ଗଣପର୍ଵ ନୂଆଁଖାଇ ପାଇଁ ୩ ଦିନ ଛୁଟି ଘୋଷଣା କରିବା ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

82 0

ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ସଭାପତି ଜୟନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଆଜି ରାଜ୍ୟ ସ୍ତରୀୟ ଭାଇ ଚାରାର ପର୍ଵ ତଥା କୃଷି ଭିତ୍ତିକ ଗଣପର୍ଵ ନୂଆଁଖାଇ ପାଇଁ ତିନି ଦିନ ଛୁଟି ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀ ସତ୍ୟବାନ ମନୋଜ ମହାଜନଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏ ନେଇ ଜୟନ୍ତ କୁମାର ସାହୁ କହିଥିଲେ ଯେ,ପଶ୍ଚିମ୍ ଓଡିଶାର ଗଣପର୍ବ ନୂଆଁଖାଇ ବର୍ତ୍ତମାନ ସମୟରେ ରାଜ୍ୟ ଓ ଦେଶ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶା ବାସୀଙ୍କ ପାଇଁ ଏକ ଆନନ୍ଦ ଉଲ୍ଳାସର ସହିତ ପାଳନ କରାଯାଇ ଥାଏ।

ଏହି ଦିନଟି ପଶ୍ଚିମ ଓଡ଼ିଶା ବାସୀଙ୍କ ଭାବାବେଗ ସହିତ ଗଭୀର ଭାବରେ ଜଡିତ ରହୁଥିବାରୁ ଏଭଳି ସମୟରେ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ଛୁଟି ନମିଳିବା ନୀଶ୍ଚିତ ଭାବରେ ସରକାର, ପ୍ରଶାସନ ଏବଂ ବେସରକାରୀ ସଂସ୍ଥାଙ୍କ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ଇଙ୍ଗିତ କରୁଅଛି।ତେଣୁ ବୃହତ୍ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟ ସ୍ତରରେ ତିନି ଦିନ ଛୁଟି ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କୁ ତତ୍ ଅନୁରୂପ ଜାତୀୟ ସ୍ତର ଛୁଟି ମଞ୍ଜୁରୀ ପାଇଁ ଦାବି କରୁଛନ୍ତି । ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ସଦସ୍ୟ ବିଜୟ ମହାକୁର, ରାଜା ବଗର୍ତ୍ତି,ଖଗେଷ୍ପର ପ୍ରଧାନ, ସାହିଲ ଖାନ,ମୋହନ ସାହୁ, ସଞ୍ଜୀବ ସିନା ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଲିଡ଼ ବ୍ୟାଙ୍କ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 8, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ସଂସ୍କୃତି ଭବନ ପରିସରରେ ଲିଡ଼ ବ୍ୟାଙ୍କ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ…

କାର୍ଯ୍ୟରେ ଅବହେଳା ଅଭିଯୋଗରେ କେ ଗାଁ IIC ନିଲମ୍ବିତ

Posted by - October 22, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ରେ କାର୍ଯ୍ୟରେ ଅବହେଳା ଯୋଗୁଁ…

ଗ୍ରାମ ବିକାଶ ପକ୍ଷରୁ ଆଞ୍ଚଳିକ ମହିଳା ସ୍ୱୟଂ ସହାୟିକା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

Posted by - April 22, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ପଞ୍ଚାୟତର ସାଲେବରଟ ଗାଁ ସରକାରୀ ବିଦ୍ୟାଳୟ ଠାରେ ଗ୍ରାମ ବିକାଶ ସଂସ୍ଥାର ଅଞ୍ଚଳ ପରିଚାଲିକା ଜିନା ପ୍ରଧାନଙ୍କ…

ନୃସିଂହନାଥ ରୁ ହରିଶଙ୍କର ଆସୁଥିବା ବେଳେ ବୋଲବମ୍ ଭକ୍ତ ର ପାହାଡ଼ ଉପରେ ମୃତ୍ୟୁ ଅଭିଯୋଗ

Posted by - July 25, 2022 0
ଖପ୍ରାଖୋଲ: ୨୫/୭(ତାପସ ରଞ୍ଜନ ବେହେରା) ନୃସିଂନାଥ ରୁ ହରିଶଙ୍କର ଆସୁଥିବା ବେଳେ ଗନ୍ଧମାର୍ଦନ ପାହାଡ଼ ଉପରେ ଜଣେ ବୋଲବମ୍ ଭକ୍ତ ର ସୋମବାର ମଧ୍ୟାହ୍ନ ରେ ମୃତ୍ୟୁ…

ପ୍ରାର୍ଥୀ ପାତ୍ର ଦାଖଲ ପରେ ଯାଜପୁର ରେ ବବି ଙ୍କ ପାୱାର ଶୋ

Posted by - April 17, 2019 45
ଯାଜପୁର :ନାମାଙ୍କନ ପତ୍ର ଦାଖଲ ପରେ ପ୍ରଚାର ମଇଦାନକୁ ବାହାରିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଯାଜପୁର ବ୍ଲକ ଖଇରାବାଦ ପଂଚାୟତରୁ ଆରମ୍ଭ…