Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ଉଦ୍ଧାର କରି ବଲାଙ୍ଗୀର ପଠାଇବା ଯାଏଁ ସରପଞ୍ଚ ବୀରବର ସାହୁ ଓ ଧ୍ରୁବ ସାହୁଙ୍କ ଉପସ୍ଥିତି ସହ ସେବାକାର୍ଯ୍ୟ ପାଇଁ ଅଞ୍ଚଳରେ ଚର୍ଚ୍ଚା

124 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସୋମବାର ସଂଧ୍ୟାରେ ଗୋଏଲଭାଡି ଛକ ରେ ଜଣେ ବୃଦ୍ଧ ଦମ୍ପତି ଦୁର୍ଘଟଣା ଘଟି ରାସ୍ତା ଉପରେ ପଡ଼ିଥିଲେ, ବୃଦ୍ଧ ଜଣକ ଅବସ୍ଥା ଅତି ସଙ୍କଟାପନ୍ନ ହେବା ସହ ତାଙ୍କର ଉଠିବାର ଶକ୍ତି କି ହୋସ ବି ନ ଥିଲା, ତାଙ୍କ ନିକଟରେ ତାଙ୍କ ସ୍ତ୍ରୀ ବସି କାନ୍ଦୁଥିଲେ। ସେହି ସମୟରେ ବଲାଙ୍ଗିର ପଟୁ ଫେରୁଥିଲେ ଟିଟିଲାଗଡ ସରପଞ୍ଚ ସଂଘ ସଭାପତି ଶ୍ରୀ ବିରବର ସାହୁ ଏବଂ ଜଗୁଆ ସରପଞ୍ଚଙ୍କ ସ୍ବାମୀ ତଥା ଟିଟିଲାଗଡ ସହରର ଜଣାଶୁଣା ପୋଷ୍ଟାଲ ଏଜେଣ୍ଟ ଶ୍ରୀ ଧୃବ ଚରଣ ସାହୁ।ଏମାନଙ୍କୁ ଦେଖି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଡକାଇଲେ ବୀରବର ସାହୁ। ତାଙ୍କ ସ୍ତ୍ରୀ ଙ୍କୁ ପଚାରି ବୁଝିଲେ ସେମାନଙ୍କ ଠିକଣା ବିଷୟରେ ଏବଂ ତାଙ୍କ ପରିବାର ଲୋକଙ୍କ ନିକଟକୁ ସେହି ପଞ୍ଚାୟତର ସରପଞ୍ଚଙ୍କ ନିକଟକୁ ଖବର ଦେବା ସହ ଚିକିତ୍ସା ପାଇଁ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ।

ସେଠାରେ ଡାକ୍ତର ଓଁକାର ହୋତା ପ୍ରାରମ୍ଭିକ ଚିକିତ୍ସା କରିବା ସହିତ ସ୍ଥିତି ସଙ୍କଟାପନ୍ନ ଥିବା ଜଣାଇଥିଲେ। ଡାକ୍ତରଖାନାକୁ ତାଙ୍କ ପରିବାର ଲୋକେ ମଧ୍ଯ ପହଞ୍ଚି ଗଲେ। ଡାକ୍ତରଖାନାରେ ଭର୍ତି କରାଇ ଚିକିତ୍ସା କରାଇବା ସହ ବଲାଙ୍ଗୀର ସ୍ଥାନାନ୍ତରଣ କରିବା ଯାଏଁ ଉଭୟ ବିରବର ସାହୁ ଏବଂ ଧ୍ରୁବ ସାହୁ ଉପସ୍ଥିତ ରହି ଏହି ସେବା କାର୍ଯ୍ୟ କରିବା ସହ ମାନବିକତା ଏବଂ ସେବାର ପରିଚୟ ପ୍ରଦାନ କରିଥିଲେ। ଏମାନଙ୍କ ଭଳି ଅନ୍ୟ ମାନେ ମଧ୍ୟ କୌଣସି ଅସହାୟ, ଅଚିହ୍ନା ଲୋକ ଯଦି ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆଗ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଲୋକଙ୍କ ସାହାଯ୍ୟ କରନ୍ତୁ ବୋଲି ସରପଞ୍ଚ ସଂଘ ସଭାପତି ଶ୍ରୀ ବିରବର ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହି ସେବା କାର୍ଯ୍ୟ ପାଇଁ ଏବେ ସହର ତଥା ଆଖପାଖ ଅଞ୍ଚଳରେ ଏହି ଦୁଇ ଜଣଙ୍କ ସେବା କାର୍ଯ୍ୟ ପାଇଁ ଲୋକେ ପ୍ରଶଂସା କରୁଛନ୍ତି।

Related Post

ଅଗ୍ନିପଥ ପ୍ରତ୍ୟାହାର ଦାବୀରେ ବାମପନ୍ଥୀ ଯୁବଛାତ୍ରଙ୍କ ମିଳିତ ପ୍ରତିବାଦ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

Posted by - June 29, 2022 0
ଭୁବନେଶ୍ୱର:୨୯/୦୬; ଯୁବ,ଛାତ୍ର,ସେନା ବାହିନୀ ତଥା ଦେଶ ବିରୋଧି ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ବିଭିନ୍ନ ବାମପନ୍ଥୀ ଛାତ୍ର ଓ ଯୁବ ସଙ୍ଗଠନଙ୍କ ପକ୍ଷରୁ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…

ହରିଣକୁ କେନାଲ ପାଣିରୁ ଉଦ୍ଧାର କଲେ ଗ୍ରାମବାସୀ

Posted by - April 20, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ନିକଟସ୍ଥ ରେଡେମ କେନାଲ ପାଣି ଭିତରେ ଏକ ହରିଣ ଭାସିଯାଉ ଥିବାର ଦେଖିବାକୁ ମିଳିଥିଲା l…

ଭବାନୀପାଟଣା ରେ ଭାରତରତ୍ନ ଡ଼. ବି. ଆର୍. ଆମ୍ବେଦକର ଙ୍କ ୬୬ତମ ପରି ନିର୍ବାଣ ଦିବସ ପାଳିତ

Posted by - December 7, 2021 0
କଳାହାଣ୍ଡି: :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଆଜାଦି କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାରୀତା ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭବାନୀ…

ରାଜ୍ୟ ସମାଜସେବୀ ମହାସଂଘ ଓଡିଶା ର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

Posted by - July 18, 2022 0
ଭୁବନେଶ୍ବର:(ସନ୍ତୋଷ ରାଉତ )ରଜ୍ୟ ସମାଜସେବୀ ମହାସଂଘ ଓଡ଼ିଶା ର ସମସ୍ତ ଜିଲ୍ଲା ଓ ବ୍ଲକରୁ ମନୋନୀତ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ନେଇ ଭୁବନେଶ୍ବର ସ୍ଥିତ…