କୁଟୁରାଚୁଆଁ ଜୁନିୟର କଲେଜ ରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ କଲେଜ ଟପ୍ପର କୁ ସମ୍ବର୍ଦ୍ଧନା

39 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)  କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜ ର ସଭାଗୃହ ରେ ଗୁରୁବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ ଙ୍କ ଅଧ୍ୟକ୍ଷତା ରେ ଚଳିତ ଶିକ୍ଷା ବର୍ଷ ରେ ଟପ୍ପର ହୋଇଥିବା ଛାତ୍ରୀ ଦିବ୍ୟାଭାରତି ,ସୁପ୍ରିୟା ଭଞ୍ଜ,ଓ ବର୍ଷା ପଶାୟତ ଙ୍କୁ କୁଚିଣ୍ଡା ର ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରାରମ୍ଭରେ ଅତିଥୀଗଣ ଓ ଛାତ୍ର ଛାତ୍ରୀମାନେ ମାଁ ସମଲେଶ୍ବରୀ,ମାହାତ୍ମା ଗାନ୍ଧି ଓ କବି ରାଧାମୋହନ ଗଡନାୟକ ଙ୍କ ତୈଳଚିତ୍ର ପୁଷ୍ଠମାଳା ଅର୍ପଣ କରିଥିଲେ । ଏହି ଅବସରରେ ଝାରସୁଗୁଡା ର ସାମାଜିକ କର୍ମୀ ପ୍ରେମସାଗର ଦେହେରିଆ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳା ଜୀବନ ଯାପନ କରିବା ପାଇଁଁ ଉଦବୋଧନ ଦେଇଥିଲେ। ପ୍ରତିଭା ବିକାଶ ଅଭିଯାନ ର ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପ୍ରତିଭା ବିକାଶ ର ମୁଳଲକ୍ଷ୍ୟ କହିବା ସହିତ ପ୍ରତିଭା ବିକାଶ ରେ ସାମିଲ ହେବା ପାଇଁ ଆହ୍ନାନ ଦେଇଥିଲେ।

କଲେଜ ର ବରିଷ୍ଠ ଅଧ୍ୟାପକ କୃଷ୍ଠଚନ୍ଦ୍ର ପୂଝାରୀ ଅତିଥୀ ପରିଚୟ ପ୍ରଦାନ କରିଥିବା ବେଲେ ଅଭିଯାନ ର ସଭ୍ୟ ଅଧ୍ୟାପକ ସତ୍ୟନାରାୟଣ ପଟେଳ ଅଭିଯାନ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅଭିଯାନ ର ସଂଯୋଜକ ରମେଶ କିଶାନ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପରିଚାଳନା କମିଟି ର ପୂର୍ବତନ ସଂପାଦକ ହିମାଂଶୁ ମହାପାତ୍ର,ପୂର୍ବତନ ସଭ୍ୟ ରାଜେନ୍ଦ୍ର ମହାପାତ୍ର ଓ ମନୋରଞ୍ଜନ ପଟେଳ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ କୃତିତ୍ବ ହାସଳ କରିଥିବା ଛାତ୍ରୀମାନଙ୍କ ର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି ଉତ୍ସବ ରେ କଲେଜ ର ଗ୍ରନ୍ଥାଗାରିକ ଦେବାନନ୍ଦ ମହାପାତ୍ର,ପୂର୍ବତନ ପିଇଟି ଦିଲିପ କୁମାର ପୂରୋହିତ,ଡିଇଓ ସମିନ ରଞ୍ଜନ ନାଏକ,ପିଅନ ଜୟଦେବ ରାଉତ ଓ ସମସ୍ତ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସର ରେ ଗାଥା କବି ପଦ୍ମଶ୍ରୀ ରାଧାମୋହନ ଙ୍କ ଜୟନ୍ତୀ ଉପଲକ୍ଷେ ଅତିଥି ଗଣ ତାଙ୍କ ସାହିତ୍ୟ ଓ ଜୀବନୀ ସମ୍ପର୍କରେ ମଧ୍ୟ ଆଲୋଚନା କରିଥଲେ । ଶେଷରେ ଅଧ୍ୟାପକ କୃଷ୍ଠଚନ୍ଦ୍ର ପୂଝାରୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

୫ ଟି ସ୍କୁଲର ସୌନ୍ଦର୍ଯ୍ୟ କରଣ କାମ କରିଥିବା ଶ୍ରମିକଙ୍କୁ ଖପ୍ରାଖୋଲ ଜେ ଇ ପାଉଣା ନ ଦେବାରୁ ଶ୍ରମିକ ହେଲେ ଥାନାର ଦ୍ୱାରସ୍ତ

Posted by - September 17, 2022 0
ପାଟଣାଗଡ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ , ଲାଠୋର ହାଇସ୍କୁଲ, ଲୁହସିଂହା ହାଇସ୍କୁଲ ,…

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ସାନ କୁଝାଲା ଗାଁ ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଲକ୍ଷାଧିକ ସମ୍ପତ୍ତି  ଭସ୍ମୀଭୂତ

Posted by - November 22, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଲକ୍ଷାଧିକ ସମ୍ପତ୍ତି  ଭସ୍ମୀଭୂତ,ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଝିଞ୍ଜିପୁରା ଗ୍ରାମରେ, ଗ୍ରାମର ବୈରାଗୀ…

ନନ୍ଦନକାନନରେ ପଯ୍ୟଟକଙ୍କୁ ଆକ୍ରମଣ ଘଟଣା

Posted by - May 24, 2022 0
ଭୁବନେଶ୍ବର: (ସନ୍ତୋଷ କୁମାର ରାଉତ) ନନ୍ଦନକାନନରେ ପଯ୍ୟଟକଙ୍କୁ ମାରାଣନ୍ତକ ଆକ୍ରମଣ। ପ୍ରକାଶ ଯେ ରବିବାର ଦିନ ଛତିଶଗଡ଼ ରାୟପୂରରୁ ୨୬ ଜଣ ପଯ୍ୟଟକ ବୁଲିବା ପାଇଁ ନନ୍ଦନକାନନ…