ବିଜୁ ଯୁବ ଜନତା ଦଳର ନବ ନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦକ ଏବଂ ରାଜ୍ୟ ସମ୍ପାଦକ ଙ୍କୁ କୁସନପୁରି ଠାରେ ସମ୍ବର୍ଦ୍ଧନା

26 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ବିଜୁ ଯୁବ ଜନତା ଦଳର ନବ ନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଏବଂ ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ରଙ୍କୁ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ପ୍ରଦାନ କରିବା ସହ ଆଜି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ ଅନ୍ତର୍ଗତ କୁସନପୁରି ଗ୍ରାମବାସୀଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା I ଯୁବ ନେତା ରାଜ କୁମାର ସାହୁଙ୍କ ନେତୃତ୍ବରେ ଶତାଧିକ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ଉପସ୍ଥିତ ରହି ନୂତନ ଯୁବ ନେତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୁର୍ବକ ସ୍ୱାଗତ କରିଥିଲେ I

ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା I ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୁବଛାତ୍ର ସଙ୍ଗଠନକୁ ସୁଦୃଢ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ସମସ୍ତେ ଦୃଢ ସଂକଳ୍ପ ନେବାକୁ ଶ୍ରୀ ବେହେରା ଓ ଶ୍ରୀ ମହାପାତ୍ର ଆହ୍ବାନ ଦେଇଥିଲେ I ଏହି ଅବସରରେ ଯୁବ ନେତା ସରୋଜ ନାୟକ, କୈଳାଶ ବିଶ୍ୱାଳ, ଅଲେଖ ଦେହୁରୀ, ବୀର କିଶୋର ବିଶ୍ୱାଳ, ପ୍ରଦୀପ ଡନସନା, ସୁବ୍ରତ ବିଶ୍ୱାଳ, ସୁମନ୍ତ କର, ରାଜା ନାୟକ, ଜନାର୍ଦ୍ଦନ ନାୟକ, ରାଧାକାନ୍ତ ପଣ୍ଡା, ରାଜାରାମ ପଣ୍ଡା, ଗୋପାଳ ମହାକୁଡ, ପ୍ରଦୀପ ପଣ୍ଡା, ସୁଦାମ ବାଗ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ I

Related Post

ଅବସର ପ୍ରାପ୍ତ ଶିକ୍ଷକ ବାଙ୍କ ବିହାରୀ ଖମାରି ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - August 1, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବାଙ୍କ ବିହାରୀ ଖମାରି…

ଜିଲ୍ଲାପାଳ ଙ୍କ ଯାଜପୁର ଏବଂ ବରୀ ବ୍ଲକର ବିଭିନ୍ନ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପରିଦର୍ଶନ

Posted by - May 13, 2020 64
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାକୁ ରାଜ୍ୟ ବାହାରୁ ଆସିବାରେ ଲାଗିଛନ୍ତି ପ୍ରବାସୀ ଓଡିଆ ପେଂରନ୍ତା । ଯାଜପୁର ଜିଲାରେ ୫୦ ହଜାରୁ ଉର୍ଦ୍ଧ ପ୍ରବାସୀ ପେଂରନ୍ତା…

ଜୀଅନ୍ତା ଜଳିଗଲେ ଯୁବକ

Posted by - January 2, 2019 55
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବେତଣ୍ଡା ଗ୍ରାମରେ ପାଣି ଟାଙ୍କି କାମ ଚାଲିଥିଲା। ଏହି କାମରେ ଦିନବନ୍ଧୁ ସେଟ୍ଟୀ ବିଦ୍ୟୁତ ସଂଯୋଗ ଦାୟିତ୍ୱରେ ଥିଲେ। ଆଜି…

କମଳାକାନ୍ତ ମିଶ୍ର ପାଂଉଣ୍ଡେସନ ପକ୍ଷରୁ ଦୁଃଖି ଦରିଦ୍ରଙ୍କୁ କମ୍ବଳ ବଂଟନ

Posted by - December 30, 2019 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଯାଜପୁର ଉକ୍ରଳ ମଣ୍ଡପ ପରିସରରେ କମଳାକାନ୍ତ ମିଶ୍ର ପାଂଉଣ୍ଡେସନ ପକ୍ଷରୁ…

ଚାରମାଳ ରେଞ୍ଜ ହିନ୍ଦୋଲ ଜଙ୍ଗଲରୁ ରନ୍ଧା କୁଟୁରା ମାଂସ ଓ ଦୁଇ ବନ୍ଧୁକ ସହ ୩ ଶୀକାର ଗିରଫ

Posted by - July 9, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ହିନ୍ଦୋଲ ଗାଁ ପାଖ ଜଙ୍ଗଲରୁ କୁଟୁରାର ରନ୍ଧା ମାଂସ , ରୋଷେଇ ସାରଞ୍ଜାମ ,…