ଆଦିବାସୀମାନଙ୍କ ହକ ଓ ଅଧିକାର ପାଇଁ ଗର୍ଜନ କଲା ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ

29 0

ସମ୍ବଲପୁର ୨୨/୦୮(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡ଼ିଶାରେ ଆଦିବାସୀ ଙ୍କୁ ସେମାନଙ୍କ ହକ ତଥା ଅଧିକାର ତୁରନ୍ତ ପ୍ରଦାନ ପାଇଁ ଗର୍ଜନ କରି ମହା ସମ୍ବିଳନି କରିଛି ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ । ଆଜି ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକ ନିକଟରୁ ପଶ୍ଚିମ ଓଡିଶାର ୧୦ ଗୋଟି ଜିଲ୍ଲା ର ଆଦିବାସୀ ମାନେ ପାରମ୍ପରିକ ଧନୁତୀର, ଅସ୍ତ୍ରଶସ୍ତ୍ର ଓ ପାରମ୍ପରିକ ଆଦିବାସୀ ନୄତ୍ୟ ସହ ବିଶାଳ ସୋଭାଯାତ୍ରା ରେ ଆସି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ବିଶେଷ କରି ପଶ୍ଚିମ ଓଡ଼ିଶାରେ ଥିବା ୧୦ ଗୋଟି ଜିଲ୍ଲାରେ ଆଦିବାସୀ ମାନଙ୍କ ପାଇଁ ଥିବା ଜଙ୍ଗଳ ଜମି ଅଧିକାର ନିୟମକୁ ସଠିକ କାର୍ଯ୍ୟକାରିତା କରିବାକୁ ଦାବି କରାଯାଇଛି । ଏଥିସହ ସରକାରଙ୍କ ଆଦିବାସୀ ମାନଙ୍କ ପାଇଁ ଥିବା ସବୁ ଯୋଜନା ସଠିକ ରୁପାୟନ କରିବାକୁ ଦାବି କରାଯାଇଥିଲା । ଆଜିର ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ଏହି ମହା ସମ୍ବିଳନି ଅବସରରେ କଚେରି ଛକ ଠାରେ ଏକ ବିଶାଳ ସମାବେଶରେ ସମ୍ବଲପୁର ,ବରଗଡ, ବଲାଙ୍ଗୀର, ସୁନ୍ଦରଗଡ ସମେତ ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲାର ହଜାର ହଜାର ଆଦିବାସୀ ସାମିଲ ରହିଥିଲେ ।

ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ରାଜ୍ୟ ପର୍ଯ୍ୟବେକ୍ଷକ ଡକ୍ଟର ଜିନତ ବା , ରାଜ୍ୟ ସଭାପତି ପ୍ରସାନ୍ତ ହାଓ, ରାଜ୍ୟ ସାଧାରଣ ସଂପାଦକ ଶ୍ୟାମସୁନ୍ଦର ମୁଣ୍ଡା, କଳାହାଣ୍ଡି ଜିଲ୍ଲା ସଭାପତି ପ୍ରକାଶ ମାଝୀ, ବଲାଙ୍ଗୀର ଜିଲ୍ଲା ସଭାପତି ଖୁସିରାମ ଯାନି, ସୋନପୁର ଜିଲ୍ଲା ସଭାପତି ଜୟ କୁମାର ବରିହା ,ନୂଆପଡା ଜିଲ୍ଲାର ପ୍ରଶନ୍ନ ମାଝି, ସୁନ୍ଦରଗଡ ଜିଲ୍ଲା ର ଅନିଲ ଏକ୍କା,ଝାରସୁଗୁଡା ଜିଲ୍ଲାର ପଦ୍ମଲୋଚନ ବୁଦୁଲା ଙ୍କ ସମେତ ପଶ୍ଚିମ ଓଡ଼ିଶାର ବହୁ ବରିଷ୍ଠ ଆଦିବାସୀ ନେତା ଆଜିର ଆନ୍ଦୋଳନ ତଥା ମହା ସମ୍ବିଳନି ରେ ଉପସ୍ଥିତ ରହିଥିଲେ।

Related Post

ସିନ୍ଧେକେଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ୭ଦିନ ହେଲା ପାନୀୟ ଜଳ ବ୍ୟବସ୍ଥା ଅପହଞ୍ଚ

Posted by - January 7, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବାଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତ ଇଲାକା ସିନ୍ଧେକେଲା ଥିବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜିକୁ ଦୀର୍ଘ ୭ଦିନ ହେଲାଣି ପାନୀୟ ଜଳ ଯୋଗାଣ…

ସୋମବାର ଦିନ ଅପରାହ୍ନରେ ନରାଜ ବ୍ୟାରେଜ ରେ ପହଞ୍ଚିବ ବନ୍ୟାଜଳ

Posted by - July 11, 2021 0
ବାରଙ୍ଗ : (ସନ୍ତୋଷ ରାଉତ)ଚଳିତ ବର୍ଷ ହୀରାକୁଦରୁ ଛଡ଼ା ଯାଇଥିବା ବନ୍ୟା ଜଳ ଆସନ୍ତା ସୋମବାର ଦିନ ଅପରାହ୍ନରେ ନରାଜ ବ୍ୟାରେଜେରେ ପହଞ୍ଚିବ I ଏଥିପାଇଁ ନରାଜ…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ଦିନ ରହିବା ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ଅନୁମୋଦନ

Posted by - April 28, 2020 0
ରାଜ୍ୟ ସରକାରଙ୍କ ପକ୍ଷରୁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ଦିନ ରହିବା ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ଅନୁମୋଦନ କରାଯାଇଛି। ବୟସ୍କଙ୍କ ଖାଦ୍ୟ ବାବଦକୁ ଦୈନିକ ₹୧୨୦, ୧୪ ବର୍ଷରୁ…

ଲୁହରେ ଭିଜିଲା କ୍ଷେତ୍ରାପାଳ ଗାଁ,ହଜାର ହଜାର ଜନତା ଦେଲେ ଶଶାଙ୍କ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Posted by - February 23, 2021 0
ଯାଜପୁର :ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଶଶାଙ୍କ ଶେଖର ସାମଲ (୩୨) ୨୦୦୭ ମସିହାରେ ସେନାବାହିନୀରେ ଯୋଗଦେଇଥିଲେ। ଲଦାଖରେ ଡ୍ୟୁଟିରେ ଥିବା ବେଳେ ଦେଶ…

ଚିନ୍ତା ବଢାଉଛି ଭୁବନେଶ୍ବର,କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୮୬ ହେଲେଣି

Posted by - June 6, 2020 0
ଭୁବନେଶ୍ବର: ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ କଟକଣା ଜାରି ହୋଇଛି। ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଏହି ସଟ୍‌ଡାଉନ୍ କଟକଣା ରହିବ।…