Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଗୌତମ ମିଶ୍ରଙ୍କ ‘ଦ ଡିଭାଇନ୍ ଡକ୍ଟର’କୁ ପ୍ରଫେସର ଏଡିଲଷ୍ଟନଙ୍କ ପ୍ରଶଂସା , ଛୋଟ ଚାଷୀଙ୍କ ପାଇଁ ପାରାକ୍ବେଟ ଅସୁରକ୍ଷିତ

159 0

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) କୀଟନାଶକ ଜନିତ ଆତ୍ମହତ୍ୟା ସମଗ୍ର ବିଶ୍ବରେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଥିରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ପ୍ରାଣହାନି ଘଟୁଥିବା ବେଳେ ଅଧିକାଂଶ ଚାଷୀ ରହୁଥିବାରୁ ବୁଦ୍ଧିଜୀବୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ସମସ୍ୟା ଉପରେ ଗୌତମ ମିଶ୍ରଙ୍କ ଫିଲ୍ମ ‘ଦ ଡିଭାଇନ୍ ଡକ୍ଟର’ ଆଧାରିତ। ଏହି ଫିଲ୍ମଟି ଇତି ମଧ୍ୟରେ ଅନେକ ରାଜ୍ୟସ୍ତରୀୟ, ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପ୍ରଦର୍ଶିତ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଛି। ଏହାକୁ ୟୁନିଭର୍ସିଟି ଅଫ୍ ଏଡିନବର୍ଗର କ୍ଲିନିକାଲ୍ ଟକ୍ସିକୋଲୋଜି ବିଭାଗର ପ୍ରଫେସର ମାଇକେଲ୍ ଏଡିଲଷ୍ଟନ୍ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଫେସର ଏଡିଲଷ୍ଟନ କହିଛନ୍ତି ଯେ ସେ ଦୀର୍ଘ ୨୫ ବର୍ଷ ଧରି ଦକ୍ଷିଣ ଏସିଆରେ କୀଟନାଶକ ବିଷକ୍ରିୟା ପ୍ରସଙ୍ଗରେ ଅଧ୍ୟୟନ କରିଛନ୍ତି।

ନିକଟରେ ସେ ‘ଦ ଡିଭାଇନ୍ ଡକ୍ଟର’ ଫିଲ୍ମଟି ଦେଖିବା ପରେ ଏହାର ଗୁରୁତ୍ବ ଉପଲବ୍ଧି କରିପାରିଛନ୍ତି। ପାରାକ୍ବେଟ୍ ଭଳି କୀଟନାଶକ ୧୯୭୦ ମସିହାରୁ ସମଗ୍ର ବିଶ୍ବରେ ଜୀବନନାଶକ ଭାବେ ସମସ୍ୟା ସୃଷ୍ଟି କରିଛି। କେବଳ ଚୀନରେ ଏହା ସହସ୍ରାଧିକ ଚାଷୀଙ୍କ ପ୍ରାଣହାନିର କାରଣ ସାଜିଛି। ଏହି କୀଟନାଶକ ଏଭଳି ଭୟଙ୍କର ଯେ ଏହାକୁ କ୍ଷୁଦ୍ର ଉଦ୍ୟୋଗ ତଥା ଛୋଟଛୋଟ ଚାଷୀଙ୍କ ପକ୍ଷରେ ବ୍ୟବହାର ସୁରକ୍ଷିତ ନୁହେଁ। ଏହାକୁ ଦୃଷ୍ଟିରେ ରଖି ବିଶ୍ବର ୬୭ ଦେଶରେ ଏହାକୁ ନିଷିଦ୍ଧ କରାଯାଇଛି। ଗୌତମ ମିଶ୍ରଙ୍କ ଫିଲ୍ମଟି ପୂର୍ବ ଭାରତର ଓଡିଶା ରାଜ୍ୟର ସମସ୍ୟା ଉପରେ ଆଧାରିତ। ଗତ ୫ ବର୍ଷ ମଧ୍ୟରେ ପାରାକ୍ବେଟ୍ ଜନିତ ମୃତ୍ୟୁ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ଘଟିଛି। ଯାହାକୁ ନେଇ ଏଥିରେ ଡାକ୍ତରଙ୍କ ଉଦ୍ବେଗ ବିଷୟ ଉପସ୍ଥାପିତ ହୋଇଛି। ଚାଷୀ ଆତ୍ମହତ୍ୟା ଭଳି ଉଦବେଗଜନକ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବାରେ ଶ୍ରୀ ମିଶ୍ରଙ୍କ ‘ଦ ଡିଭାଇନ ଡକ୍ଟର’ ପ୍ରଶଂସନୀୟ ଉଦ୍ୟମ ବୋଲି ଏଡିଲଷ୍ଟନ୍ ପ୍ରକାଶ କରିଛନ୍ତି।

Related Post

ସହିଦ ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ; ସହିଦଙ୍କ କଫିନକୁ କାନ୍ଧରେ ବୋହିଲେ ଗୃହମନ୍ତ୍ରୀ ରାଜନାଥ ସିଂହ

Posted by - February 16, 2019 0
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ସହିଦଙ୍କ କଫିନକୁ ନିଜ କାନ୍ଧରେ ବୋହିନେଲେ ଗୃହମନ୍ତ୍ରୀ ରାଜନାଥ । ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ…

ପ୍ରବାସୀ ଓଡ଼ିଆ ନେତୃବୃନ୍ଦଙ୍କୁ ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ସମ୍ବର୍ଦ୍ଧନା

Posted by - February 5, 2022 0
ଭୁବନେଶ୍ୱର: ୩୦ା୧ : ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ୱ ଓଡ଼ିଶା ସମାଜ (ବିଓସ)ର କର୍ମକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା…

ଜାତିସଙ୍ଘ ଦିବସ ପାଳିତ

Posted by - October 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ୱାର୍ଲଡ଼ ହୁମାନ ରାଇଟର ପ୍ରୋଟେକ୍ସନ ଦ୍ୱାରା ଜାତିସଙ୍ଘ ଦିବସ ପାଳିତ ହୋଇଛି।ଏହି ସଭାରେ ୱାର୍ଲଡ଼ ହୁମାନ ରାଇଟ ପ୍ରୋଟେକ୍ସନ ଜାତୀୟ ସଭାପତି ଡ଼ ଅଭିର୍ଣ୍ଣ ହୋତା…

କିଏ ହେବେ ଭାରତ ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଅରିଫ ମହମ୍ମଦ ଖାଁ, ଓ କେ ଶିବନ ଙ୍କ ନାମ ଗଣମାଧ୍ୟମ ରେ ଚର୍ଚ୍ଚା

Posted by - June 10, 2022 0
ଭୁବନେଶ୍ବର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ରାଜନୈତିକ ଦଳ ଅଙ୍କକଷା ଚାଲିଥିବା ବେଳେ ଏହି ପଦବୀ…

କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ

Posted by - March 21, 2021 0
ରତ୍ନଗିରି: ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲା ଖେଡ଼ ଅଞ୍ଚଳସ୍ଥିତ ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ। ଘଟଣାରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି।…