ଏସଟି ଏସଏସି କର୍ମଚାରୀ ଙ୍କ ଦାବି ନେଇ ସାଂସଦ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ସହ ଆଳୋଚନା

27 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସଟି ଏସଏସି କର୍ମଚାରୀ ସଂଘ ଉପଦେଷ୍ଟା ତଥା ରାଜ୍ୟ ସଭା ସାଂସଦ ନିରଞ୍ଜନ ବିସି ,ସଭାପତି ନିହାଲ ସିଂ ଙ୍କ ନେତୃତ୍ବରେ ଆଜି କର୍ମଚାରୀ ସଂଘର ସଭ୍ୟ ମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳସଚିବ ନୃପରାଜ ସାହୁ ଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ମୁଖ୍ୟତଃ ଏସଟି ଏସଏସି ଙ୍କ କର୍ମଚାରୀ ମାନଙ୍କ ପଦୋନ୍ନତି, ଦିର୍ଘଦିନ ହେଳା କାମ କରୁଥିବା କର୍ମଚାରୀ ଙ୍କୁ ନିୟମିତ କରାଯିବା ଓ ଯେଉଁ ଡିଏଲଆର କର୍ମଚାରୀ ମାନେ ମୄତ୍ୟୁ ବରଣ କରିଛନ୍ତି ତାଙ୍କ ପରିବାର କୁ ଥଇଥାନ କରିବା, କିଛି କର୍ମଚାରୀ ଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ ଦାବି ନେଇ ଆଜି ଆଳୋଚନା କରାଯାଇଥିଲା । ଏହି ଆଳୋଚନା ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସଟି ଏସଏସି କର୍ମଚାରୀ ସଂଘର ସଂପାଦକ ଗୋପାଳ ଚନ୍ଦ୍ର ସେଠି ମଧ୍ୟ ଉପସ୍ଥିତ ରହିଥିଲେ ।

Related Post

ଟିଟିଲାଗଡ ହେଲୋ କିଡସ ପ୍ଲେ ସ୍କୁଲର ଛାତ୍ରଛାତ୍ରୀ ବୁଲିଲେ ମାଉସୀ ମା ମନ୍ଦିର ଏବଂ ଦେଖିଲେ ରଥ

Posted by - July 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଜୁଲାଇ ମାସରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ରଥଯାତ୍ରାର ସଂସ୍କୃତି ଏବଂ ପରମ୍ପରା ବିଷୟରେ କୁନି ପିଲା ମାନଙ୍କୁ ସମ୍ୟକ…

୭୩ ତମ ଗଣତନ୍ତ୍ର ଦିବସ ପାଳନ

Posted by - January 28, 2022 0
ଅମ୍ବାଦଳା:(ରମାକାନ୍ତ ପଡାଲ) ରାୟଗଡା ଜିଲାର ଅମ୍ବାଦଳା ଥାନା ପରିସରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଚଳିତ କରୋନା କଟକଣାକୁ ଆଖି ଆଗରେ ରଖି…

ବାପାର ଶବକୁ କାନ୍ଧ ଦେଲାନି ପୁଅ : ବିଜୁ ଯୁବ ବାହୀନି ର ସଦସ୍ୟ ସାଜିଲେ ଦେବଦୂତ .

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ) କରୋନା ସମୟରେ ମରିଯାଇଛି ମଣିଷ ପଣିଆ । କରୋନା ଭୂତାଣୁ ପାଇଁ ବଇରୀ ହେଲା ରକ୍ତ ସମ୍ପର୍କ । ବାପର ମୃତଦେହକୁ ଛୁଇଁଲା ନାହିଁ…

ଟିଟିଲାଗଡ ବ୍ରାହ୍ମଣ ସମାଜର ରୌପ୍ୟ ଜୟନ୍ତୀ ପାଳନ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ

Posted by - August 21, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ରାହ୍ମଣ ସମାଜର ସାଧାରଣ ବୈଠକ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ସଭାପତି ଶ୍ରୀ ବିଶ୍ବରାମଠାକୁରଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଭାକାର୍ଯ୍ଯ…

ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦଘାଟିତ

Posted by - June 8, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ସୋନପୁର ରେ ରହିଥିବା ଓରମାସ ତାଲିମ କେନ୍ଦ୍ର ଠାରେ ଏକ ପ୍ରାକୃତିକ ରଙ୍ଗ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ…