ୟାକେଜ ର ଘୋଷଣା କରିଥିଲେ । ରାଜ୍ୟ ସରକାର ଙ୍କ ତରଫରୁ କରାଯାଇଥିବା ଆର୍ଥିକ ପ୍ୟାକେଜ ଘୋଷଣା କୁ ସ୍ୱାଗତ କରିବା ସଙ୍ଗେ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ କୁ ନେଇ ପ୍ରଶ୍ନ ଉଠେଇଛି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା । ଗତକାଲି ର ଘୋଷଣା କୁ ନେଇ ଆଜି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ସମସ୍ତ ବିଷୟ ଉପସ୍ଥାପନ କରାଯାଇଥିଲା ।

ବିଜେପି ପକ୍ଷରୁ କୁହାଯାଇଛି ଯେ VSSUT ପାଇଁ ୧୦୦୦ କୋଟି ର ଆର୍ଥିକ ପ୍ୟାକେଜ ଘୋଷଣା କୁ ଆମେ ସ୍ୱାଗତ କରୁଛୁ । ତେବେ.ରାଜ୍ୟ ର ମୁଖ୍ୟମନ୍ତ୍ରୀ ଥାଉ ଥାଉ ଜିଲ୍ଲା ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଏବଂ ରାଜ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ଥାଉ ଥାଉ ପ୍ରସାନିକ ଅଧିକାରୀ VSSUT ପାଇଁ ପ୍ୟାକେଜ ଘୋଷଣା କରିବା କେତେଦୂର ଯୁକ୍ତି ସଙ୍ଗତ । ଏହାସହ କେବଳ ପଶ୍ଚିମଓଡିଶା ବା ପଶ୍ଚିମାଞ୍ଚବାସୀ ନୁହେଁ ପଶ୍ଚିମ ଓଡିଶାର ଉଭୟ ବିରୋଧୀ ଦଳ ର ବିଧାୟକଗଣ ଓ ଶାସକ ଦଳ ର ବିଧାୟକ ମନ୍ତ୍ରୀ ମନେ ମଧ୍ୟ ସରକାର ଙ୍କର ବୈମାତୃକ ମନୋଭାବ ର ଶିକାର ହେଉଛନ୍ତି ।

ବିଭିନ୍ନ ସମୟରେ ଭିତ୍ତିପ୍ରସ୍ତର ହେଉ ଲୋକାର୍ପଣ, ଯୋଜନା ହେଉ କି ଆଲୋଚନା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଙ୍କୁ ନିମନ୍ତ୍ରଣ ନକରି ଉପେକ୍ଷା କରିବା କେତେ ଯୁକ୍ତିଯୁକ୍ତ ବୋଳି ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ବିଳନି ରେ ପ୍ରଶ୍ନ କରିଛନ୍ତି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ ଓ ବିଜେପି କ୍ଷେତ୍ରୀୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶିବ ଦିୱାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଇନ ପ୍ରକୋଷ୍ଠ ର ସଂଯୋଜକ ଦିନେଶ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ସୁବର୍ଣ୍ଣପୁର ଜିଲ୍ଲା ବିଜେପି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା

Posted by - July 10, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ସୋନପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି l…

ସମ୍ବଲପୁର ଜିଲ୍ଲା ମୁଖ୍ୟଯୋଗାଣ ଅଧିକାରୀ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ମହାନଗର ବିଜେଡି ପ୍ରତିନିଧି ଦଳ କଲା ସାକ୍ଷାତ

Posted by - November 19, 2022 0
ସମ୍ବଲପୁର :୧୮/୧୧ (ରମାକାନ୍ତ ବିଶ୍ବାଳ)ଆଜି ଦିନ ୧୨ ଟା ସମୟରେ ସମ୍ବଲପୁର ମହାନଗର ବିଜେଡି ପ୍ରତିନିଧି ଦଳ ଜଣେ ଅସହାୟ ବୃଦ୍ଧା ମହିଳା ପୁଟୁକି ଖଡ଼ିଆ ଙ୍କୁ…

ବାଲି କୁଟି ପଞ୍ଚାୟତରେ ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

Posted by - November 14, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିକୁଟି ପଞ୍ଚାୟତରେ ବିଜେପି କର୍ମୀ ସମ୍ମିଳନୀ ବାଲିକୁଟି ଗ୍ରାମର ନରୁତ୍ତମ ଗିରୀଙ୍କ ବାସଭବନରର ଅନୁଷ୍ଠିତ ହୋଇଯାଇଛି।ମଣ୍ଡଳ ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ସଭାପତିତ୍ବରେ…