ମରୁଡି ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କ ମିଳିତ ଜନଯୁଗ୍ମ ଶୁଣାଣୀ ରେ ଅଭିଯୋଗ ପତ୍ର ଦେଲେ ଖପ୍ରାଖୋଲ ପଞ୍ଚାୟତ ଚାଷୀ

133 0

ପାଟଣାଗଡ: ୨୨/୦୮ ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପଞ୍ଚାୟତର ଚାଷୀ ମାନେ ଜିଲ୍ଲାପାଳ ଙ୍କ ଜନ ଯୁଗ୍ମ ଶୁଣାଣୀ ରେ ୨୦୨୧ ମସିହାର ମରୁଡି ସହଜାତ ରାଶି ପ୍ରଦାନ ବିଷୟରେ ସୋମବାର ଦିନ ଅଭିଯୋଗ କରିଛନ୍ତି । ଖପ୍ରାଖୋଲ ପଞ୍ଚାୟତ ଚାଷୀ ନେତା ତାପସ ରଞ୍ଜନ ବେହେରା ଓ ସୂର୍ଯ୍ୟକାନ୍ତ ସାହୁ ଙ୍କ ନେତୃତ୍ୱ ରେ ୩୦ ଜଣିଆ ପ୍ରତିନିଧି ଦଳ ସଙ୍ଗଠିତ ହୋଇଥିଲେ । ପାଟଣାଗଡ ରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଲ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଜିଲ୍ଲାପାଳ ଚଞ୍ଚଲ ରାଣା ଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରୁ ବଞ୍ଚିତ ଥିବା ବିଷୟରେ ଅଭିଯୋଗ କରିଥିଲେ ।

ବିଗତ ବର୍ଷ ରେ ହୋଇଥିବା ମରୁଡି ସହାୟତା ରାଶି ମିଲିନ ନ ଥିବାରୁ ଚାଷୀ ମାନେ ଧାର କରଜ କରିଥିବା ଟଙ୍କା ସୁଝି ନପାରି ଚିନ୍ତା ରେ ପଡ଼ିଥିବା କହିଥିଲେ । ଏନେଇ ପ୍ରଥମେ ଚାଷୀ ମାନେ ମରୁଡି ଘୋଷଣା ସ୍ତଗିତ ଥିବା ବିଷୟରେ ତହସିଲ ଦାର ଙ୍କୁ ଜୁଲାଇ ୪ ତାରିଖ ଦିନ ଦାବି ପତ୍ର ପ୍ରଦାନ କରିଛନ୍ତି । ହେଲେ ଆଜି ପଯ୍ୟନ୍ତ ବୀମା ରାଶି ମିଳି ନଥିବାରୁ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ । ଏନେଇ ଜିଲ୍ଲାପାଳ ୭ ଦିନ ମଧ୍ୟରେ ବୀମା ରାଶି ମିଳିବ ବୋଲି ଚାଷୀ ମାନଙ୍କୁ ପ୍ରକାଶ କରିଥିଲେ ।

ଅଭିଯୋଗ ପ୍ରକୋଷ୍ଠରେ କୁ ଚାଷୀ ଗୁଣମଣୀ ଭୋଇ , ଛାୟକାନ୍ତ ବାରିକ , ସମ୍ପତି ଭୋଇ , ଜନ୍ମଜୟ ଭୋଇ , ବିଜୟ ବରିହା , ଅମଳ ଭୁଏ , ସନ୍ତୋଷ ବାଗ , ବାବୁଲାଲ ଭୋଇ , ଦୟାସାଗର ଭୋଇ, ବିନାୟକ ବନଛୋର୍ , ନୀଳ ନିଆଳ , ହାଡୁ ବରିହା ଓ ଚାଷୀ ମାନେ ସାମିଲ ହୋଇଥିଲେ ।

Related Post

ରାୟଗଡ଼ା ଡି ଏଫ ଓ ଙ୍କ ଚନ୍ଦ୍ରପୁର ଏରିଆରେ ଆମଜଙ୍ଗଲ ଯୋଜନା ର ଵୄକ୍ଷରୋପଣ କାର୍ଯକ୍ରମ

Posted by - July 17, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲା , ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ ଅନ୍ତର୍ଗତ ବର୍ଚିଗୁଡା ଗ୍ରାମ ନିକଟସ୍ଥ କମାରଗୁଡ଼ି ପ୍ରସ୍ତାବିତ ସଂଗ୍ରକ୍ଷିତ ଜଙ୍ଗଲ ମଧ୍ୟ ରେ ଆମ ଜଙ୍ଗଲ…

ପଲିଟ୍ରିଫାର୍ମ ରୁ ୩ଲକ୍ଷ ୫୦ହଜାର ଟଙ୍କା ଲୁଟ

Posted by - September 6, 2022 0
ସୋନପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବୁଦେଲ ବାହାଲି ଗାଁରେ ଥିବା ଏକ ପଲିଟ୍ରିଫାର୍ମ ରୁ ଗତକାଲି ରାତିରେ ୩ଲକ୍ଷ ୫୦ହଜାର…

ମଣିପୁର ଆଦର୍ଶ ବିଦ୍ୟାଳୟ ୨୫ ଛାତ୍ରୀ ଝାଡ଼ାବାନ୍ତିରେ ଅସୁସ୍ଥ 

Posted by - June 2, 2022 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ରେ ୧୦ ଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା…

ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଉନ ଥିବା ANM ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଡ଼ୁମେରଗୁଡା ପଞ୍ଚାୟତବାସି

Posted by - July 31, 2022 0
ଧର୍ମଗଡ଼:( ହେମନ୍ତ କୁମାର ମାଝୀ)ଗୋଲାମୁଣ୍ଡା ଥାନା ଡ଼ୁମେରଗୁଡା ଗ୍ରାମ ପଂଚାୟତରେ ଡ଼ୁମେରଗୁଡା ଓ କିର୍କାକାନି ସ୍ଥିତ ANM କୁଆଟରେ ଦୀର୍ଘଦିନ ଦିନହେଲା ANM ରହୁ ନ ଥିବା…