ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ ସଂଘର୍ଷ କମିଟି ବୈଠକ

30 0

ସୋନପୁର:(ଅଜିତ କୁମାର ପୂଜାହାରୀ)ବଲାଙ୍ଗୀର- ଖୋର୍ଦ୍ଧା ରେଲୱେ ଲାଇନ ସଂଘର୍ଷ କମିଟିର ବଲାଙ୍ଗୀର ଜିଲ୍ଲାର ସଦସ୍ୟ, ବଲାଙ୍ଗୀର ଓକିଲ ସଂଘର କାର୍ଯ୍ୟକର୍ତ୍ତା ଓ ସୁବର୍ଣ୍ଣପୁର ଜିଲ୍ଲାର ବୁଦ୍ଧିଜୀବି ମାନଙ୍କ ଏକ ଗୁରୁତ୍ୱପୂର୍ଣ ବୈଠକ ଅନଷ୍ଠିତ ହୋଇ ଯାଇଛି l ସହର ର ଗ୍ରୀନ ପାର୍କ ହୋଟେଲ ର ସମ୍ମିଳନୀ ହଲ୍ ରେ ଅନୁଷ୍ଠିତ ବୈଠକରେ ଖୋର୍ଦ୍ଧା- ବଲାଙ୍ଗୀର ଆନ୍ଦୋଳନରେ ଜଡ଼ିତ ଥିବା କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ l ତେବେ ଏହି ରେଳପଥର ନିର୍ମାଣ କାର୍ଯ୍ୟ ପାଇଁ ଶହ ଶହ କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ଆଖିଦୃଶିଆ ଖର୍ଚ୍ଚ ହେଉନଥିବା ଆଲୋଚନା ହୋଇଥିଲା l

ବର୍ତ୍ତମାନ୍ ବଲାଙ୍ଗୀର ଠାରୁ ବିଛୁପାଲି ପର୍ଯ୍ୟନ୍ତ କାର୍ଯ୍ୟ ସରିଥିବା ବେଳେ ଅନ୍ୟ ପଟେ ନୂଆଗାଁ ପର୍ଯ୍ୟନ୍ତ କାମ ସରିଛି। ତେବେ ମୁଖ୍ୟତଃ ଖୋର୍ଦ୍ଧା – ବଲାଙ୍ଗୀର ଭିତରେ ପାଞ୍ଚଗୋଟି ବଡ଼ ବଡ଼ ନଦୀପୋଲ ଓ ଜଙ୍ଗଲ ପାହାଡ଼ ମଧ୍ୟରେ ଏକାଧିକ ଟନେଲ ପଡ଼ୁଥିବାରୁ ଏଭଳି ନିର୍ମାଣ କାମ ଚାଲିଲେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ କାମ ସରିପାରିବ ନାହିଁ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା l ତେବେ ଏନେଇ ଆଗାମୀ ୨୮ ତାରିଖରେ ଏହି ରେଳପଥର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ପୁଣି ଏକ ବୈଠକ ଅନୁଷ୍ଠିତ କରିବାକୁ ସ୍ଥିର କରାଯାଇଥିବା ଜଣାପଡିଛି l ଏହି ବୈଠକ ପରେ ଆଗାମୀ ଦିନର କାର୍ଯ୍ୟକ୍ରମ ନୀତି ସ୍ଥିରୀକୃତ ହେବ ବୋଲି ସୂଚନା ଦିଆଯାଇଛି l

 

Related Post

ତରଭା ଥାନା ଜୁରାବନ୍ଧ ଠାରେ ହତ୍ୟାକାଣ୍ଡ !!

Posted by - July 20, 2021 0
ସୋନପୁର: (ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ତରଭା ଥାନା ଜୁରାବନ୍ଧ ଠାରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି l ମୃତକ ବ୍ରାହ୍ମଣୀ ଗ୍ରାମର ବେଣୁଧର ସାହୁଙ୍କ ପୁଅ…

କଳାହାଣ୍ଡି ଜିଲ୍ଲାରେ ଆନ୍ତର୍ଜାତିକ ନିଶାନିବାରଣ ଦିବସ ପାଳିତ

Posted by - June 27, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ…

ଜିଲ୍ଲା ସ୍ତରୀୟ ଆଇନ୍ ସାକ୍ଷରତା ଉତ୍ସବ

Posted by - August 21, 2022 0
ସୋନପୁର:( ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଆଇନ୍ ସାକ୍ଷରତା ଉତ୍ସବ ଏଡିଆର୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି l…

ଝୁଲନ୍ତା ମୃତ ଦେହ ଉଦ୍ଧାର

Posted by - August 21, 2021 0
ଜଳେଶ୍ବର:( ପ୍ରଭାକର ମଲ୍ଲିକ)ଶିବ ମନ୍ଦିର ବେଢାରେ ଅଜଣା ବ୍ୟକ୍ତି ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର । ସୂଚନା ମୁତାବକ ଜଳେଶ୍ବର ଥାନା ଅନ୍ତର୍ଗତ ରାଜ…

ସରକାରୀ ବାବୁ ନୁହେଁ କିନ୍ନର ମାନେ ହେବେ ପରିବର୍ତନର ବାର୍ତାବହ

Posted by - February 15, 2020 7
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ) ଆଉ ସରକାରୀ ବାବୁ ନୁହେଁ କିନ୍ନର ମାନେ ହେବେ ପରିବର୍ତନର ବାର୍ତାବହ । ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ କରିଛି…