Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଜୁଯୋମୁରାରେ ଅହିଂସା ରଥର ପରିକ୍ରମା , ରଥକୁ କରାଗଲା ସ୍ୱାଗତ ସମ୍ବର୍ଦ୍ଧନ।

26 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ଼ ଲୋକ ସମ୍ପର୍କ ବିଭାଗ ତତ୍ଵାଧାନରେ ଅଗଷ୍ଟ ୧୫ ତାରିଖ ରୁ ବାହାରିଥିବା ଅହିଂସା ରଥ ଟି ଆଜି ଜୁଯୋମୁରା ବ୍ଳକକୁ ପହଞ୍ଚିଥିଲା । ଆଜି ବ୍ଳକ ପ୍ରଶାସନ ତରଫରୁ ଜୁଯୋମୁରା ଛକ ଠାରେ ରଥକୁ ସ୍ୱାଗତ କରାଯାଇଥିଲା । ଜୁଯୋମୁରା ବ୍ଳକ ଛକରେ ବିଡିଓ ନିଲାମ୍ବର ମହାନନ୍ଦ, ବ୍ଳକ ଅଧ୍ୟକ୍ଷା ମମତା ନାଏକ, ଉପାଧ୍ୟକ୍ଷା ମନ୍ଦାକିନି ବିଶ୍ୱ।ଲ , ଜୁଯୋମୁରା ସରପଞ୍ଚ ବାସନ୍ତୀ ପଧାନ, କଂସର ସରପଞ୍ଚ ଦିବାକର ବେହେରା ଙ୍କ ସମେତ ବହୁ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ଓ ବ୍ଳକ ପ୍ରଶାସନ ର ବରିଷ୍ଠ ଅଧିକାରୀ ରଥକୁ ସ୍ୱା ଗତ କରିଥିଲେ । ପରେ ଗଡଲୋଇସିଂହ ପଞ୍ଚାୟତରେ ରଥ ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ଖୁଲଣା ବେହେରା ଓ କେସାପାଲି ସରପଞ୍ଚ ରିତାଞ୍ଚଲି ନାଏକ ଙ୍କ ସମେତ ପଞ୍ଚାୟତର ସବୁ ପ୍ରତିନିଧି , କର୍ମଚାରୀ , ମହିଳା ଗୋଷ୍ଠୀ ରଥକୁ ସ୍ୱାଗତ କରିଥିଲେ ।

ପରେ ଅହିଂସା ରଥଟି ବିରସିଂହଗଡ ଠାରେ ପହଞ୍ଚିବା ପରେ ବିରସିଂହଗଡ ସରପଞ୍ଚ ରିଙ୍କି ଭଇଁସାଲ ଙ୍କ ସମେତ ବହୁ ପଞ୍ଚାୟତର ଜନପ୍ରତିନିଧି ରଥକୁ ସ୍ୱା ଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ବତୀ ଗିରି ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ସମାଜସେବୀ ସୁସିଲ ବେହେରା ମଧ୍ୟ ରଥକୁ ସ୍ୱାଗତ କରିଥିଲେ । ଏଠାରେ ସୁଚନା ଯୋଗ୍ୟ ଯେ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ, ଆଦର୍ଶ ଉପରେ ଆଧାରିତ ଏହି ରଥରେ ପ୍ରଦର୍ଶିତ କରାଯାଉଛି | ଏହାସହ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଅମୁଲ୍ୟ ବାର୍ତ୍ତା ଵହନ କରୁଥିବା ଏହି ରଥ ଆଜି ଜୁଯୋମୁରା ବ୍ଳକ ପରେ ମାନେଶ୍ୱର ବ୍ଳକ ଅଭିମୁଖେ ଯାତ୍ରା କରିଥିଲା ।

Related Post

ବଡକୋଦଣ୍ଡା ଗ୍ରାମର ବିଶ୍ୱପ୍ରସିଦ୍ଧ ଡେରାବେଶ

Posted by - November 21, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଐତିହ୍ୟ,କଳା ,ସଂସ୍କୃତି ଲୋକନୃତ୍ୟ ପାଇଁ ଗଞ୍ଜାମ ଜିଲ୍ଲା ବେଶ ପ୍ରସିଦ୍ଧ । ଆଜିବି ଗଞ୍ଜାମ ମାଟିରେ ଲୋକ କଳାର ଆଦୃତି ଜୀବିତ ରହିଛି…

ଗୁରୁ ଶ୍ରୀ ଭଗବାନ ସାହୁଙ୍କ ୨୧ ତମ ଜିଲ୍ଲା ସ୍ତରିୟ ଶ୍ରାଦ୍ଧବାର୍ଷୀକି ଏବଂ ଯୁବକବି କିଶୋର ଚନ୍ଦ୍ର ପାତ୍ରଙ୍କ ପୁସ୍ତକ ଉନ୍ମୋଚିତ

Posted by - November 24, 2021 0
ବରଗଡ/ଅତାବିରା:ବରିଷ୍ଠ ନାଗରିକ ସଂଘ ବରଗଡ କାର୍ଯ୍ୟାଲୟ ପରିସରରେ ଗୁରୁ ଶ୍ରୀ ଭଗବାନ ସାହୁ ସ୍ମୃତି କମିଟି ତରଫରୁ ଶ୍ରୀ କେଦାର ମିଶ୍ରଙ୍କ ଅଧ୍ୟକ୍ଷତାରେ ନାଟ୍ୟଗୁରୁ ଶ୍ରୀ ଭଗବାନ…

ଜିଲ୍ଲା ପରିଦର୍ଶନ କମିଟିର ସ୍ୱଧାର ଗୃହ ପରିଦର୍ଶନ

Posted by - March 16, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ବୁଟୁପାଲିସ୍ଥିତ ସ୍ୱଧାର ଗୃହ ପରିଦର୍ଶନ କରିଥିଲେ । ସେଠାରେ ସ୍ୱଧାର ଗୃହର ଅନ୍ତେବାସୀଙ୍କ ସହିତ…

ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

Posted by - June 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ୟୁନିଟ ର ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର…