Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବିଜୁ ଜନତା ଦଳ ପକ୍ଷରୁ ୩୦ ଟି ଜିଲ୍ଲା ପାଇଁ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ଙ୍କୁ ନିଯୁକ୍ତି : ବାଦ ପଡିଲେ ସୌମ୍ୟରଞ୍ଜନ

35 0

ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)୨୦୨୪ ସାଧାରଣ ନିର୍ବାଚନ ସକାଶେ ପ୍ରସ୍ତୁତି ଆରମ୍ଭ କରିଛି ବିଜୁ ଜନତା ଦଳ l ଜିଲ୍ଲା ୱାରି ସଙ୍ଗଠନ କୁ ଆହୁରି ମଜବୁତ କରିବା ପାଇଁ ବିଜେଡ଼ି ପକ୍ଷରୁ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ଙ୍କୁ ନିଯୁକ୍ତି ଦିଆଯାଇଛି l ପୁର୍ବ ନିର୍ଦ୍ଦେଶ କୁ ବାତିଲ କରି ବିଜୁ ଜନତା ଦଳ ସଭାପତି ତଥା ସୁପ୍ରିମୋ ନବିନ ପଟ୍ଟନାୟକ ଏହି ନୁତନ ନିଯୁକ୍ତି ଦେଇଥିବା ବିଜେଡି ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି l ପୁରୁଣା ତାଲିକାରୁ ଦୁଇ ଜଣଙ୍କୁ ବାଦ ଦିଆଯାଇଥିବା ବେଳେ ନୁଆ ଦୁଇଜଣଙ୍କୁ ଦାୟିତ୍ଵ ମିଲିଛି l

ଏହି ନବ ନିଯୁକ୍ତ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ଙ୍କ ମଧ୍ୟରେ ନିରଞ୍ଜନ ପୁଜାରୀ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବି ପ୍ରସାଦ ମିଶ୍ର, ମହେଶ୍ଵର ମହାନ୍ତି ଓ ପ୍ରତାପ ଜେନା ଙ୍କ ନାମ ରହିଛି l ତେବେ,ବିକ୍ରମ କେଶରି ଆରୁଖ ବାଚସ୍ପତି ହେବାପରେ ତାଙ୍କ ସ୍ଥାନରେ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ଵ ଦିଆଯାଇଥିବା ଦଳ ପକ୍ଷରୁ କୁହାଯାଇଥିବା ବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ ପୁର୍ବରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଲ ଦାୟିତ୍ଵରେ ରହିଥିଲେ କିନ୍ତୁ ବର୍ତ୍ତମାନ ସୌମ୍ୟରଞ୍ଜନ ଙ୍କୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ପ୍ରତାପ ଜେନାଙ୍କୁ ଏହି ସାତଟି ଜିଲ୍ଲାର ବରିଷ୍ଠ ପର୍ଜ୍ୟବେକ୍ଷକ ଭାବେ ନିଜୁକ୍ତି ଦିଆଯାଇଛି l

ତେବେ, ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରୁ ସୌମ୍ୟରଞ୍ଜନଙ୍କ ନାମ କଟିବା ତାଙ୍କ ପକ୍ଷ ଛେଦନ ବୋଲି ରାଜନୈତିକ ବିଷ୍ଲେଶକ ମାନେ ମତ ପ୍ରଦାନ କରିଛନ୍ତି। ପ୍ରମିଳା ମଲ୍ଲିକଙ୍କୁ ନୁଆକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲା ଦାୟିତ୍ଵ ଦିଆଯାଇଛି l ସେହିଭଳି ନିରଞ୍ଜନ ପୁଜାରୀ ଙ୍କୁ ପୁର୍ବ ଭଲି କଳାହାଣ୍ଡି, ନୁଆପଡା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲା ଦାୟିତ୍ଵ ଦିଆଯାଇଛି, ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ପୁର୍ବପରି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଦାୟିତ୍ଵ ଦିଆଯାଇଛି , ଦେବି ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା,ପୁରୀ ଓ ବୌଦ୍ଧ ଜିଲ୍ଲା ଦାୟିତ୍ଵ ଦିଆଯାଇଛି l ସେହିପରି ମହେଶ୍ଵର ମହାନ୍ତିଙ୍କୁ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି l

Related Post

ଯାଜପୁର ଜିଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ସ୍ଥିତି ଉପୁଜିଲାଣି 

Posted by - September 4, 2021 0
ଯାଜପୁର :ଯାଜପୁର ଜିଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ସ୍ଥିତି ଉପୁଜିଲାଣି । ତେଣୁ ତୁରନ୍ତ ମରୁଡି ଅଂଚଳ ଘୋଷଣା କରିବାକୁ ଦାବୀ କରିଛି କଂଗ୍ରେସ ।ଯାଜପୁର ଓ ଦଶରଥପୁର ବ୍ଳକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି  ଗୋଟିଏ ପଟେ ବର୍ଷା ନାହିଁ ଓ ଅନ୍ୟପଟେ ଉଠାଜଳସେଚନ ପ୍ରକଳ୍ପ ଗୁଡିକ ଅଚଳ ଅବସ୍ଥାରେ ପଡି ରହିଛି ।  : ଦଶରଥପୁର ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଏହି ଦାବୀ ପତ୍ର ପ୍ରଦାନ କରିଛନ୍ତି ।ଅନ୍ୟପଟେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସୃଷ୍ଟି ହୋଇଥିବା ମରୁଡି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ଅତିରିକ୍ତ ଜିଳାପାଳ କହିଛନ୍ତି ।

ବିଜେପି କାଳିପଦା ମଣ୍ଡଳର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

Posted by - November 23, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବିଜେପିର କାଳିପଦା ମଣ୍ଡଳ କର୍ମୀ ସମାବେଶ ମଙ୍ଗଳବାର ବଡାଶ ପଞ୍ଚାୟତ ଅନ୍ତର୍ଗତ ଜଗାଇ ଗ୍ରାମର ଶିବଶଙ୍କର ପ୍ରଧାନଙ୍କ ବାସଭବନରେ ମଣ୍ଡଳ ସଭାପତି ସତ୍ୟାନନ୍ଦ ମହାନ୍ତିଙ୍କ ସଭାପତିତ୍ୱେରେ…

ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀ ଙ୍କ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କ ପାଇଁ ଡୋର ଟୁ ଡୋର କ୍ୟାମ୍ପନିଙ୍ଗ

Posted by - February 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀ ମିଶ୍ର ବୌଦ୍ଧ ବ୍ଲକ ର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମାନଙ୍କ ସହିତ ଗାଁ କୁ ଗାଁ…

ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା ନବ ସଂକଳ୍ପ ଶିବିର ଉଦଯାପିତ

Posted by - June 13, 2022 0
ବୌଦ୍ଧ : ବୌଦ୍ଧ ଜିଲ୍ଲା କଂଗ୍ରେସ ର ସଭାପତି ଶ୍ରୀଯୁକ୍ତ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ହରଭଙ୍ଗା ବ୍ଲକ ବିରନରସିଂହ ପୁର ଫରେଷ୍ଟ ନରସେରୀ ସଭାଗୃହ ଠାରେ…