Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ମେଡାଲ ଜିତିଲେ ଦେବାଶିଷ

52 0

ଯାଜପୁର:୨୨/୦୮ : ତାମିଲନାଡୁ ରାଜ୍ୟରେ ଆୟୋଜିତ ଜାତୀୟ କିକ୍ ବକ୍ସିଂ ଚମ୍ପିୟାନ ସିପ -୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିବା ବେଳେ ଓଡିଶା ଅଲମ୍ପିକ୍ ଆସୋସିଏସନ ଦ୍ୱାରା ସ୍ଵିକୃତିପ୍ରାପ୍ତ ସଂଘ ଆମେଚର କିକ ବକ୍ସିଂ ଆସୋସିସନ ଅଫ ଓଡ଼ିଶା ପକ୍ଷ୍ୟରୁ ୩୯ ଜଣିଆ ଓଡିଶା ଟିମ ଏଥିରେ ଅଂଶଗ୍ରହଣ କରିଥିଲେ।ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳର ଦେବାଶିଷ ମହାନ୍ତି ମଧ୍ୟ ବିଜୟ ହୋଇ ମେଡାଲ ହାସଲ କରିଛନ୍ତି ।

ଯାହା ଜିଲ୍ଲା ପାଇଁ ଗୌରବ ଆଣିଦେଇଛି।ପାଲଟପୁର ପଞ୍ଚାୟତ କଣ୍ଟିବାଙ୍କ ଗ୍ରାମର ଶେଷଦେବ ମହାନ୍ତିଙ୍କ ପୁଅ ଦେବାଶିଷ (୨୩) ଆଗରୁ ମଧ୍ୟ ଅନେକ ମେଡାଲ ହାସଲ କରି ଅଞ୍ଚଳ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଦେବାଶିଷ ଙ୍କ ଏହି ସଫଳତା ପାଇଁ ଆମେଚର କିକ ବକ୍ସିଂ ଆସୋସିସନ ଅଫ ଓଡ଼ିଶା ର ରାଜ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ଡାକୁଆ,ରାଜ୍ୟ ସାଧାରଣ ସମ୍ପାଦକ ବିଚିତ୍ର ନାରାୟଣ ଜେନା ଦେବାଶିଷ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ସେହିପରି ଦଶରଥପୁର ଅଞ୍ଚଳବାସୀ ମଧ୍ୟ ଦେବାଶିଷଙ୍କ ଏହି ସଫଳତା ପାଇଁ ଖୁସିବ୍ୟକ୍ତ କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related Post

ବଡ଼ବିଲ ସୁପର ଲିଗ୍ : ସରିଲା ପ୍ଲେୟାର ବିଡିଂ, ସର୍ବାଧିକ ମୂଲ୍ୟରେ ବିକ୍ରିହେଲେ ଅମିତ ମହାନ୍ତି ଓ ଦିବ୍ୟ ରଞ୍ଜନ ଦାସ

Posted by - November 28, 2019 0
ବଡ଼ବିଲ, ୨୭.୧୧.୨୦୧୯ :ଆସନ୍ତା ଡିସେମ୍ବର ୨୨ରୁ ବଡ଼ବିଲରେ ଖେଳାଯିବାକୁଥିବା ଫଟାଫଟ କ୍ରିକେଟ୍, ‘ବଡ଼ବିଲ ସୁପର ଲିଗ୍’(ବିଏସଏଲ୍) ପାଇଁ ବିଡିଂ ପ୍ରକ୍ରିୟା ଶେଷ ହୋଇଛି । ‘ମାଇନିଂ ଏରିଆ…

ମା ବସ୍ତ୍ରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ,ଫାଇନାଲରେ କଣ୍ଟାବାଞ୍ଜି- ଜୁରାବନ୍ଧ

Posted by - November 13, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡା ଗ୍ରାମ ପଞ୍ଚାୟ।ତର ହାଇସ୍କୁଲ ଖେଲ ପଡ଼ିଆରେ ରୋୟାଲ ଡାଇମଣ୍ଡ ଯୁବକ ସଂଘ ପକ୍ଷରୁ ପରିଚାଳିତ…

ଉଦଘାଟିତ ହୋଇଛି ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ପ୍ରତିଯୋଗୀତା 

Posted by - February 2, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଛି ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ପ୍ରତିଯୋଗୀତା ଏହାକୁ ସମାଜସେବୀ ଯଯାତି କେଶରୀ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଂଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରର ଦଳ ଏହି ପତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି । ଆଜିର ଉଦଘାଟନି ମ୍ୟାଚ କଟକ ରାଇଜିଂ ଷ୍ଟାର ଏବଂ ଭଦ୍ରକ ଚରମ୍ପା ଦଳ ମଧ୍ୟରେ ଅନୁଷ୍ଠିତ ହେଉଛି ,ଏହି ଉଦଘାଟନି ଉତ୍ସବରେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଏବଂ ଯାଜପୁର କ୍ରିକେଟ ଆସୋସିଏସନର ସଂପାଦକ ଜ୍ଞାନଚାନ୍ଦ ଦାସ ଉପସ୍ଥିତ ଥିଲେ ।

ରାଜା ବେହରଗୁଡ଼ା ଠାରେ ଭଲିବଲ ଟୁର୍ନାମେଣ୍ଟ ଉଯାଫନ ଦିବସ

Posted by - December 13, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ ସାଶନ ପଂଚାୟତ ରାଜା ବେହରଗୁଡ଼ା ଠାରେ ମା ଠାକୁରାଣୀ ଆଦିବାସୀ ଯୁବକ ସଂଘ ତରଫରୁ ଆୟୋଜିତ ଭଳିବଲ ଟୁର୍ନାମେଣ୍ଟ ଫାଇନଲ ଦିବସ…

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣା ମ୍ୟାଣ୍ଟ  ଉଦଘାଟନ,ପ୍ରଥମ ଦିନରେ ବୁଡେନ ଚମ୍ପିୟାନ

Posted by - November 7, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡା ଗ୍ରାମ ପଞ୍ଚାୟତ ର ରୋୟାଲ ଡାଇମଣ୍ଡ ଯୁବକ ସଂଘ ଆନୁକୂଲ୍ୟରେ ଗାଁ ହାଇସ୍କୁଲ ଖେଳପଡ଼ିଆରେ ପରିଚାଲିତ…