Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବୌଦ୍ଧଜିଲାରେ ବନ୍ୟା କ୍ଷୟକ୍ଷତି ନେଇ କନ୍ଧମାଳ ସାଂସଦଙ୍କ ସମୀକ୍ଷା

74 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲାରେ ବନ୍ୟାଜନିତ କ୍ଷୟକ୍ଷତି ନେଇ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ସମୀକ୍ଷା କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଡଃ. ସାମନ୍ତ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରିଥିବାରୁ ଜିଲାର ଅଧିକାରୀମାନଙ୍କ ପ୍ରଶଂସା କରିଥିଲେ । ବୈଠକରେ ଜିଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜିଲାପାଳ ସତ୍ୟ ରଞ୍ଜନ ସାହୁ ବନ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଥିଲେ । ସୂଚନା ମୁତାବକ ଗତ ବନ୍ୟାରେ ଜିଲାର ତିନୋଟି ବ୍ଲକର ୫୧ ଟି ପଞ୍ଚାୟତ ଅନ୍ତର୍ଗତ ୨୨୨ ଟି ଗ୍ରାମର ୬୧୩୫୩ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ବନ୍ୟା ସମୟରେ ୪୦୫୧ ଲୋକଙ୍କୁ ବିଭିନ୍ନ ସ୍ଥାନରେ ଆଶ୍ରୟ ପ୍ରଦାନ କରାଯାଇଥିବାବେଳେ ୬୩୨୭ ଜଣଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ବନ୍ୟା ପରିସ୍ଥିତି ସମୟରେ ୭ ଗୋଟି ମେଡିକାଲ ଟିମ୍ ଓ ୩ ଗୋଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଜରୂରୀ ଔଷଧପତ୍ର ବଣ୍ଟନ କରାଯାଇଥିଲା । ସେହିପରି ୫୫ ଟି ଖୋଲା କୁପ ଓ ୧୬୬୪ ଟି ନଳକୂପକୁ ବିଶୋଧନ କରାଯାଇଥିଲା ।

ବନ୍ୟା ଦ୍ୱାରା ତିନି ବ୍ଲକର ୧୧୨୯୪ ଟି ପଶୁ ସହିତ ୩୫ ଟି ପକ୍ଷୀ କ୍ଷତିଗ୍ରସ୍ତ ହୋଇଥିଲେ । ଜିଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ୮ଗୋଟି ଟିମ୍ ଗଠନ କରାଯାଇ ୬୭ ଗୋଟି ଶିବିର ଜରିଆରେ ୫୫୨୧ ଟି ପଶୁ ପକ୍ଷୀଙ୍କ ଚିକିତ୍ସା କରାଯାଇଥିଲା । ବନ୍ୟା ସମୟରେ ୧୪.୫୫ ମେଟ୍ରିକ ଟନ ପଶୁଖାଦ୍ୟ ବଣ୍ଟନ କରାଯାଇଥିବାବେଳେ ୭୬୦୦ ଟୀକାକରଣ କରାଯାଇଛି । ବନ୍ୟାରେ ୪ଟି ପଶୁଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବରେ ରେକର୍ଡ କରାଯାଇଛି । ବୈଠକରେ ଦିଆଯାଇଥିବା ତଥ୍ୟ ମୁତାବକ ଜିଲାର ତିନୋଟି ବ୍ଲକରେ ୨୮୮୫ ହେକ୍ଟର ଜମିରେ ଧାନଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ୫୮୮ ହେକ୍ଟର ଜମିରେ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୨୧୫ ହେକ୍ଟର ଜମିରେ ହୋଇଥିବା ଉଦ୍ୟାନ କୃଷି ନଷ୍ଟ ହୋଇଥିବା ପ୍ରାଥମିକ ଭାବରେ ଆକଳନ କରାଯାଇଛି । ବନ୍ୟାରେ ୪୭ ଟି ପଞ୍ଚାୟତର ୫୮.୩୦ କିଲୋମିଟର ରାସ୍ତା କ୍ଷତ୍ରିଗସ୍ତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୧୬୫.୪୦ ଲକ୍ଷ ଟଙ୍କା ଆକଳନ କରାଯାଇଛି । ସେହିପରି ମତ୍ସ୍ୟ ବିଭାଗ ପକ୍ଷରୁ ୪୨୯୨୦ ଟଙ୍କାର ବନ୍ୟା ଜନିତ କ୍ଷତି ଆକଳନ କରାଯାଇଥିବା ଜଣାଯାଇଛି ।

ଜିଲାରେ ବିଶେଷ ଭାବରେ ପାନୀୟଜଳର ଘୋର ସଙ୍କଟ ଥିବା ସାଂସଦ ଡଃ. ସାମନ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦୁଷିତ ପାନୀୟଜଳ କାରଣରୁ ବହୁ ସଂଖ୍ୟାରେ ରୋଗୀ କିଡନୀ ଭଳି ରୋଗରେ ପିଡିତ ହୋଇ ମୃତ୍ୟୁର ଶିକାର ହେବା ସହିତ ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ହେବାକୁ ବାହାରକୁ ଯାଉଥିବା ବୈଠକରେ ସୂଚନା ଦିଆଯିବାପରେ ଏହାକୁ ନେଇ ଡଃ. ସାମନ୍ତ ଉଦବେଗ ପ୍ରକାଶ କରିବା ସହିତ ବିଶେଷଜ୍ଞ ଡାକ୍ତରମାନଙ୍କ ସହିତ ଏହାର ନିରାକରଣ ସଂପର୍କରେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଉପଜିଲାପାଳ ସନତ କୁମାର ନାଏକଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ବ୍ଲକର ବିଡିଓ ଓ ତହସିଲଦାରମାନେ ଉପସ୍ଥିତ ଥିଲେ । କଣ୍ଟାମାଳ ବିଧାୟକ ମହୀଧର ରଣା ଓ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ସର୍କିଟ ହାଉସଠାରେ ପହଞ୍ଚି ସାଂସଦ ଡଃ. ସାମନ୍ତଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Related Post

ଖପ୍ରାଖୋଲ ପୁଲିସ ର ଚଢାଉ, ୩୫ ଦାଦନ ଶ୍ରମିକ ଉଦ୍ଧାର

Posted by - December 20, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ରବିବାର ମଧ୍ଯାହ୍ନ ରେ ଚଢାଉ କରି ବେଆଇନ ଦାଦନ ଚାଲାଣ ବେଲେ ୩୫ ଦାଦନ ଶ୍ରମିକ ଉଦ୍ଧାର…

ଆଦିବାସୀ ସମାଜର ଆରାଧ୍ୟ ଦେଵୀ କରମସାନୀ ଦେବୀ ପୁଜା

Posted by - October 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଦିବାସୀ ସମାଜର ଆରାଧ୍ୟ ଦେଵୀ ହେଉଛନ୍ତି ମାଁ କରମସାନୀ । ପବିତ୍ର ଦଶହରା ମାସ ଆସିଲେ ସବୁ ଆଦିବାସୀ ବହୁଲ ଅଞ୍ଚଳରେ ନିଷ୍ଠା ଓ ଭକ୍ତି…

ଭୟ କରନ୍ତୁ ନାହିଂ,ଆମେ ସଦା ସର୍ବଦା ଜାଗ୍ରତ:ଯାଜପୁର ପୁଲିସ

Posted by - April 26, 2020 0
ଭୁବନେଶ୍ବର :ଯାଜପୁର ରେ ପୁଣି ୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୦୦ରେ ପହଞ୍ଚିଛି।  ଏହି ୬ ଜଣ କଲିକତା ଫେରନ୍ତା…

ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ, ଏସପିଙ୍କ କାର୍ଯ୍ୟାଳୟରେ ନିଖୋଜ ଶ୍ରମିକଙ୍କ ସ୍ତ୍ରୀ ସହ ବିଜେପି ପ୍ରତିନିଧି ଦଳ ଦ୍ୱାରସ୍ତ

Posted by - August 25, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଘଟଣାର ନିଖୋଜ ଶ୍ରମିକ ର ସ୍ତ୍ରୀ ହେଲେ ସମ୍ବଲପୁର ଏସପି କାର୍ଯ୍ୟାଳୟ ର…

ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟ ସର୍ଭେ ପାଇଁ ଜଳପଥରେ ଆସିଥିବା କର୍ମଚାରୀ ଅଟକ

Posted by - November 21, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ )ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ର ନିର୍ମାଣ ପାଇଁ ସର୍ଭେ କରିବାକୁ ଆସିଥିବା 8 ଜଣ…