ଜେଲରେ ବିଚାରାଧିନ କଏଦିଙ୍କ ସନ୍ଦେହଜନକ ମ୍ରୁତ୍ୟୁ : ଜେଲ କର୍ତ୍ତୁପକ୍ଷଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ପରିବାର ଲୋକେ

26 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା କାରାଗାରରେ ଜଣେ ବିଚାରାଧିନ କଏଦିଙ୍କ ମ୍ରୁତ୍ୟୁ ହେବାପରେ ସ୍ଥାନିୟ ଦାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା l ଅନ୍ୟପକ୍ଷରେ ମ୍ରୁତକଙ୍କ ପରିବାର ଲୋକେ ଏଥିରେ ଜେଲ କର୍ତ୍ତ୍ରୁପକ୍ଷ ଙ୍କ ବିରୁଦ୍ଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ l ମୃତକବିଚାରାଧିନ କଏଦି ଜଣକ କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ବାହାଦୁରପଦର ଗ୍ରାମର ହ୍ରୁଦୟ କୁମାର ପୋଢ ବୋଲି ଜଣାପଡିଛି l

ସୁଚନାମତେ, ଗତ କିଛିଦିନ ତଳେ ହ୍ରୁଦୟ କୁମାର ପୋଢ ଏକ ଅପରାଧିକ ମାମଲାରେ ବିଚାରାଧିନ କଏଦି ଭାବେ ଭବାନୀପାଟଣା ଜିଲ୍ଲା କାରାଗାରରେ ଥିଲେ l ଗତକାଲି ବିଲମ୍ବିତ ରାତିରେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ଏ ସମ୍ପର୍କ ରେ ହ୍ରୁଦୟ ଙ୍କ ପରିବାର ଲୋକେ ଖବର ପାଇ ଡାକ୍ତରଖାନାରେ ପହଞ୍ଚିଥିଲେ l

ମୃତକ ହ୍ରୁଦୟ ଙ୍କ ପରିବାର ଲୋକେ ଓ ଗ୍ରାମବାସୀ ହ୍ରୁଦୟଙ୍କ ସ୍ଵାଭାବିକ ମ୍ରୁତ୍ୟୁ ହୋଇ ନଥିବା ଏବଂ ଏଥିରେ ଜେଲ କର୍ତ୍ତୁପକ୍ଷଙ୍କ ସମ୍ପୃକ୍ତ ଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଓ ଏହାର ଏକ ଉଚ୍ଚସ୍ତରିୟ ତଦନ୍ତ ସକାଶେ ଦାବି କରିଛନ୍ତି l ଏହାକୁନେଇ ଡାକ୍ତରଖାନା ପରିସରରେ ବେସ୍ କିଛିସମୟ ଧରି ଉତ୍ତେଜନା ଲାଗିରହିଥିଲା l ଘଟଣା ସ୍ଥଳରେ ଭବାନୀପାଟଣା ଟାଉନ୍ ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ଜନସାଧାରଣ ରେ ମତ ପ୍ରକାଶ ପାଇଛି l

Related Post

ସାମାଜିକ ସଂକ୍ରମଣର ଆଶାଙ୍କା ବଢ଼ିଲାଣି,ସଚେତନ ହୁଅନ୍ତୁ କିନ୍ତୁ ଅପମାନିତ ହୁଅନ୍ତୁ ନାହିଁ:କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗଚୀ

Posted by - March 27, 2020 0
ଭୁବନେଶ୍ବର୨୭/୩: ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ଦୁଇଗୁଣା ବଢ଼ିଚାଲିଛି। ସାମାଜିକ ସଂକ୍ରମଣର ଆଶାଙ୍କା ବଢ଼ିଲାଣି। ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ…

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଳା ବିଜେପୁର ବିଡିଓ

Posted by - August 29, 2021 0
ସୋନପୁର:(ଅଜିତ୍ କୁମାର ପୂଜାରୀ) ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଳା ବିଜେପୁର ବିଡିଓ l ଆଜି ସକାଳୁ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ବିଜେପୁର ରୁ ଭୁବନେଶ୍ବର ଯାଉଥିବା…

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ସଂଧ୍ୟା ୫.୪୫ରେ ଲାଗିଥିଲା ତାଳଧ୍ବଜ, ୬.୪୦ରେ ପହଞ୍ଚିଲା ନନ୍ଦିଘୋଷ

Posted by - July 4, 2019 45
ଭୁବନେଶ୍ୱର, ୪।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ବଳଦେବଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ…

ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ,ସିବିଆଇ ତଦନ୍ତ ଦାବିରେ ଭବାନିପାଟଣା ରେ ରାସ୍ତା ଅବରୋଧ

Posted by - August 22, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଧୀନସ୍ଥ ଘୋଟିଆ ଗାଁ ପାଖରେ ଥିବା ଏକ ଜଙ୍ଗଲରେ ଜଣେ ଛାତ୍ରୀଙ୍କ ମୃତ…

ସୂଚନା ଅଧିକାର ଆଇନ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ 

Posted by - October 2, 2021 0
ଯାଜପୁର:ରାଜ୍ୟରେ ସୂଚନା ଅଧିକାର ଆଇନ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି Iଏହି ଅବସରରେ ଆଜି ଯାଜପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ସୂଚନା ଅଧିକାର ଅଭିଯାନ ଜିଲା ଶାଖା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାରୀ ଅର୍ଥର ହିସାବ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ ହୋଇଥିବା ବେଳେ ଅଧିକରୁ ଅଧିକ ସୂଚନା ଅଧିକାରର ବ୍ୟବହାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିସହିତ ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ତଦନ୍ତ କରି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଯାଜପୁର ଅତିରିକ୍ତ ଜିଲାପାଳଙ୍କ ମାଧ୍ୟମରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।