Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବାହାରିଲା ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇର ଲଗ୍ନ

35 0

ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ପଶ୍ଚମି ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମ୍ବଲପୁରର ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ପାଇଁ ଶୁଭ ଲଗ୍ନ ନିରୁପଣ ହୋଇଛି । ବ୍ରହ୍ମପୁରା ଟ୍ରଷ୍ଟ ପକ୍ଷରୁ ପଣ୍ଡିତ ମଣ୍ଡଳୀ ବସି ମନ୍ଦିର ପ୍ରାଙ୍ଗଣରେ ଶୁଭ ଲଗ୍ନ ନିର୍ଧାରିତ କରିଥିଲେ l ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ଦିବା 10.56 ମିନିଟରୁ ଦିନ 11.10 ମଧ୍ୟରେ ମାଁଙ୍କ ଠାରେ ନବାନ୍ନ ଲାଗି ହେବ ।

ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ବୈଠକରେ ଏହି ଲଗ୍ନ ନିର୍ଣ୍ଣୟ ହୋଇଛି । ପ୍ରତିବର୍ଷ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡର ଆହ୍ବାନ କ୍ରମେ ବ୍ରହ୍ମପୁରା ମନ୍ଦିର ଝାଡୁଆପଡାରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ପଣ୍ଡିତମାନେ ବିଜ୍ଞବ୍ୟକ୍ତିଙ୍କ ଉପସ୍ଥିତିରେ ମାଁ ସମଲେଶ୍ବରୀଙ୍କ ନୂଆଁଖାଇ ଲଗ୍ନ ନିରୁପଣ ହୋଇଥାଏ ।

ଶୁଭ ଲଗ୍ନ ବାହାରି ସାରିଲା ପରେ ଉକ୍ତ ସମୟ କୁ ନେଇ ଟ୍ରଷ୍ଟ ର କିଛି ସଦସ୍ୟ ଓ ଜଣେ ପଣ୍ଡିତ ମାଁ ସମଲେଶ୍ୱରୀ ମନ୍ଦିରକୁ ଯାଇଥାନ୍ତି, ସେଠାରେ ମୁଖ୍ୟ ପୂଜକଙ୍କୁ ଉକ୍ତ ସମୟ ଦିଆ ଯାଇଥାଏ l ସେହି ଲଗ୍ନ ଅନୁସାରେ ମାଁ ସମଲେଶ୍ୱରୀଙ୍କ ଠାରେ ନବାର୍ଣ୍ଣ ଲାଗିଥାଏ l ନୂଆଁଖାଇ ଦିନ ମା ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପାଳନ କରାଯାଇଥାଏ l

Related Post

ମେ’ ୩୦ ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Posted by - May 28, 2020 52
ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦଳର ନେତାମାନଙ୍କୁ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ…

ମୂଲ ଲାଗିଲେ ଚୁଲି ଜଳେ,ଚଳୁନି ହାତ ଗୋଡ,ବିଧବା ମାର କାନ୍ଦଣା ଶୁଣୁନି ସରକାର

Posted by - August 13, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ମା ମନସ୍କ କରିଥିଲା ବୃଦ୍ଧା ବେଳକୁ ମର ସେବା କରିବ।୨୫ବର୍ଷ ଆଗରୁ ତା ବାପା ଚାଲିଗଲା,ଦାରିଦ୍ର୍ୟ ବିକଳ ରେ ମା ଓ ପୁଅ।ଗ୍ରାମର…

ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ,ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍

Posted by - December 8, 2021 0
ଭୁବନେଶ୍ବର:(ସ୍ୱରୂପ ଦାସ)ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ। ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍ ଆସୁଛି। ରାଜ୍ୟରେ ଡିସେମ୍ବର ୪ ସୁଦ୍ଧା ୭୪୪୫ ଜଣ ରୋଗୀ…

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଦୁଇ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ

Posted by - April 14, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଦୁଇ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି l ମିଶନ ଶକ୍ତି ଦ୍ବାରା ଏକ ଡାଲି ପ୍ରୋସେସିଂ ଓ…

ବଡଉଡେନ ଗାଁ ରେ ମହାତ୍ମା ଗାନ୍ଧି ଜାତୀୟ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି, ଶ୍ରମିକ ଭାବେ କାମ କରୁନଥିବା ଲୋକଙ୍କ ଏକାଉଣ୍ଟ୍ ରେ ଟଙ୍କା ପଡ଼ୁଥିବା ଅଭିଯୋଗ

Posted by - September 5, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଦମାଇପାଲି ପଞ୍ଚାୟତ ବଡଉଡେନ ଗାଁ ରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ…