Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ବୌଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

156 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ମାସ ୧ ତାରିଖ ଗୁରୁବାର ଦିନ ଭାଦ୍ରବ ଶୁକ୍ଳ ପକ୍ଷ ପଂଚମୀ ସକାଳ ୧୦ ଟା ୫୪ ମିନିଟ ରୁ ୧୧ଟା ୧୦ ମିନିଟ ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ନବାନ୍ନ ଭୋଗ ଲାଗିବ । ପଣ୍ଡିତ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଲଗ୍ନ ଧାର୍ଯ୍ୟ ସଂପର୍କିତ ମତାମତ ନିଆଯିବା ପରେ ସର୍ବସମ୍ମତି କ୍ରମେ ଲଗ୍ନ ଧାର୍ଯ୍ୟ କରାଯାଇଥିବା ନେଇ ପଣ୍ଡିତ ସିଦ୍ଦେଶ୍ୱର ଯୋଶୀ ସୂଚନା ଦେଇଥିଲେ ।

ମାଁ ଭୈରବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ ହେବ, ତାପରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ନବାନ୍ନ ଗ୍ରହଣ କରିବେ ବୋଲି ମୁଖ୍ୟ ପୂଜକ ଗୌରୀ ଶଙ୍କର ବଡମାଳୀ ପ୍ରକାଶ କରିଛନ୍ତି । ଏହି ଅବସରରେ ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ, ପଣ୍ଡିତ ମଧୁସୂଦନ ମିଶ୍ର, ପୂଜକ ସାନନ୍ଦ ବଡମାଳି, ହରିହର ବଡମାଳି, ବିଭୂତି ବଡମାଳି, ତରଣୀ ବଡମାଳି, ଏକା ବଡମାଳି, ଧନେଶ୍ୱର ବଡମାଳି, ବିଶୁ ବଡମାଳି, ସୂର୍ଯ୍ୟ ଶତପଥି, ସଂପଦ ଅଗ୍ରୱାଲା, ଫକିର ଘଢ଼େଇ, ଅମର ସାହୁ, ମିଥୁନ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Related Post

ବାରବାଟି ବିଧାୟକ ମହମ୍ମଦ ମୋକିମ ଙ୍କୁ ଜୋରିମାନା

Posted by - June 20, 2022 0
କଟକ:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବାରବାଟି ବିଧାୟକ ମହମ୍ମଦ ମୋକିମ ଙ୍କୁ ପାଞ୍ଚ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଲେ ହାଇକୋର୍ଟ l ଭୁବନେଶ୍ଵର :-…

ଯାଜପୁର ବିଞ୍ଝାରପୁରରେ ବାଲିଘାଟକୁ ନେଇ ବୋମାମାଡ଼, ଜଣେ ମୃତ

Posted by - March 24, 2022 0
ଯାଜପୁର: ବାଲିଘାଟ ଲିଜକୁ ନେଇ ଯାଜପୁରରେ ଅଘଟଣ। ବାଲିଘାଟ ଲିଜକୁ ନେଇ ବଚସା ପରେ ବୋମାମାଡ଼। ବିଞ୍ଝାରପୁର ବଗମରା ବାଲିଘାଟରେ ଦୁର୍ବୁତ୍ତଙ୍କ ଦ୍ବାରା ବୋମାମାଡ଼ ହୋଇଛି। ଦୁର୍ବୁତ୍ତଙ୍କ…

ଏକାଦଶ କୃଷି ଗଣନା ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ

Posted by - December 27, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ହେବାକୁ ଯାଉଥିବା ଏକାଦଶ କୃଷି ଗଣନା ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ପ୍ରଥମ…

ବାହାର ରାଜ୍ୟକୁ ଗୋରୁ ଚୋରା ଚାଲାଣ ଅଭିଯୋଗ, ପ୍ରଶାସନ ନିରବ

Posted by - December 24, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ଦେଇ ଗୋରୁଗାଈ ନିକଟସ୍ଥ ଆନ୍ଧ୍ର ଏବଂ ତେଲେଙ୍ଗାନା ରାଜ୍ୟକୁ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହେଉଛି । ନବରଙ୍ଗପୁର ଜିଲ୍ଲାର ପାମଲା ହାଟ,…

ବିଦ୍ୟୁତ କାର୍ଯ୍ୟାଳୟ ରେ ତାଲା

Posted by - May 3, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଦ୍ୟୁତ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଲୟ ରେ ତାଲା ପକାଇଲେ ସଚେତନ ନାଗରିକ । ସୁବର୍ଣ୍ଣପୁର…