ସୁବର୍ଣ୍ଣପୁର ଗଡଜାତ ସହ ପଂଚରା ଅଂଚଳରେ ନୂଆଖାଇ ଲଗ୍ନ

38 0

ସୋନପୁର:(ଅଜିତ କୁମାର ପୂଜାହାରୀ)ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ଜୋରଦାରିଆ ସଜବାଜ ଚାଲିଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ଆସୁଥିଲେ ହେଁ ନିଜ ନିଜର ଇଷ୍ଟ ଦେବୀଙ୍କୁ ନେଇ ଅଲଗା ଅଲଗା ଅଂଚଳ ପାଇଁ ଭିନ୍ନ ପ୍ରକାରେ ଲଗ୍ନ ସ୍ଥିର ହୋଇଥାଏ । ସୁବର୍ଣ୍ଣପୁର ଗଡଜାତ ସହ ପଂଚରା ଅଂଚଳ ପାଇଁ ଏବର୍ଷ ପଣ୍ଡିତ ମହାସଭା ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ବସି ଆଗାମୀ ନୂଆଁଖାଇ ଲଗ୍ନ ସ୍ଥିର କରିଛନ୍ତି ପଣ୍ଡିତ ରାଜେନ୍ଦ୍ର ମହାପାତ୍ର । ରାଜା ରାଜୁଡ଼ା ଅମଳରୁ ପାରମ୍ପାରିକ ବିଧି ବିଧାନରେ ନିର୍ଦ୍ଧାରିତ ହୋଇ ଆସୁଛି ଏହି ନୂଆଁଖାଇ ଲଗ୍ନ ।

ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖ ଗୁରୁବାର ଦିନ ଘ.୧୦.୦୭ମି. ରୁ ଘ.୧୦.୨୧ମି. ମଧ୍ୟେ ତୁଳା ଲଗ୍ନରେ ନୂଆଁଖାଇ ଲଗ୍ନ ସ୍ଥିର ହୋଇଛି । ସେହିପରି ସକାଳ ୮ ଟା ୨୦ ମିରୁ ୯ ଟା ୨୦ ମି ମଧ୍ୟେ ମା ସୁରେଶ୍ୱରୀଙ୍କ ପାଇଁ ପାହୁର ଯାତ୍ରା ବାହାରିବ । କାହିଁ କେତେ ଦିନରୁ ପୁରୁଣା ସୋନପୁର ଗଡ଼ଜାତ ରାଜ୍ୟର ନୁଆଖାଇ ପାଇଁ ଏହି ଲଗ୍ନ ପରମ୍ପରା ଚାଲିଆସିଛି ଆଜିଯାଏଁ । ପ୍ରତିବର୍ଷ ସୋନପୁରର ଜଗନ୍ନାଥ ମନ୍ଦିର ପରିସରର ମୁକ୍ତି ମଣ୍ଡପରେ ବସି ଲଗ୍ନ ନିର୍ଦ୍ଧାରଣ କରନ୍ତି ପଣ୍ଡିତମାନେ ।

ସୋନପୁରର ଇଷ୍ଟଦେବୀ ସୁରେଶ୍ୱରୀଙ୍କୁ ନେଇ ଜ୍ୟୋତିଷି ଶାସ୍ତ୍ର ଅନୁସାରେ ଗଣନା କରାଯାଏ ତିଥି ଓ ସମୟ । ପଣ୍ଡିତମାନଙ୍କର ନିର୍ଦ୍ଧାରିତ ସମୟରେ ମାଁ ସୁରେଶ୍ୱରୀଙ୍କ ପାଖରେ ନୂଆଁ ଲାଗିସାରିବା ପରେ ନିଜ ନିଜ ଘରେ ଥିବା ଦେବତାଙ୍କୁ ପୂଜା କରାଯାଇ ନୂଆଁ ଖିଆ ଯାଇଥାଏ ।

ଏହି ଲଗ୍ନକୁ ନେଇ ସାରା ସୋନପୁର ଗଡ଼ଜାତ ଅଂଚଳରେ ନୂଆଁଖାଇ ହୋଇଥାଏ । ସୁବର୍ଣ୍ଣପୁର ପୌର ପରିଷଦ ତରଫରୁ ସ୍ୱତନ୍ତ୍ର ଭାବେ ଗଳି ଗଳି ଡ଼େଙ୍ଗୁରା ଦେଇ ଘୋଷଣା କରାଯାଏ ଏହି ଲଗ୍ନ । ସୋନପୁର ସହର ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ଅଂଚଳକୁ ମଧ୍ୟ ଲଗ୍ନ ଜଣାଇ ଦିଆଯାଇଥାଏ । ପୁର୍ବରୁ ରାଜା ଏହି ଲଗ୍ନ ଧାର୍ଯ୍ୟ କରୁଥିବାବେଳେ ଏବେ ଏହା ସୁବର୍ଣ୍ଣପୁର ପୌର ପରିଷଦକୁ ଦାୟିତ୍ୱ ଦିଆଯାଇଛି ।

 

Related Post

ସିଲ୍ ହେଲା ପଟିଆରେ ଥିବା ବିଗ୍ ବଜାର ସପିଂ ମଲ୍

Posted by - February 20, 2020 0
ଭୁବନେଶ୍ୱର:୨୦।୨ ସିଲ୍‌ ହେଲା ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍‌ ବଜାର ସିଲ୍ ଚାଲିଥିବା…

ଶୀତଲଷଷ୍ଟି ଯାତ୍ରା ସମାପିତ

Posted by - June 7, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ପନ୍ନ ହୋଇଛି ଚଳିତ ବର୍ଷର ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା l ଯୁଗଳ ଦର୍ଶନ ଓ ସାଂସ୍କୃତିକ ଶୋଭାଯାତ୍ରା ଦେଖିବା ପାଇଁ ଆଜି ହଜାର…

ସାମ୍ବାଦିକ ସୁରକ୍ଷା ନେଇ କଳାହାଣ୍ଡି ସାମ୍ବାଦିକ ସମୁହ ପକ୍ଷରୁ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

Posted by - August 3, 2022 0
ଭବାନୀପାଟଣା ୩/୮: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବର୍ତ୍ତମାନର ସମୟରେ ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଦିନ ପ୍ରତିଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ…

ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଘର ମରାମତି ସହାୟତା ପ୍ରଦାନ କଲେ ଓଡ଼ିଶା ସରକାର

Posted by - January 8, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ତିନି ହଜାର ଟଙ୍କା…

ଏମଜିଏନଆରଇଜିଏସ କାମରେ ନିୟୋଜିତ ଜେସିବି ଟ୍ରାକ୍ଟର କରୁଛି ବର୍ଷକୁ ୧କୋଟିରୁ ଉର୍ଦ୍ଧ୍ବ ଟଂକା ର ପ୍ରକଳ୍ପ 

Posted by - June 21, 2021 0
ବୌଦ୍ଧ:(ଚିତରଂଜନ ସିଂ) କରୋନା ମହାମାରୀର ଲକଡାଉନର ଫାଇଦା ନେଉଛନ୍ତି କୁଜିନେତା  ପେଟିଠିକାଦାର  । କାରଣ ଏହି ଲକଡାଉନର ସମୟରେ ଗରିବ ଶ୍ରମିକମାନେ କୌଣସିପ୍ରକାର କାମଧନ୍ଦା ନପାଇ ଘରେ…