Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବିପଦ ସଂକେତ ଉପରେ ବୈତରଣୀ,ଆଖୁଆପଦା ନିକଟରେ ଜଳସ୍ତର ବଢିବାରେ ଲାଗିଛି

24 0

ଯାଜପୁର:ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ଶନିବାର ଅପରାହ୍‌ଣରୁ ହଠାତ ଫୁଲି ଉଠିଛି। କେନ୍ଦୁଝରର ଆନନ୍ଦପୁରଠାରେ ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି। ଆଜି ସନ୍ଧ୍ୟା ୯ଟାରେ ଜଳସ୍ତର ୩୮.୪୦ ରହିଛି ଓ ବିପଦ ସଙ୍କେତ ଅତିକ୍ରମ କରିଛି। ଏଠାରେ ବିପଦ ସଙ୍କେତ ୩୮.୩୬ ରହିଛି। ସେହିପରି ଆଖୁଆପଦାରେ ବୈତରଣୀ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ସନ୍ଧ୍ୟା ୯ଟାରେ ଜଳସ୍ତର ୧୭.୩୭ ମିଟରରେ ପହଞ୍ଚିଥିଲା।ଆନନ୍ଦପୁର ନିକଟରେ ବୈତରଣୀ ନଦୀ ବିପଦ ସଂକେତ  ଛୁଇଁଥିବା ବେଳେ ଆଖୁଆପଦା ନିକଟରେ ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି ।

ଆଖୁଆପଦାରେ ବିପଦ ସଂକେତ :୧୭ଦଶମିକ ୮୩ ଥିବା ବେଳେ ବର୍ତ୍ତମାନ ୧୭ ଦଶମିକ ୮୭ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।ବୈତରଣୀ ବଢ଼ୁଥିବାରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକବାସୀଙ୍କ ଚିନ୍ତା ବଢ଼ିଯାଇଛି। ୬ ଦିନ ତଳେ କଷପା ପଞ୍ଚାୟତ ବ୍ରହ୍ମଚାରୀପାଟଣାରେ ବୈତରଣୀ ଶାଖା କାଣୀନଦୀରେ ୧୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ୧୫ରୁ ଅଧିକ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥିଲେ।

ଏବେ ପୁଣି ଏକ ସମ୍ଭାବ୍ୟ ବନ୍ୟାକୁ ନେଇ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ଚାଷ ଜମି ଗୁଡିକରୁ ବନ୍ୟା ପାଣି କମ ହୋଇନଥିବା ବେଳେ ପୁଣି ବିଭିନ୍ନ ଏସକେପ ଦେଇ ବନ୍ୟା ଜଳ ଚାଷ ଜମିକୁ ମାଡିଛି । ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୁଢାବଳଙ୍ଗ । ବିପଦ ସଙ୍କେତ ୫.୫୦ ମିଟର ଥିଲା ବେଳେ ବାଲେଶ୍ବରର ବସ୍ତା ମଥାନୀ ଠାରେ ସକାଳ ୬ଟା ସୁଦ୍ଧା ୬.୯୦ ମିଟରରେ ଜଳ ପ୍ରବାହିତ ହେଉଛି। ବାଲେଶ୍ବର ବୁଢାବଳଙ୍ଗ ନଦୀର ପୁଟୁକାଶାସନ ଦୁର୍ବଳ ନଦୀବନ୍ଧକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Related Post

ଜେଇଇ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ପାଇଁ ସୂଚନା

Posted by - August 29, 2020 0
ଯାଜପୁର ଅଫିସ:୨୦୨୦ ବର୍ଷ ପାଇଁ ସର୍ବ ଭାରତୀୟ ଜେଇଇ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗର ସୂଚନା ଦିଆଯାଇଚ୍ଥି । ଇତି…

ବାଲି ମାଫିଆ ସକ୍ରିୟ! ଉପଜିଲ୍ଲାପାଳ ଓ ତହସିଲଦାର ଙ୍କୁ ଆକ୍ରମଣ କରି ଛଡାଇ ନେଲେ ଗାଡି।

Posted by - June 11, 2020 17
ନୀଳଗିରି:୧୧/୦୬(ସୌମ୍ୟାସାଇ ବାରିକ୍)ଗତକାଲି ରାତ୍ରିରେ ଚୋରା ବାଲି ଚାଲାଣକାରୀ ମାନେ ନୀଳଗିରି ଉପଜିଲାପାଳ ଓ ତହସିଲଦାର ଙ୍କୁ ଆକ୍ରମଣ କରି ଗାଡି ଛଡାଇ ନେବା ଘଟଣା ସମଗ୍ର ଜିଲ୍ଲାରେ…

ଅପହଞ୍ଚ ଇଲାକାର କରୁଣ ଦୃଶ୍ୟ, ଗାଁ କୁ ପହଞ୍ଚିଲାନି ଶବ ବାହକ ଗାଡି, ୮ କିଲୋମିଟର ଶବ ବୋହିଲେ ଆତ୍ମୀୟ

Posted by - August 19, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜାଦି କା ଅମୃତ ମହୋତ୍ସବ ଓ ୭୬ ତମ ସ୍ଵାଧୀନତା ଦିବସ ପାଳନ କରିସାରିଛି ଭାରତ ଦେଶ, କିନ୍ତୁ ଦେଶର…

ସମ୍ବଲପୁର ରେ ପବିତ୍ର ଗଣପର୍ବ ନୂଆଖାଇ ପାଇଁ ବ୍ଯାପକ ପ୍ରସ୍ତୁତି

Posted by - August 30, 2022 0
ସମ୍ବଲପୁର:୩୦/୦୮ (ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶାର ପବିତ୍ର ମହାନ ଗଣପର୍ବ ନୂଆଁଖାଇ ପାଇଁ ଏବେ ଚଳଚଞ୍ଚଳ ହୋଇଛି ସମ୍ବଲପୁର ସହର । ସବୁଠି ନୂଆଁଖାଇ ପାଳନ ପାଇଁ ପ୍ରସ୍ତୁତି…

ଯାଜପୁରରରେ ପବିତ୍ର ପର୍ବ ଇଦ୍‌-ଉଲ-ଫିତର ପର୍ବ ପାଳିତ

Posted by - May 3, 2022 0
ଯାଜପୁରରରେ ପବିତ୍ର ପର୍ବ ଇଦ୍‌–ଉଲ–ଫିତର ପର୍ବ ପାଳିତ ହୋଇଯାଇଛି । ଏକ ମାସ ଧରି ପବିତ୍ର ରମଜାନ ମାସ ରେ ଉପବାସ ରହି ଭକ୍ତି ଓ ଶ୍ରଦ୍ଧାର ସହ ନମାଜ ପାଠ କରିଥିଲେ । ଆଜିର ଇଦ୍‌–ଉଲ ଫିତର ଉପଲକ୍ଷେ ମୁସଲମାନ ଭାଇ ଓ ଭଉଣି ମାନେ ଏହି ଅବସରରେ ନବବସ୍ତ୍ର ପରିଧାନ କରି ସ୍ଥାନୀୟ ସାହି ମସଜିଦ୍ ସମେତ ବିଭିନ୍ନ ସ୍ଥାନରେ ଥିବା ଇଦଗା ଓ ମସଜିଦ୍ ଠାରେ ସମୁହ ନମାଜ ପାଠ କରିବା ସହିତ ଦାନ ଧର୍ମ କାର୍ଯ୍ୟ ସମ୍ପାଦନ କରିଛନ୍ତି ପରେ ଘରକୁ ଯାଇ ପରିବାର ଓ ସାହି ବସ୍ତିରେ ପରସ୍ପର ମଧ୍ୟରେ ଆଲିଙ୍ଗନ କରି ଶୁବେଛା ଜ୍ଞାପନ କରିବା ସହ ବନ୍ଧୁମିଳନ କାର୍ଯ୍ୟ ମଧ୍ୟ କରିଛନ୍ତି ।  ଗତ ଦୁଇ ବର୍ଷ ହେଲା କୋରନା କଟକଣା ପାଇଁ ଏହି ପର୍ବ କୁ ସମୂହ ଭାବେ ପାଳନ କରାଯାଉନଥିଲା ଚଳିତ ବର୍ଷ କୌଣସି କଟକଣା ନଥିବାରୁ ମୁସଲମାନ ଧର୍ମାବଲମ୍ବୀ ଙ୍କ ମଧ୍ୟରେ  ବେଶ ଖୁସି ଦେଖିବାକୁ ମିଳିଛି  । ଏହି ଇଦ ପର୍ବରେ ନମାଜ ପାଠ କରିବା ପରେ ଦୁଃଖୀ ଦରିଦ୍ରଙ୍କୁ ଦାନ କରିବାର ପରମ୍ପରା ରହିଛି । ଯାଜପୁରରରେ ଥିବା ସାହି ମଦଜିତ୍ ରେ ସମୁହ ନିମାଜପାଠ ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇ ୯.୪୦ରେ ଶେଷ ହୋଇଥିଲା ଏହି ନମାଜପାଠରେ ଅନ୍ୟୁନ ହଜାରୁ ଉର୍ଦ୍ଧ ମୁସଲମାନ ଭାଇମାନେ ନମାଜ ପାଠକରି ଦାନ, ଧର୍ମ  କରିଥିଲେ ।